ETV Bharat / city

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନରସିଂହ - ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନରସିଂହ

ବିଧାନସଭାରେ ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନରସିଂହ
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନରସିଂହ
author img

By

Published : Mar 17, 2021, 3:51 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନରସିଂହ ମିଶ୍ର । ବିଧାନସଭାରେ ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ଚିଠିରେ ନରସିଂହ ମିଶ୍ର ଲେଖିଛନ୍ତି, ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ । ଦରକାର ପଡିଲେ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକି ବିରୋଧୀ ଦଳ ନେତା ମାନଙ୍କ ସହ ଆଲୋଚନା କରନ୍ତୁ । ଆଲୋଚନା ମାଧମରେ ସମସ୍ୟା ସମାଧାନ କରନ୍ତୁ ମୁଖ୍ୟମନ୍ତ୍ରୀ ।

ଏଥିସହ ନରସିଂହ ମିଶ୍ର ଚିଠିରେ ଏହା ମଧ୍ୟ ଲେଖିଛନ୍ତି ଯେ, ବିଜେପି ବିଧାୟକ କ୍ଷମା ମାଗିବା ନ ମାଗିବା ବଡ଼ କଥା ନୁହେଁ ପ୍ରଥମେ ଗୃହ କେମିତି ଚାଲିବ ସେ କଥା ଚିନ୍ତା କରାଯାଉ । ଯଦି ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ ନକରନ୍ତି ତେବେ ଏହା ଗଣତନ୍ତ୍ରର ହତ୍ୟା ବୋଲି ଧରି ନିଆଯିବ। ସରକାରୀ ଦଳ ଗୃହର ମଧ୍ୟ ଭାଗକୁ ଆସିବା କଦାପି ଠିକ ନୁହେଁ । କ୍ଷମତା ତ ଶାସକ ଦଳ ପାଖରେ ଅଛି ପୁଣି ଗୃହକୁ ଆସି କାହିଁକି ପାଲା କରୁଛନ୍ତି । ନ୍ୟାୟ ଦେବା ଲୋକ ସିଏ ପୁଣି କାହାକୁ ନ୍ୟାୟ ମାଗୁଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.