ETV Bharat / city

ବାଚସ୍ପତିଙ୍କ ଉପରେ ନରସିଂହ ଖପ୍ପା, କହିଲେ ଆଉ ସର୍ବଦଳୀୟ ବୈଠକରେ ଭାଗନେବନି କଂଗ୍ରେସ - ଓଡିଶା ବିଧାନସଭା ଅଧିବେଶନ ଖବର

ବାଚସ୍ପତି ଗୄହରେ ଧାନ କିଣା ନେଇ ଆସନ୍ତାକାଲି ବିବୄତି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ବାଚସ୍ପତି ଏହି ନିର୍ଦ୍ଦେଶକୁ ପ୍ରତ୍ୟାହାର ନ କଲେ ସର୍ବଦଳୀୟ ବୈଠକରେ କଂଗ୍ରେସ ଯୋଗ ଦେବନି ବୋଲି କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି । ଅଧିକ ପଢନ୍ତୁ...

ସର୍ବଦଳୀୟ ବୈଠକରେ ଭାଗନେବନି କଂଗ୍ରେସ
ବାଚସ୍ପତିଙ୍କ ଉପରେ ନରସିଂହ ଖପ୍ପା, କହିଲେ ଆଉ ସର୍ବଦଳୀୟ ବୈଠକରେ ଭାଗନେବନି କଂଗ୍ରେସ
author img

By

Published : Feb 19, 2021, 8:29 PM IST

ଭୁବନେଶ୍ବର: ବାଚସ୍ପତି ଗୄହରେ ଧାନ କିଣା ନେଇ ଆସନ୍ତାକାଲି ବିବୄତି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ବାଚସ୍ପତି ପ୍ରତ୍ୟାହାର ନ କଲେ ସର୍ବଦଳୀୟ ବୈଠକରେ କଂଗ୍ରେସ ଯୋଗ ଦେବନି ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ।

ବାଚସ୍ପତିଙ୍କ ଉପରେ ନରସିଂହ ଖପ୍ପା, କହିଲେ ଆଉ ସର୍ବଦଳୀୟ ବୈଠକରେ ଭାଗନେବନି କଂଗ୍ରେସ

ଆଜି ବସିଥିବା ସର୍ବଦଳୀୟ ବୈଠକରେ ଧାନକିଣା ନେଇ ସମବାୟ ମନ୍ତ୍ରୀ ବିଵୄତି ଦେବାକୁ ସରକାରୀ ଦଳପ୍ରସ୍ତାବ ଦେଇଥିଲେ ଏଥିରେ କଂଗ୍ରେସ ରାଜି ହୋଇ ନଥିଲା। କିନ୍ତୁ ଗୄହରେ ବାଚସ୍ପତି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିବା ଘୋଷଣା କରିଥିଲେ। ଯାହାକୁ ବିରୋଧ କରିଥିଲେ କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର। ଯଦି ଏହା କରାଯାଏ ତେବେ ଆମେ ଆସନ୍ତାକାଲି (ରବିବାର) ଗୃହରେ ଏହାକୁ ଜୋରଦାର ବିରୋଧ କରିବୁ ବୋଲି କହିଛନ୍ତି।

ସୂଚନାଥାଉକି କଂଗ୍ରେସ ଆଜି ଚାଷୀଙ୍କ ସମସ୍ୟାକୁ ନେଇ ବିଧାନସଭାରେ ଆଲୋଚନା ପାଇଁ ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା । ଆଜି ଗୃହ ପ୍ରାରମ୍ଭରୁ ଚାଷୀ ସମସ୍ୟା ଓ ମଣ୍ଡିରେ ଧାନ ନ ଉଠିବାକୁ ନେଇ ସରକାରକୁ ଘେରିଥିଲେ ଉଭୟ କଂଗ୍ରେସ ଓ ବିଜେପି । ଗୃହରେ ନାରାବାଜି ଓ ବିରୋଧ ଯୋଗୁଁ ବାଚସ୍ପତି ଅପରାହ୍ନ 4 ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଥିଲେ । ଏହା ପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ସେଠାରେ ଆସନ୍ତାକାଲି ଚାଷୀଙ୍କ ସମସ୍ୟାକ ନେଇ ମନ୍ତ୍ରୀ ବିବୃତ୍ତି ଦେବେ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏହା ପରେ ଗୃହ ବାରମ୍ବାର ମୁଲତବୀ ମଧ୍ୟରେ ଚାଲିଥିଲା । ଏହାକୁ ମନ୍ତ୍ରୀଙ୍କ ବିବୃତ୍ତିକୁ କଂଗ୍ରେସ ବିଧାୟକ ଦଳନେତା ଜୋରଦାର ବିରୋଧ କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.