ETV Bharat / city

ଚେନ୍ନାଇରୁ ଆସିଲେ ବିଶେଷଜ୍ଞ, ଆନାକୋଣ୍ଡା ଖୁଆଡର ତାପମାତ୍ରା ଉପରେ ଗୁରୁତ୍ବ - anaconda death

ନନ୍ଦନକାନନରେ ଆନାକୋଣ୍ଡା ମୃତ୍ୟୁର ତଦନ୍ତ ପାଇଁ ଚେନ୍ନାଇରୁ ଆସିଲେ 2 ଜଣ ବିଶେଷଜ୍ଞ । ତେବେ ଅନାକୋଣ୍ଡା ପାଇଁ ଏନକ୍ଲୋଜର ତାପମାତ୍ରା ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ଏହି ବିଶେଷଜ୍ଞ । ଅଧିକ ଖବର ପଢନ୍ତୁ...

nandakanan-zoological-park
ଚେନ୍ନାଇରୁ ଆସିଲେ ବିଶେଷଜ୍ଞ,ଆନାକୋଣ୍ଡା ଖୁଆଡର ତାପମାତ୍ରାକୁ ଅଧିକ ଗୁରୁତ୍ବ
author img

By

Published : Dec 2, 2019, 10:01 PM IST

ଭୁବନେଶ୍ବର: ନନ୍ଦନକାନନରେ ହାତୀ ମୃତ୍ୟୁର ରହସ୍ୟରୁ ପରଦା ନଉଠୁଣୁ ଆନାକୋଣ୍ଡାର ଗୋଟେ ପରେ ଗୋଟେ ପରେ ମୃତ୍ୟୁ ହୋଇଚାଲିଛି । ତେବେ ଅନାକୋଣ୍ଡା ମୃତ୍ୟୁର ପଛର କାରଣ ଖୋଜିବା ପାଇଁ ଚେନ୍ନାଇରୁ ଆସିଛନ୍ତି ଦୁଇ ଜଣ ବିଶେଷଜ୍ଞ । ସେମାନେ ହେଉଛନ୍ତି ଡ଼ଃ. ରୁଚିକା ଏବଂ ଡ଼ଃ. ଅଜୟ କାର୍ତ୍ତିକ। ଅନାକୋଣ୍ଡା ପାଇଁ ଏନକ୍ଲୋଜର ତାପମାତ୍ରା ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ଏହି ବିଶେଷଜ୍ଞ ।

ଚେନ୍ନାଇରୁ ଆସିଲେ ବିଶେଷଜ୍ଞ,ଆନାକୋଣ୍ଡା ଖୁଆଡର ତାପମାତ୍ରାକୁ ଅଧିକ ଗୁରୁତ୍ବ

ସୂଚନା ଅନୁସାରେ, ନନ୍ଦନକାନନରେ 3 ଦିନ ଭିତରେ ୨ଟି ହଳଦିଆ ଆନାକୋଣ୍ଡାର ମୃତ୍ୟୁ ହୋଇଛି । ବାକି ୪ ଟି ଆନାକୋଣ୍ଡାର ସ୍ବାସ୍ଥ୍ୟାବସ୍ଥା ଖରାପ ରହିଛି । ପ୍ରଥମତଃ ଆନାକୋଣ୍ଡାର ମୃତ୍ୟୁର କାରଣ ତାପମାତ୍ରା । ଯାହା ନନ୍ଦନକାନନର ଏନକ୍ଲୋଜରରେ ସେହିଭଳି ତାପମାତ୍ରା ନାହିଁ । ଯେଉଁଥିପାଇଁ ପ୍ରଥମ ଦୁଇଟି ଅନାକୋଣ୍ଡାର ମୃତ୍ୟୁ ହୋଇଛି।

ଏନେଇ ଆନାକୋଣ୍ଡାର ଏନକ୍ଲୋଜୋର ପରିଲକ୍ଷିତ କରିଛନ୍ତି ଚେନ୍ନାଇର ମହାବଳିପୁରମର ଦୁଇ ବିଶେଷଜ୍ଞ । ଅଧିକ ତାପମାତ୍ରା ଖୁଆଡ଼ରେ କରିବା ପାଇଁ ପୂର୍ବରୁ ୩ ଟି ଇଲେକ୍ଟ୍ରିକ ବଲ ଲାଗିଥିବା ବେଳେ ବର୍ତ୍ତମାନ ବିଶେଷଜ୍ଞ ପରାମର୍ଶ କ୍ରମେ ତାହା ୫ଟି ବଲ ଲଗାଯିବ। ଯାହା ଫଳରେ ଅନାକୋଣ୍ଡା ପାଇଁ ତାପମାତ୍ରା ସମାନ ରହିବ ।

ସେହିପରି ଆନାକୋଣ୍ଡାକୁ ରଖାଯାଉଥିବା କାଠ ତିଆରି ବାକ୍ସରେ ନରଖି ଏକ ପ୍ଲାଷ୍ଟିକ ଛୋଟ ବାକ୍ସରେ ରଖିବାକୁ ପରାମର୍ଶ ଦେଇଛନ୍ତି । ଯାହା ଖୁଆଡ ବାହାର ତାପମାତ୍ରା ଠୁ ଉଷୁମ ରହିବ । ଅନ୍ୟପକ୍ଷରେ ପୂର୍ବରୁ ଯାହା ମେଡ଼ିସିନ ଦିଆଯାଉଥିଲା ତାହାକୁ ଚାଲୁ ରଖିବାକୁ କହିଛନ୍ତି ବିଶେଷଜ୍ଞ ।

ତେବେ ଘଟଣାକୁ ନେଇ ଏକ ବୈଠକ କରାଯିବ । ଯେଉଁଥିରେ ବିଭିନ୍ନ ବନ୍ୟପ୍ରାଣୀ କିଭଳି ସୁରକ୍ଷିତ ଓ ସୁସ୍ଥ ରହି ପାରିବେ ସେ ବିଷୟରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଚେନ୍ନାଇ ରୁ ଆସିଲେ ବିଶେଷଜ୍ଞ, ଆନାକୋଣ୍ଡା ଖୁଆଡର ତାପମାତ୍ରାକୁ ଅଧିକ ଗୁରୁତ୍ବ।

ନନ୍ଦନକନାନାରେ ଲଗାତାର ଭାବରେ ଆନାକୋଣ୍ଡାର ହେଉଛି ମୃତ୍ୟୁ। ହାତୀ ମୃତ୍ୟୁ ର ରହସ୍ୟ ମନରୁ ନ ଲିଭୁଣୁ ଏବେ ଆନାକୋଣ୍ଡା ର ଗୋଟେ ଗୋଟେ ପରେ ମୃତ୍ୟୁ ହୋଇଛି। ଏନେଇ ଅନାକୋଣ୍ଡାର ସ୍ଥିତିପରଖିବା ପାଇଁ ଚେନ୍ନାଇରୁ ଆସିଛନ୍ତି ଦୁଇ ଜଣ ବିଶେଷଜ୍ଞ। ଅନାକୋଣ୍ଡା ପାଇଁ ତାପମାତ୍ରା ଅଧିକ ଗୁରୁତ୍ୱ ପୂର୍ଣ୍ଣ ବୋଲି କହିଛନ୍ତି ବିଶେଷଜ୍ଞ।

Body:

ନନ୍ଦନକାନନ ରେ 3 ଦିନ ଭିତରେ ୨ଟି ହଲଦିଆ ଆନାକୋଣ୍ଡାର ମୃତ୍ୟୁ ହୋଇଛି।ବାକି ୪ ଟି ଆନାକୋଣ୍ଡା ର ସ୍ୱାସ୍ଥ୍ୟଅବସ୍ଥା ଖରାପ ରହିଛି। ପ୍ରଥମତଃ ଆନାକୋଣ୍ଡାର ମୃତ୍ୟୁର କାରଣ ତାପମାତ୍ରା। ଯାହା ନନ୍ଦନକାନନ ରେ ସେହି ଭଳି ତାପମାତ୍ରା ଏନକ୍ଲୋଜର ରେ ନାହିଁ। ଯେଉଁଥିପାଇଁ ପ୍ରଥମ ଦୁଇଟି ଅନାକୋଣ୍ଡା ର ମୃତ୍ୟୁ ହୋଇଛି। ଏନେଇ ଆନାକୋଣ୍ଡାର ଏଂକ୍ଲୋଜୋର ପରିଲକ୍ଷିତ କରିଛନ୍ତି ଚେନ୍ନାଇ ର ମହବଳିପୁରମ ର ଦୁଇ ବିଶେଷଜ୍ଞ। ସେମାନେ ହେଉଛନ୍ତି ଡ଼ଃ. ରୁଚିକା ଏବଂ ଡ଼ଃ. ଅଜୟ କାର୍ତ୍ତିକ।
ଅଧିକ ତାପମାତ୍ରା ଖୁଆଡ଼ରେ କରିବା ପାଇଁ ପୂର୍ବରୁ ୩ ଟି ଇଲେକ୍ଟ୍ରିକ ବଲ ଲାଗିଥିବା ବେଳେ ବର୍ତ୍ତମାନ ବିଶେଷଜ୍ଞ ପରାମର୍ଶ କ୍ରମେ ତାହା ୫ ଟି ବଲ ଲଗାଯିବ। ଯାହା ଫଳରେ ତାପମାତ୍ରା ଅନାକୋଣ୍ଡା ପାଇଁ ସମାନ ପରିବେଶ ରହିବ। ସେହି ପରି ଆନାକୋଣ୍ଡା କୁ ରଖା ଯାଉଥିବା କାଠ ତିଆରି ବାକ୍ସରେ ନରଖି ଏକ ପ୍ଲାଷ୍ଟିକ ଛୋଟ ବାକ୍ସରେ ରଖିବାକୁ ପରାମର୍ଶ ଦେଇଛନ୍ତି। ଯାହା ଖୁଆଡ ବାହାର ତାପମାତ୍ରା ଠୁ ଉଷୁମ ରହିବ। ଅନ୍ୟପକ୍ଷରେ ପୂର୍ବରୁ ଯାହା ମେଡ଼ିସିନ ଦିଆଯାଉଥିଲା ତାହାକୁ ଦେବା ସହ କହିଛନ୍ତି ବିଶେଷଜ୍ଞ।
ଏନେଇ ଏକ ବୈଠକ କରାଯିବ। ଯାହା ବିଭିନ୍ନ ବନ୍ୟପ୍ରାଣୀ କିଭଳି ସେମାନଙ୍କର ସୁରକ୍ଷା ଓ ସୁସ୍ଥ ରହି ପାରିବେ ସେନେଇ ଆଲୋଚନା କରାଯିବ।

Byte- ଡ଼ଃ. ଅଜୟ କାର୍ତ୍ତିକ, ବିଶେଷଜ୍ଞ।
Byte- ଜୟନ୍ତ କୁମାର ଦାସ, ଡେ଼ପୁଟି ଡ଼ାଇରେକ୍ଟର, ନନ୍ଦନକାନନ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.