ETV Bharat / city

ଓଡିଶାକୁ ମିଳିମିଶି ଖାଇଦେଲେ 'ନମୋ': ପଞ୍ଚାନନ କାନୁନଗୋ - ଭୁବନେଶ୍ବର ଖବର

ଓଡିଶାକୁ ମିଳିମିଶି ଖାଇଦେଲେ 'ନମୋ' । ଗତ ୭ ବର୍ଷରେ ୭୨ ହଜାର କୋଟି ଟଙ୍କାର ହକ୍ ହରାଇଲା ରାଜ୍ୟ । ୨ ଲକ୍ଷ କୋଟି ଟଙ୍କାର ରାଜ୍ୟ ସମ୍ପତ୍ତି ଲୁଟି ନେଲେ ରାଜ୍ୟ ଓ କେନ୍ଦ୍ର ସରକାର । ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ଅଧିକ ପଢନ୍ତୁ...

ଓଡିଶାକୁ ମିଳିମିଶି ଖାଇଦେଲେ 'ନମୋ': ପଞ୍ଚାନନ କାନୁନଗୋ

author img

By

Published : Nov 2, 2020, 6:00 PM IST

ଭୁବନେଶ୍ବର: ଓଡିଶାକୁ ମିଳିମିଶି ଖାଇଦେଲେ 'ନମୋ' । ଗତ ୭ ବର୍ଷରେ ୭୨ ହଜାର କୋଟି ଟଙ୍କାର ହକ୍ ହରାଇଲା ରାଜ୍ୟ । ୨ ଲକ୍ଷ କୋଟି ଟଙ୍କାର ରାଜ୍ୟ ସମ୍ପତ୍ତି ଲୁଟି ନେଲେ ରାଜ୍ୟ ଓ କେନ୍ଦ୍ର ସରକାର । ସୋମବାର କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ।

ୟୁପିଏ ସରକାର ବେଳେ ଓଡିଶା ସରକାର କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରା ଦେଉଥିଲେ । ହେଲେ ୬ ବର୍ଷ ହେଲେ ଏସବୁ ବନ୍ଦ । ରାଜ୍ୟ ସରକାରଙ୍କ ଉପରେ ୧ ଲକ୍ଷ ୨୫ ହଜାର କୋଟି ଋଣ, ୭୨ ହଜାର କୋଟି ଟଙ୍କା ହକ ହରାଇଛି ରାଜ୍ୟ । ରାଜ୍ୟରୁ ଲୁଟ ହୋଇଛି ୨ ଲକ୍ଷ କୋଟି ଟଙ୍କା । ରାଜ୍ୟ ଉପରେ ୪୨ଟି ସେସ ଅତି ମାତ୍ରାରେ ଲଦି ଦିଆଗଲା ଏବଂ କୋଇଲା ଉପରେ ୪୦୦ ଟଙ୍କା ସେସ ବଦ୍ଧି ପାଇଲା । ସେହିପରି ଶିକ୍ଷା ଓ ସଡ଼କ ନେଇ ସେସ ଜାଣତରେ ନେଲା କେନ୍ଦ୍ର । କୋଇଲା ଓ ଖଣିଜ ଲୁଟ ହେଲା, ନିଲାମ ହେଲା ରାଜ୍ୟକୁ, କିନ୍ତୁ ହକ ମିଳିଲାନି । ଯାହାର ଉଦାହରଣ ମଧ୍ୟ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ।

ଓଡିଶାକୁ ମିଳିମିଶି ଖାଇଦେଲେ 'ନମୋ': ପଞ୍ଚାନନ କାନୁନଗୋ

ସେ ଏହା ମଧ୍ୟ କହିଛନ୍ତି ଯେ, ରେଳବାଇରେ ଘୋଷଣା ହୁଏ ୫ ହଜାର କୋଟି, ବର୍ଷ ଶେଷରେ ଖର୍ଚ୍ଚ ୟୁଏ 18 ଶହ କୋଟି । ରାଜ୍ୟରେ ବଢୁଛି ଶିକ୍ଷିତ ବେକାରଙ୍କ ସଂଖ୍ୟା । ରାଜ୍ୟରେ ଶିକ୍ଷା ଋଣ ଏନପିଏ ୧୪ ପ୍ରତିଶତ, ୪ ପ୍ରତିଶତ ଏନପିଏ ଓ ୧୪ ପ୍ରତିଶତ କୃଷି ଋଣ । ଜିଏସଟି ଆମ ହକ । ରାଜ୍ୟ ଯଦି କ୍ଷତି ସହିବ କେନ୍ଦ୍ର ଭରଣା କରିବ ନିୟମ ଥିଲା । ସେସ ଲାଗିଲା । ଏବେ ଜିଏସଟି ବାବଦରେ ୩୬ ହଜାର କୋଟି ଟଙ୍କା ଯାହା ରାଜ୍ୟ ବାବଦରେ ମିଳୁଛି ସେଥିରୁ ଆମେ ବହୁତ କମ ପାଇବୁ । ବଡ ହକ ଅର୍ଥ କମିଶନଙ୍କ ୪୨ ପ୍ରତିଶତ ଆମକୁ ଦେଇଥାଏ । ଏଥର କମିଶନ କହିଲେ ୪୧ ପ୍ରତିଶତ ଦେବେ । ୧ ପ୍ରତିଶତ ଟଙ୍କା ଜମ୍ମୁକାଶ୍ମୀରକୁ ମିଳିବ, ଯାହା ୨୧ ହଜାର କୋଟି ଟଙ୍କା । ଗ୍ରାଣ୍ଟ ଇନ ଏଡ, ୫ ଟି ହେଡରେ ମଧ୍ୟ ଆମେ ଟଙ୍କା ହରାଇବୁ । ୭୪ ହଜାର କୋଟି ବଣ୍ଟା ହେଲା ଆମେ ପାଇଲୁନି । ୬ ହଜାର କୋଟି ସ୍ପେସିଆଲ ଗ୍ରାଣ୍ଟ ବଣ୍ଟା ହେଲା, ହେଲେ ଆମେ ପାଇନୁ । ୪ ରୁ ୫ ବର୍ଷ ହେଲା ୟୁଟିଲାଇଜେସନ ସାର୍ଟିଫିକେଟ ରାଜ୍ୟ ସରକାର ଦେଉନାହାନ୍ତି । ୬ ବର୍ଷ କୋଇଲା ରୟାଲିଟି ବଢ଼ାଉ ନାହାନ୍ତି କେନ୍ଦ୍ର । ଇଲେକ୍ଟ୍ରିକ୍ ବିଲ ବଢିବ କହୁଛନ୍ତି । କେନ୍ଦ୍ର ଉପରେ ବକେୟା ପଡିଛି । ଓଡିଶାକୁ ଦୁର୍ଭାଗ୍ୟ ଘେରିରହିଛି । ଏକ 'ନମୋ' ଶବ୍ଦ ଏବେ ଚାଲିଛି ଦେଶରେ । ଦେଶରେ ଏହା ନରେନ୍ଦ୍ର ମୋଦି, ଆଉ ରାଜ୍ୟରେ 'ନବୀନ-ମୋଦି' ।

କୋଇଲା ସେସ ବାବଦରେ ହରାଇଲାଣି ୨୦ ହଜାର । ଇଲେକ୍ଟ୍ରିସିଟିକୁ ନ୍ୟାସନାଲ ଗ୍ରୀଡକୁ ନେବାକୁ ଉଦ୍ୟମ ହେଉଛି । ରାଜ୍ୟ ଏହି ହକ ଛଡ଼ାଇ ଦେବାକୁ ଆମେ ନିନ୍ଦା କରୁଛୁ । ଡବଲ ଇଞ୍ଜିନର ଲୁଟ ଚାଲିଛି । ଏନେଇ ଉଭୟ ରାଜ୍ୟ ଓ କେନ୍ଦ୍ରକୁ ହିସାବ ମାଗିଲା କଂଗ୍ରେସ । ଵିତର୍କ ପାଇଁ ଆହ୍ୱାନ କଲେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ୧୫ ଦିନ ମଧ୍ୟରେ ଉତ୍ତର ରଖିବାକୁ ଆହ୍ବାନ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.