ETV Bharat / city

MSE ପାଇଁ ଅଭିନବ ପ୍ଲାଟଫର୍ମ: ନାଲ୍‌କୋ ପକ୍ଷରୁ ଲଞ୍ଚ ହେଲା ନମସ୍ୟ ମୋବାଇଲ ଆପ୍

author img

By

Published : Sep 6, 2021, 10:43 PM IST

ଅଣୁ ଓ କ୍ଷୁଦ୍ର ଉଦ୍ୟୋଗଙ୍କୁ ସଶକ୍ତ କରାଇବା ପାଇଁ ଜାତୀୟ ଆଲୁମିନିୟମ କମ୍ପାନୀ ଲିମିଟେଡ (NALCO) ନେଲା ପଦକ୍ଷେପ । ନାଲକୋ ପକ୍ଷରୁ ଆଜି ଆଧୁନିକ ଓ ଅଭିନବ ମାଇକ୍ରୋ ଆଣ୍ଡ ସ୍ମଲ ଏଣ୍ଟରପ୍ରାଇଜ୍ ଯୋଗଯୋଗ ଆପ୍ଲିକେସନ (ନମସ୍ୟ) ମୋବାଇଲ ଆପ୍‌ର ଶୁଭାରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ...

MSE ପାଇଁ ଅଭିନବ ପ୍ଲାଟଫର୍ମ: ନାଲ୍‌କୋ ପକ୍ଷରୁ ଲଞ୍ଚ ହେଲା ନମସ୍ୟ ମୋବାଇଲ ଆପ୍
MSE ପାଇଁ ଅଭିନବ ପ୍ଲାଟଫର୍ମ: ନାଲ୍‌କୋ ପକ୍ଷରୁ ଲଞ୍ଚ ହେଲା ନମସ୍ୟ ମୋବାଇଲ ଆପ୍

ଭୁବନେଶ୍ବର: ଅଣୁ ଓ କ୍ଷୁଦ୍ର ଉଦ୍ୟୋଗମାନଙ୍କୁ ସଶକ୍ତ କରାଇବା ପାଇଁ ଜାତୀୟ ଆଲୁମିନିୟମ କମ୍ପାନୀ ଲିମିଟେଡ (NALCO) ନେଲା ପଦକ୍ଷେପ । ନାଲକୋ ପକ୍ଷରୁ ଆଜି ଆଧୁନିକ ଓ ଅଭିନବ ମାଇକ୍ରୋ ଆଣ୍ଡ ସ୍ମଲ ଏଣ୍ଟରପ୍ରାଇଜ୍ ଯୋଗଯୋଗ ଆପ୍ଲିକେସନ (ନମସ୍ୟ) ମୋବାଇଲ ଆପ୍‌ର ଶୁଭାରମ୍ଭ ହୋଇଛି । ଖଣି ମନ୍ତ୍ରାଳୟ ଅଧୀନସ୍ଥ ନବରତ୍ନ କମ୍ପାନୀ ନାଲ୍‌କୋ ଦ୍ୱାରା ବିକଶିତ ଏହି ଆପ୍ ଅଣୁ ଓ କ୍ଷୁଦ୍ର କମ୍ପାନୀଗୁଡିକର ବିକ୍ରେତାମାନଙ୍କ ସୁବିଧା ପାଇଁ ଉଦ୍ଦିଷ୍ଟ ।

ଦେଶର ଖଣି ଓ ଖଣିଜ ପଦାର୍ଥ କ୍ଷେତ୍ରରେ ନିୟୋଜିତ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ସଶକ୍ତ କରିବା ପାଇଁ ନାଲ୍‌କୋର ଏହି ପ୍ରୟାସକୁ କେନ୍ଦ୍ର ଖଣି, କୋଇଲା ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପ୍ରଶଂସା କରିଛନ୍ତି । ନମସ୍ୟ ଆପ୍ ଏମଏସ୍‌ଇ ଗୁଡିକର ବିକାଶ ନେଇ କମ୍ପାନୀର ଉଦ୍ୟମ ସମ୍ପର୍କରେ ଏକ ପ୍ଲାଟଫର୍ମ ପ୍ରଦାନ କରିବ । ଏହି ଆପ୍ MSEଗୁଡ଼ିକୁ ବିକ୍ରେତାମାନଙ୍କ ପଞ୍ଜୀକରଣ ପ୍ରକ୍ରିୟା, ବୈଷୟିକ ତଥ୍ୟ, ବିକ୍ରେତାମାନଙ୍କ ବିକାଶ ଏବଂ ନାଲ୍‌କୋର ତାଲିମ ପ୍ରକ୍ରିୟା ଇତ୍ୟାଦି ତଥ୍ୟ ପ୍ରଦାନ କରି ସଶକ୍ତ କରିବ ।

ଭାରତରେ ଅଗ୍ରଣୀ ଆଲୁମିନା ଓ ଆଲୁମିନିୟମ ଉତ୍ପାଦକ ତଥା ରପ୍ତାନୀକାରୀ ନାଲ୍‌କୋ ବ୍ୟବସାୟକୁ ସୁଗମ କରିବା ପାଇଁ ଅନେକ ପଦକ୍ଷେପ ନେଇଛି । ବିଶେଷକରି ଖଣି ଓ ଖଣିଜ ପଦାର୍ଥ ବ୍ୟବସାୟରେ ସକ୍ରିୟ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ଏମ୍‌ଏସ୍‌‌ଇଗୁଡିକ ନିମନ୍ତେ ନାଲ୍‌କୋ ଏଭଳି ଅନେକ ସୁଚିନ୍ତିତ ପଦକ୍ଷେମାନ ନେଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.