ETV Bharat / city

କମିଶନରେଟ ପୋଲିସକୁ ନାଲକୋର ଗିଫ୍ଟ - NALCO GAVE 8 PCR van

କମିଶନରେଟ ପୋଲିସର ମୁଖ୍ୟ କାର୍ଯ୍ୟାଳୟ ପରିସରରେ 8ଟି ପିସିଆର ଭ୍ୟାନର ଶୁଭାରମ୍ଭ ହୋଇଛି । ନାଲକୋ ସିଏମଡି ତପନ ଚାନ୍ଦ ଓ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଏହାକୁ ଉଦଘାଟନ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 27, 2019, 4:56 PM IST

Updated : Sep 27, 2019, 10:39 PM IST

ଭୁବନେଶ୍ବର: କମିଶନରେଟ ପୋଲିସକୁ ନାଲକୋର ଉପହାର । କମିଶନରେଟ ପୋଲିସକୁ ଆହୁରି ୮ଟି ପିସିଆର ଭ୍ୟାନ ଦେଇଛି ନାଲକୋ । ଶୁକ୍ରବାର କମିଶନରେଟ ପୋଲିସର ମୁଖ୍ୟ କାର୍ଯ୍ୟାଳୟରେ ଏହି ଭ୍ୟାନ ଗୁଡିକର ଶୁଭାରମ୍ଭ କରାଯାଇଛି । ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଓ ନାଲକୋ ସିଏମଡି ମିଳିତ ଭାବେ ଭ୍ୟାନ ଗୁଡିକର ଶୁଭାରମ୍ଭ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ପୂର୍ବରୁ ମଧ୍ୟ ନାଲକୋ କମିଶନରେଟ ପୋଲିସକୁ ଅନେକ ପିସିଆର ଦେଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର । 2009ରେ 8ଟି, 2011ରେ 6ଟି, 2012ରେ 7ଟି, 2015ରେ 2ଟି, 2016ରେ 4ଟି ପିସିଆର ଭ୍ୟାନ ଦେଇଥିଲା ନାଲକୋ । ତେବେ ଶୁକ୍ରବାରର 8ଟି ଭ୍ୟାନକୁ ମିଶାଇଲେ ଭୁବନେଶ୍ବରରେ ବର୍ତ୍ତମାନ ମୋଟ 35ଟି ଓ କଟକରେ 21ଟି ଭ୍ୟାନ ନିୟୋଜିତ ରହିଛି । ଲୋକସଂଖ୍ୟା ବଢୁଥିବାରୁ ଆଗକୁ ଆହୁରି ପିସିଆର ଭ୍ୟାନ ଓ କର୍ମଚାରୀ ନିଯୁକ୍ତି ପାଇଁ ସରକାରଙ୍କୁ ଜଣାଇ ଦିଆଯାଇଥିବା କମିଶନର କହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ନାଲକୋ ଦେଉଛି ,ପୋଲିସ ନେଉଛି ,ଦେଖନ୍ତୁ ପିସିଆରର ଦୃଷ୍ଯBody:
କମିସନରେଟ ପୋଲିସକୁ ନାଲକୋର ଉପହାର।ଆହୁରି ୮ଟି ପିସିଆର ଭ୍ଯାନ ଦେଇଛି ନାଲକୋ ।ଏନେଇ କମିସନରେଟ ପୋଲିସ ମୁଖ୍ଯାଳୟରେ ୮ଟି ଗାଡିର ଶୁଭାରମ୍ଭ କରିଛନ୍ତି ନାଲକୋ ସିଏମଡି ଓ ପୋଲିସ କମିସନର।ଅତ୍ଯାଧୁନିର ପିସିଆର ରେ ରହିଛି ରେଡିଓ କମୁନିକେଟର,କ୍ଯାମେରା ସହ ଫାଷ୍ଟେଡ ବକ୍ସ।ଏଭଳି ଅତ୍ଯାଧୁନିକ ୮ଟି ପିସିଆର ଭ୍ଯାନ କମିସନରେଟ ଅଂଚଳରେ ପଇଁତରା ମାରିବ।ତେବେ ପୁର୍ବରୁ ମଧ୍ଯ ନାଲକୋ ଅନେକ ପିସିଆର ଭ୍ଯାନ ଦେଇଛି।ସେଥିମଧ୍ଯରୁ ୨୦୦୯ରେ ୮ଟି,୨୦୧୧ରେ ୬ଟି,୧୨ରେ୭ଟି,୨୦୧୫ରେ୨ଟି ଓ ୨୦୧୧୬ରେ ୪ଟି ମୋଟ ୨୭ଟି ପିସିଆର ଦେଇଥିଲେ ଏବେ ୮ଟି ପିସିଆର ଦେବା ପରେ ମୋଟ ୩୫ଟି ପିସିଆର ନାଲକୋ ଦେଇଛି କମିସନରେଟ ପୋଲିସକୁ।ଯାହାର ଶୁଭାରମ୍ଭ କରିଛନ୍ତି ନାଲକୋ ସିଏମଡି ତପନ ଚାନ୍ଦ ଓ ପୋଲିସ କମିସନର ସୁଧାଶୁଂ ସରଙ୍ଗି।
ତେବେଏବେ ଭୁବନେଶ୍ବରରେ ୩୫ଟି ଓ କଟକରେ ୨୧ଟି ପିସିଆର ଭ୍ଯାନ ନିୟୋଜିତ ରହିଛି।ତେବେ ଲୋକସଂଖ୍ଯା ବଢିବାରୁ ଆହୁରି ପିସିଆର ଭ୍ଯାନ ଯୋଗାଇବା ସହ ପିସିଆର କର୍ମଚାରି ନିୟୋଜିତ ପାଇଁ ସରକାରକୁ ଜଣାଇଛନ୍ତି କମିସନରେଟ ପୋଲିସ।ତେବେ ପ୍ରାୟ ୨୦୦୦ରୁ ଉର୍ଧ କଲ ପିସିଆର ଯୋଗେ ଲୋକଙ୍କ ପାଖରେ ପହଂଚଛି କମିସନରେଟ ପୋଲିସ ତେବେ ବଢୁଥିବା ସହରକୁ ଦୃଷ୍ଟିରେ ରଖି ସୁରକ୍ଷା ଦୃଷ୍ଟିରୁ ଅଧିକ ପିସିଆର ଭ୍ଯାନର ଆବଶ୍ଯକତା ରହିଛି।
Conclusion:ବାଇଟ-ଡ ସୁଧାଶୁ ସରଙ୍ଗି,ପୋଲିସ କମିସନର
Last Updated : Sep 27, 2019, 10:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.