ETV Bharat / city

ଭେଣ୍ଟିଲେଟରରେ ପ୍ରଦୀପ୍ତ; ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ନବୀନ

author img

By

Published : May 6, 2021, 11:27 AM IST

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଗତ 24 ଘଣ୍ଟା ହେଲା ତାଙ୍କୁ AIIMS ଭେଣ୍ଟିଲେଟରରେ ରଖାଯାଇଛି । ଆଜି ତାଙ୍କ ସ୍ବାସ୍ଥ୍ୟବସ୍ଥା କଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ନବୀନ
ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ନବୀନ

ଭୁବନେଶ୍ବର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଗତ 24 ଘଣ୍ଟା ହେଲା ତାଙ୍କୁ AIIMS ଭେଣ୍ଟିଲେଟରରେ ରଖାଯାଇଛି । ଆଜି ତାଙ୍କ ସ୍ବାସ୍ଥ୍ୟବସ୍ଥା କଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହିତ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ପ୍ରଦୀପ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ନବୀନ ।

ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ନବୀନ
ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ନବୀନ

ସମସ୍ତ ଚେଷ୍ଟା ସତ୍ତ୍ବେ ପ୍ରଦୀପ୍ତ ନାୟକଙ୍କ ସ୍ବାସ୍ଥ୍ୟବସ୍ଥାରେ ବିଶେଷ ଉନ୍ନତି ଆସୁନାହିଁ । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିଲେ ବି ଉନ୍ନତି ଆସୁନାହିଁ । ତାଙ୍କୁ ଅଧିକ ଚିକିତ୍ସା ଲାଗି ଅନ୍ୟତ୍ର ସ୍ଥାନାନ୍ତର ପାଇଁ ମତ ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗଠନ ହୋଇଥିବା ଡାକ୍ତରୀ ଦଳ । ତେବେ ଏନେଇ ପରବର୍ତ୍ତୀ ନିଷ୍ପତ୍ତି ସରକାର ନେବେ ।

ପ୍ରଦୀପ୍ତଙ୍କ ଅଧିକ ଚିକିତ୍ସା ଲାଗି ସରକାର ଯୋଜନା କରୁଥିବା ଜଣାପଡିଛି । ତାଙ୍କୁ ଅଧିକ ଚିକିତ୍ସା ଲାଗି ସରକାର ହାଇଦ୍ରାବାଦ ପଠାଇ ପାରନ୍ତି । ଏନେଇ ସରକାର ବିଚାର ବିମର୍ଷ କରୁଛନ୍ତି। ବୁଧବାର ପୂର୍ବାହ୍ନରେ ପ୍ରଦୀପ୍ତଙ୍କ ସ୍ବାସ୍ଥ୍ୟ ହଠାତ ବିଗିଡ଼ିଥିଲା ତେଣୁ ତାଙ୍କୁ ଅପରାହ୍ନରେ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି । ତେବେ କୋଭିଡ ଯୋଗୁଁ ତାଙ୍କ ଫୁସଫୁସ ପ୍ରଭାବିତ ହୋଇଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.