ETV Bharat / city

ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, CAPF ବାବଦ 4561 କୋଟି ଛାଡ ଦାବି - ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 4561 କୋଟି ଟଙ୍କା ଛାଡ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

author img

By

Published : Apr 29, 2021, 3:28 PM IST

Updated : Apr 29, 2021, 5:09 PM IST

ଭୁବନେଶ୍ବର: କେନ୍ଦ୍ରୀୟ ବାହିନୀ ନିୟୋଜନ ବାବଦ ଖର୍ଚ୍ଚ ଛାଡ଼ ଦାବି କରିଛି ଓଡ଼ିଶା । ଗୁରୁବାର ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସିଆରପିଏଫ ଯବାନ ମୁତୟନ ବାବଦକୁ ଓଡ଼ିଶା ଠାରୁ ୪୫୬୧.୨୧ କୋଟି ଖର୍ଚ୍ଚ ଦାବି କରିଥିଲା କେନ୍ଦ୍ର । ତେବେ ଏହା ଛାଡ଼ କରିବାକୁ କେନ୍ଦ୍ରକୁ ଚିଠି ଲେଖିଛି ରାଜ୍ୟ ।

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରୀୟ ସୁରକ୍ଷା ବଳ (CAPF) ବାବଦରେ ରାଜ୍ୟ ଦେବାକୁ ଥିବା ଅର୍ଥ ଛାଡ ପାଇଁ ଦାବି କରିଛନ୍ତି ନବୀନ । ଅକ୍ଟୋବର 2020 ସୁଦ୍ଧା ବାକି ଅର୍ଥ ଛାଡ କରିବାକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ।

ଦେଶରେ ମାଓ କାର୍ଯ୍ୟକଳାପ ଏକ ବଡ଼ ପ୍ରସଙ୍ଗ ହୋଇ ରହିଛି । ମାଓ ମୁକାବିଲା ଲାଗି ମାଓ ପ୍ରବଣ ରାଜ୍ୟରେ କେନ୍ଦ୍ର ସରକାର ସିଆରପିଏଫ ଯବାନ ମୁତୟନ କରିଥାନ୍ତି । ଏଥିପାଇଁ କିଛି ଟଙ୍କା ରାଜ୍ୟ ସରକାର କେନ୍ଦ୍ରକୁ ଦିଅନ୍ତି । ତେବେ ଏହା ଏକ ଜାତୀୟ ଓ ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟାପାର କହି ଅର୍ଥ ଛାଡ କରିବାକୁ ଦାବି କରିଛି ଓଡ଼ିଶା । ଉଭୟ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ମାଓ ମୁକାବିଲା କରୁଛନ୍ତି । ରାଜ୍ୟ ସରକାର ସୀମିତ ସମ୍ବଳରେ ସୁରକ୍ଷା ବାହିନୀ ନିୟୋଜିତ କରୁଛନ୍ତି ବୋଲି ଓଡ଼ିଶା ଯୁକ୍ତି ବାଢ଼ିଛି ।

ମାଓ କାର୍ଯ୍ୟକଳାପରେ ବ୍ରେକ ଲଗାଇବା ଲାଗି ୧୨ଟି ବାଟାଲିୟନ ପ୍ରତିଷ୍ଠା ହୋଇଛି । ରାଜ୍ୟ ପୋଲିସ କ୍ୟାଡରରେ ୩୦ ହଜାର ପଦବୀ ସୃଷ୍ଟି କରାଯାଇଛି । ମାଓ ମୁକାବିଲା ପାଇଁ ସୁରକ୍ଷାବଳକୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି । କେନ୍ଦ୍ରୀୟ ବାହିନୀ ମୁତୟନରେ ଓଡ଼ିଶା ସମସ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗୃହ ମନ୍ତ୍ରାଳୟ ପକ୍ଷରୁ ଦାବି ଅର୍ଥର ପୁନର୍ବିଚାର କରିବାକୁ କୁହାଯାଇଛି । ୨୦୧୫ରେ ମଧ୍ୟ ଓଡ଼ିଶା ଏ ବାବଦରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲା ।

କେନ୍ଦ୍ରର ପ୍ରଚଳିତ ନୀତିରେ ଏନେଇ କୌଣସି ବ୍ୟବସ୍ଥା ନାହିଁ । କିଛି ସ୍ୱତନ୍ତ୍ର ମାନ୍ୟତା ପ୍ରାପ୍ତ ରାଜ୍ୟକୁ ଛାଡ଼ି ଅନ୍ୟ ରାଜ୍ୟମାନେ ଏହି ଭାର ବହନ କରନ୍ତି । ଦେଶର ସମ୍ବଳ ଅଭାବରୁ ଅନ୍ୟ ରାଜ୍ୟ ମାନଙ୍କୁ ଏହି ଖର୍ଚ୍ଚ ଛାଡ଼ କରିବା ସମ୍ଭବ ନୁହେଁ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ୨୦୧୫ରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ଉତ୍ତର ଦେଇଥିଲା । ଏହାର ପୁନର୍ବିଚାର କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ପୁଣି ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି । ଟଙ୍କା ଛାଡ଼ ଲାଗି ଦାବି କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Apr 29, 2021, 5:09 PM IST

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.