ETV Bharat / city

ଓଡ଼ିଶାକୁ ନାବାର୍ଡର ସହୟତା, 24 ବ୍ରିଜ ପାଇଁ ଦେବ 303 କୋଟି

ବ୍ରିଜ୍‌ ପ୍ରକଳ୍ପ ପାଇଁ ଅନୁଦାନ ରାଶି ଅନୁମୋଦନ କରିଛି ନାବାର୍ଡ । ରାଜ୍ୟର 24ଟି ବ୍ରିଜ ପ୍ରକଳ୍ପ ନିର୍ମାଣ ପାଇଁ 303 କୋଟି ଟଙ୍କା ଅନୁମୋଦନ କରିଛନ୍ତି ନାବାର୍ଡ କର୍ତ୍ତୃପକ୍ଷ । ଅଧିକ ପଢ଼ନ୍ତୁ...

ଓଡ଼ିଶାକୁ ନାବାର୍ଡର ସହୟତା, 24 ବ୍ରିଜ ପାଇଁ ଦେବ 303 କୋଟି
ଓଡ଼ିଶାକୁ ନାବାର୍ଡର ସହୟତା, 24 ବ୍ରିଜ ପାଇଁ ଦେବ 303 କୋଟି
author img

By

Published : Oct 6, 2021, 9:09 PM IST

ଭୁବନେଶ୍ବର: ରାଜ୍ୟର ବିକାଶ ଦିଗରେ ସାହା ହେଉଛି ନାବାର୍ଡ । ରାଜ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ପାଇଁ ସହାୟତାର ହାତ ବଢ଼ାଉଛି ନାବାର୍ଡ । ସଡ଼କ ଓ ପାନୀୟ ଜଳ ପରେ ଏବେ ବ୍ରିଜ୍‌ ପ୍ରକଳ୍ପ ପାଇଁ ଅନୁଦାନ ରାଶି ଅନୁମୋଦନ କରିଛି ନାବାର୍ଡ । ରାଜ୍ୟର 24ଟି ବ୍ରିଜ ପ୍ରକଳ୍ପ ନିର୍ମାଣ ପାଇଁ 303 କୋଟି ଟଙ୍କା ଅନୁମୋଦନ କରିଛନ୍ତି ନାବାର୍ଡ କର୍ତ୍ତୃପକ୍ଷ ।

ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (Rural Development Fund) ଅଧୀନରେ ବ୍ରିଜ ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କୁ 303 କୋଟି ଟଙ୍କା ସହାୟତା ପ୍ରଦାନ କରିବାକୁ ମଞ୍ଜୁର କରିଛି ନାବାର୍ଡ । ମୋଟ 13ଟି ଜିଲ୍ଲାରେ 4337.15 ମିଟର ଦୀର୍ଘ ଗ୍ରାମୀଣ ବ୍ରିଜ ନିର୍ମାଣ ହେବ । ଏହି ପ୍ରକଳ୍ପ ଦ୍ୱାରା 823ଟି ଗାଁରେ 24.13 ଲକ୍ଷ ଲୋକ ଉପକୃତ ହେବେ ।

ପାନୀୟ ଜଳ, ଜଳସେଚନ ଏବଂ ଗ୍ରାମୀଣ ଯୋଗାଯୋଗ ଅଧୀନରେ ଥିବା ଗ୍ରାମୀଣ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ RDF ଅଧୀନରେ ସହାୟତା କରିବାକୁ ଯୋଜନା କରାଯାଇଛି । RDF XXVII (2021-22) ଅଧୀନରେ 1796 କୋଟି ମଞ୍ଜୁର କରାଯାଇଛି । ଏହି ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ଲୋକମାନଙ୍କର ଜୀବିକା ନିର୍ବାହ ପାଇଁ ସହାୟତା ସହ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ନାବାର୍ଡ ପକ୍ଷରୁ କୁହାଯାଇଛି ।

ନିର୍ମାଣ ହେବାକୁ ଥିବା 24 ବ୍ରିଜ ନିମ୍ନରେ ପଦତ୍ତ:-

1. ଭଦ୍ରକ ଜିଲ୍ଲା ଧାମନଗର ବ୍ଳକ ଅନ୍ତର୍ଗତ ଖଡ଼ିପଡା- ଆନନ୍ଦପୁର ରାସ୍ତାରେ ବୈତରଣୀ ନଦୀ ଉପରେ ବ୍ରିଜ ନିର୍ମାଣ ହେବ ।
2. କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ଅଞ୍ଚଳରେ ତେଲ ନଦୀ ଉପରେ ବ୍ରିଜ ନିର୍ମାଣ ହେବ ।
3. କେନ୍ଦୁଝର ଜିଲ୍ଲା ହାଟଡିହ ଅଞ୍ଚଳରେ ସାଳନ୍ଦୀ ନଦୀ ଉପରେ ବ୍ରିଜ ନିର୍ମାଣ ହେବ ।
4. କେନ୍ଦୁଝର ଘଷିପୁରା ବ୍ଳକ କୁସେଇ ନଦୀ ଉପରେ ବ୍ରିଜ ନିର୍ମାଣ ।
5. ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଳକ ଅନ୍ତର୍ଗତ ସାଳିଆ କେନାଲ ଉପରେ ବ୍ରିଜ ନିର୍ମାଣ ହେବ ।
6. ଖୋର୍ଦ୍ଧା ଜିଲ୍ଲା ଗାଙ୍ଗୁଆ ନାଳ ଉପରେ ବ୍ରିଜ ନିର୍ମାଣ ହେବ ।
7. କୋରାପୁଟ ବୈପାରିଗୁଡାରେ କୋଲାବ ନଦୀ ଉପରେ ବ୍ରିଜ ନିର୍ମାଣ ହେବ ।
8. ନୟାଗଡ଼ ରଣପୁରରେ ହଡା ନାଳ ଉପରେ ବ୍ରିଜ ନିର୍ମାଣ ହେବ ।
9. ନୂଆପଡା ଖରିଆରରେ ସୁନ୍ଦର ନଦୀ ଉପରେ ବ୍ରିଜ ନିର୍ମାଣ ହେବ ।
10. ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକରେ ଲୁଣା ନଦୀ ଉପରେ ବ୍ରିଜ ନିର୍ମାଣ ହେବ ।
11. ପୁରୀ ଡେଲାଙ୍ଗ ବ୍ଳକରେ ଦୟା ନଦୀ ଉପରେ ବ୍ରିଜ ନିର୍ମାଣ ହେବ ।
12. ପୁରୀ ଜିଲ୍ଲାର କଣାସ ବ୍ଳକରେ ଦୟା ନଦୀ ଉପରେ ବ୍ରିଜ ନିର୍ମାଣ ହେବ ।
13. କେନ୍ଦ୍ରାପଡା ଜିଲ୍ଲା ପଟାମୁଣ୍ଡାଇ ବ୍ଳକରେ ବ୍ରହ୍ମଣୀ ନଦୀ ଉପରେ ବ୍ରିଜ ନିର୍ମାଣ ହେବ ।
14. ବାଲେଶ୍ଵର ସଦର ବ୍ଳକ ଅଞ୍ଚଳରେ ନୁଣିଆଯୋଡି ନାଳ ଉପରେ ବ୍ରିଜ ନିର୍ମାଣ ହେବ ।
15. ବାଲେଶ୍ଵର ସୋର ବ୍ଳକ କଂସାବାସନ ନଦୀ ଉପରେ ବ୍ରିଜ ନିର୍ମାଣ ହେବ ।
16. ବଲାଙ୍ଗୀର ଟିଟିଲାଗଡ଼ରେ ଲାନ୍ଥ ନଦୀ ଉପରେ ବ୍ରିଜ ନିର୍ମାଣ ହେବ ।
17. ବଲାଙ୍ଗୀରରେ ସୋନଗଡ଼ ନଦୀ ଉପରେ ବ୍ରିଜ ନିର୍ମାଣ ହେବ ।
18. ନବରଙ୍ଗପୁର ଉମରକୋଟରେ ଭଣ୍ଡାରୀ ନଦୀ ଉପରେ ବ୍ରିଜ ନିର୍ମାଣ ହେବ ।
19. ଢେଙ୍କାନାଳ କାମାକ୍ଷାନଗରରେ କଣ୍ଟାବେଳି ନାଳ ଉପରେ ବ୍ରିଜ ନିର୍ମାଣ ହେବ ।
20. ଢେଙ୍କାନାଳ ଓଡ଼ପଡାରେ ଲିଙ୍ଗରା ନଦୀ ଉପରେ ବ୍ରିଜ ନିର୍ମାଣ ହେବ ।
21. ନବରଙ୍ଗପୁରରେ ଏକ ସ୍ଥାନୀୟ ନାଳ ଉପରେ ବ୍ରିଜ ନିର୍ମାଣ ହେବ ।
22. କଳାହାଣ୍ଡି ନର୍ଲାରେ ସନ୍ଦୋଳ ନଦୀ ଉପରେ ବ୍ରିଜ ଓ ଆପ୍ରୋଚ ରୋଡ଼ ନିର୍ମାଣ ହେବ ।
23. କେନ୍ଦୁଝରରେ ଧୋବାକାଚିନି ନାଳ ଉପରେ ବ୍ରିଜ ନିର୍ମାଣ ହେବ ।
24. କେନ୍ଦୁଝରରେ ନାଂଜିପଡା ନାଳ ଉପରେ ବ୍ରିଜ ନିର୍ମାଣ ହେବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.