ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ପିଆଇଏଲ ଦାଖଲ କରିବ ନବନିର୍ମାଣ କୃଷକ ସଙ୍ଗଠନ - PETITION AGAINST NAVEEN

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦାଖଲ ହେବ ଜନସ୍ବାର୍ଥ ମାମଲା(ପିଆଇଏଲ)। କୃଷକ ବିରୋଧି ନୀତି ପାଇଁ ଆଗକୁ ନବୀନ ବିରୋଧରେ ମାମଲା ଦାଖଲ କରିବାକୁ ନିଷ୍ପତ୍ତି ନେଇଛି ନବ ନିର୍ମାଣ କୃଷକ ସଙ୍ଗଠନ।

PETITION AGAINST NAVEEN
ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଜନସ୍ବାର୍ଥ ମାମଲା ଦାଖଲ କରିବ ନବନିର୍ମାଣ କୃଷକ ସଂଗଠନ
author img

By

Published : Dec 24, 2019, 10:45 PM IST

ଭୁବନେଶ୍ବର: କୃଷକ ବିରୋଧି ନୀତି ନେଇ ହାଇକୋର୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଜନସ୍ବାର୍ଥ ମାମଲା(ପିଆଇଏଲ) ଦାଖଲ କରିବ ନବନିର୍ମାଣ କୃଷକ ସଙ୍ଗଠନ। ଭୁବନେଶ୍ବରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏକଥା କହିଛି ସଙ୍ଗଠନ।

ମୁଖ୍ୟମନ୍ତ୍ରୀ କୋଟି କୋଟି ଲୋକଙ୍କୁ ପ୍ରତିଶ୍ରୁତି ଦେଇ ସେଥିରୁ ଓହରି ଯାଇ ଜନସାଧାରଣଙ୍କୁ ଧୋକା ଦେଇଛନ୍ତି। ସାଧାରଣ ଲୋକ ଯଦି କୌଣସି ପ୍ରତିଶ୍ରୁତି ଦେଇ ପୂରଣ ନ କରେ ତା ବିରୁଦ୍ଧରେ ଠକେଇ ଅଭିଯୋଗରେ ଦଣ୍ଡ ବିଧାନ କରାଯାଉଛି। ହେଲେ ମୁଖ୍ୟମନ୍ତ୍ରୀ ଗତ ସାଧାରଣ ନିର୍ବାଚନ ପୂର୍ବରୁ ଲକ୍ଷ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନା ମାଧ୍ୟମରେ ବର୍ଷକୁ ଦଶ ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ନେବା ସହ ବଜେଟରେ ଏଥିପାଇଁ ଅର୍ଥ ବ୍ୟୟବରାଦ କରିଥିଲେ। ହେଲେ ନିର୍ବାଚନ ସରିବାର 6ରୁ 8 ମାସ ମଧ୍ୟରେ ଓହରି ଯାଇ କେନ୍ଦ୍ର ଯୋଜନାରେ ରାଜ୍ୟ ଯୋଜନାକୁ ମିଶାଇ ଟଙ୍କା ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଯାହାକୁ ବିରୋଧୀ କରି ଏହି ମାମଲା ରୁଜୁ କରାଯିବ ବୋଲି ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ କୁହାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଜନସ୍ବାର୍ଥ ମାମଲା ଦାଖଲ କରିବ ନବନିର୍ମାଣ କୃଷକ ସଂଗଠନ

ଆୟୋଜିତ ସଙ୍ଗଠନର ରାଜ୍ୟ କାର୍ଯ୍ୟକାରିଣୀରେ ଏହି ନିଷ୍ପତ୍ତି ସହିତ ଆହୁରି 3ଟି ନିଷ୍ପତ୍ତି ନିଆଯାଇଛି। ଆସନ୍ତା 26 ତାରିଖରୁ ସରକାର ବିରୁଦ୍ଧରେ ସତ୍ୟାଗ୍ରହ ଆରମ୍ଭ କରିବ ସଙ୍ଗଠନ। ଗତ ନଭେମ୍ବରରେ ସରକାରଙ୍କୁ ଦିଆଯାଇଥିବା 18 ଦଫା ଦାବି ପୂରଣ ନ ହେଲେ ଆଗାମୀ ମେ ମାସ ଠାରୁ ଆନ୍ଦୋଳନକୁ ତ୍ବରାନ୍ବିତ କରିବା ପାଇଁ ପାଣ୍ଠିସଂଗ୍ରହ ଏବଂ କେନ୍ଦ୍ରସରକାର ଦେଶରେ ଆଣୁଥିବା ସିଏଏକୁ ବିରୋଧ କରାଯାଇଛି। କାରଣ ଏହା ଦ୍ବାରା ସମ୍ବିଧାନର 14 ଧାରା କ୍ଷୁର୍ଣ୍ଣ ହେବା ସହ ନାଗରିକ ଅଧିକାରର ଉଲଂଘନ ହେଉଥିବା କୁହାଯାଇଛି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ନବନିର୍ମାଣ କୃଷକ ସଙ୍ଗଠନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୃଷକ ବିରୋଧୀ ନୀତି ନେଇ ଓଡିଶା ହାଇକୋର୍ଟରେ ପିଆଇଏଲ/ଜନସ୍ୱାର୍ଥ ମାମଲା ରୁଜୁ କରିବ।କିପରି ଶ୍ରୀ ପଟ୍ଟନାୟକ କୋଟି କୋଟି ଲୋକଙ୍କୁ ପ୍ରତିଶ୍ରୁତି ଦେବା ସହ ସେଥିରୁ ଓହରି ଯାଇ ଲୋକମାନଙ୍କୁ ଧୋଖା ଦେଇଛନ୍ତି।ସାଧାରଣ ଲୋକ ଟିଏ ଯଦି କୌଣସି ପ୍ରତିଶ୍ରୁତି ଦେଇ ପୂରଣ ନ କଲେ ତାଙ୍କ ବିରୁଦ୍ଧରେ ଠକେଇ ଭିଯୋଗରେ ଦଣ୍ଡ ବିଧାନ କରାଯାଉଛି।ସେପରି ସ୍ଥଳେ ମୁଖ୍ୟମନ୍ତ୍ରୀ ଗତ ସାଧାରଣ ନିର୍ବାଚନ ପୂର୍ବରୁ ଲକ୍ଷ ଲକ୍ଷ ଚାଷୀମାନଙ୍କୁ କାଳିଆ ଯୋଜନା ମାଧ୍ୟମରେ ବର୍ଷ କୁ ଦଶ ହଜାର ଟଙ୍କା ଦେବାକୁ ନିଷ୍ପତି ନେବା ସହ ବଜେଟ ରେ ଏଥିପାଇଁ ଅର୍ଥ ବରାଦ କରିଥିଲେ।କିନ୍ତୁ ନିର୍ବାଚନ ସାରିବାର 6ରୁ 8 ମାସ ମଧ୍ୟରେ ଓହରି ଯାଇ କେନ୍ଦ୍ର ଯୋଜନା ରେ ରାଜ୍ୟ ଯୋଜନାକୁ ମିଶାଇ କେନ୍ଦ୍ରର 6 ହଜାର ଓ ରାଜ୍ୟ 6ହଜାର ଟଙ୍କା ଦେବ ବୋଲି ନିଷ୍ପତ୍ତି ନେଇଛନ୍ତି।ଯାହାକୁ ବିରୋଧୀ କରି ଏହି ମାମଲା ରୁଜୁ କରାଯିବ ବୋଲି କୁହାଯାଇଛି।

Body:ଆଜି ସ୍ଥାନୀୟ ସାମ୍ବାଦିକଭବନ ପରିସରରେ ଆୟୋଜିତ ସଙ୍ଗଠନ ର ରାଜ୍ୟ କାର୍ଯ୍ୟକାରୀଣୀ ରେ ଏହି ନିଷ୍ପତ୍ତି ସହିତ ଆହୁରି 3ଟି ନିଷ୍ପତ୍ତି ନିଆଯାଇଛି।ଯେଉଁଥିରେ ସରକାରଙ୍କ ଚାଷିବିରୋଧୀ ନୀତି ସହ ସେମାନଙ୍କୁ ମୂଖ୍ୟଦାବି ସରକାର ପୂରଣ କରିବା ଦାବିରେ ଆସନ୍ତା 26 ତାରିଖରୁ ସରକାର ବିରୁଦ୍ଧରେ ସତ୍ୟାଗ୍ରହ ଆରମ୍ଭ କରାଯିବ।ଗତ ନଭେମ୍ବରରେ ସରକାରଙ୍କୁ ଦିଆଯାଇଥିବା 18 ଦଫା ଦାବି ପୂରଣ ନ ହେଲେ ଆଗାମୀ ମେ ମାସ ଠାରୁ ଆନ୍ଦୋଳନ କୁ ତ୍ୱରାନ୍ୱିତ କରିବା ପାଇଁ ପାଣ୍ଠିସଂଗ୍ରହ ଏବଂ କେନ୍ଦ୍ରସରକାର ଦେଶରେ ଅଣୁଥିବା ସି ଏ ଏ କୁ ବିରୋଧ କରାଯାଇଛି।କାରଣ ଏହା ଦ୍ବାରା ସମ୍ବିଧାନର 14 ଧାରା କ୍ଷୁର୍ଣ୍ଣ ହେବା ସହ ନାଗରିକ ଅଧିକାର ର ଉଲଂଘନ ହେଉଥିବା କୁହାଯାଇଛି।ଆଜି ଏହି ଉତ୍ସବରେ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର,ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ ଆବାହାକତ୍ୱରେ ଆୟୋଜିତ କାର୍ଯ୍ୟକାରିଣୀରେ ରାଜ୍ୟର ସମସ୍ତ ଜିଲ୍ଲାରୁ କାର୍ଯ୍ୟକର୍ତାମାନେ ଯୋଗ ଦେଇ ଥିଲେ।
ବାଇଟ-ଅକ୍ଷୟ କୁମାର-ରାଷ୍ଟ୍ରୀୟ ସଂଯୋଜକ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.