ETV Bharat / city

କୃଷିମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ନବନିର୍ମାଣ କୃଷକ ସଂଗଠନର ବିକ୍ଷୋଭ ପ୍ରଦର୍ଶନ

author img

By

Published : Jan 9, 2020, 2:32 PM IST

କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ସମ୍ମୁଖରେ ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତାଙ୍କ ବିକ୍ଷୋଭ ପ୍ରଦର୍ଶନ । ‘କାଳିଆ’ ଟଙ୍କା ହିତାଧିକାରୀଙ୍କୁ ନମିଳିବା ପ୍ରତିବାଦରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ନବନିର୍ମାଣ କୃଷକ ସଂଗଠନର ବିକ୍ଷୋଭ ପ୍ରଦର୍ଶନ
ନବନିର୍ମାଣ କୃଷକ ସଂଗଠନର ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ବର: କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ସମ୍ମୁଖରେ ଧାରଣା । ନିଜ ହକ୍‌ର ଟଙ୍କା ନ ମିଳିବାରୁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା । କୃଷିମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ଏଭଳି ବିକ୍ଷୋଭକୁ ଦେଖି ପୋଲିସ ସେମାନଙ୍କୁ ଉଠାଇନେଇଛି ।

ସୂଚନା ଅନୁସାରେ ‘କାଳିଆ’ ଟଙ୍କା ହିତାଧିକାରୀଙ୍କୁ ନ ମିଳିବା ପ୍ରତିବାଦରେ କୃଷିମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଗୁରୁବାର ସକାଳେ ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତାମାନେ ଧାରଣା ଦେଇଥିଲେ। ଅନେକ ମହିଳା ମଧ୍ୟ ଏହି ଧାରଣାରେ ସାମିଲ ହୋଇଥିଲେ । ହେଲେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ବିକ୍ଷୋଭକାରୀଙ୍କୁ ପୋଲିସ ବୁଝାସୁଝା କରିବା ସହ ପରେ ସେମାନଙ୍କୁ ଉଠାଇ ନେଇଥିଲା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସିଥିଲେ ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା। ପରେ ସେଠାରୁ ସେମାନଙ୍କୁ ପୁଲିସ୍‌ ଉଠାଇ ନେଇ ଯାଇଛି।।Body:ସୂଚନା ଅନୁସାରେ ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା ଆଜି ସକାଳେ ‘କାଳିଆ’ ଟଙ୍କା ହିତାଧିକାରୀଙ୍କୁ ନ ମିଳିବା ପ୍ରତିବାଦରେ କୃଷିମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଦେଉଥିଲେ। Conclusion:ଅନେକ ମହିଳା ମଧ୍ୟ ଏହି ଧାରଣାରେ ସାମିଲ ହୋଇଥିଲେ। ହେଲେ ବିକ୍ଷୋଭକାରୀଙ୍କୁ ପୁଲିସ୍‌ ବୁଝାସୁଝା କରିବା ସହ ପରେ ସେମାନଙ୍କୁ ଉଠାଇ ନେଇଥିଲା

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.