ETV Bharat / city

ରାଜ୍ୟରେ କୋଭିସିଲ୍ଡ ଟିକା ସଙ୍କଟ, ପୁଣି କେନ୍ଦ୍ରକୁ ଚିଠି ଲେଖିଲେ ସ୍ବାସ୍ଥ୍ୟମନ୍ତ୍ରୀ

ରାଜ୍ୟରେ କୋଭାସିଲ୍ଡ ଟିକାର ଅନିୟମତା ଯୋଗାଣ ଯୋଗୁଁ ଟିକାକରଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଏଣୁ ପୁଣି ଥରେ ଟୀକା ଅଭାବ ନେଇ କେନ୍ଦ୍ରକୁ ଚିଠି ଲେଖିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ।

ରାଜ୍ୟରେ କୋଭିସିଲ୍ଡ ଟିକା ସଙ୍କଟ,  ପୁଣି କେନ୍ଦ୍ରକୁ ଚିଠି ଲେଖିଲେ ସ୍ବାସ୍ଥ୍ୟମନ୍ତ୍ରୀ
ରାଜ୍ୟରେ କୋଭିସିଲ୍ଡ ଟିକା ସଙ୍କଟ, ପୁଣି କେନ୍ଦ୍ରକୁ ଚିଠି ଲେଖିଲେ ସ୍ବାସ୍ଥ୍ୟମନ୍ତ୍ରୀ
author img

By

Published : Apr 30, 2021, 7:47 PM IST

Updated : Apr 30, 2021, 7:53 PM IST

ଭୁବନେଶ୍ବର: ଟିକା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଲେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ । ୨୫ ଲକ୍ଷ କୋଭିସିଲ୍ଡ ଟିକା ଯୋଗାଣ ପାଇଁ ଅନୁରୋଧ କରିଛନ୍ତି ନବ କିଶୋର ।

ରାଜ୍ୟରେ କୋଭିସିଲ୍ଡ ଟିକା ସଙ୍କଟ,  ପୁଣି କେନ୍ଦ୍ରକୁ ଚିଠି ଲେଖିଲେ ସ୍ବାସ୍ଥ୍ୟମନ୍ତ୍ରୀ
ରାଜ୍ୟରେ କୋଭିସିଲ୍ଡ ଟିକା ସଙ୍କଟ, ପୁଣି କେନ୍ଦ୍ରକୁ ଚିଠି ଲେଖିଲେ ସ୍ବାସ୍ଥ୍ୟମନ୍ତ୍ରୀ

45 ବର୍ଷ ଓ ତାଠୁ ଉର୍ଦ୍ଧ୍ବ ବୟସ୍କ ଲୋକଙ୍କୁ ଦ୍ବିତୀୟ ଡୋଜ ଟିକା ଦେବା ପାଇଁ ତୁରନ୍ତ ଆହୁରୀ ଟିକାର ଆବଶ୍ୟକତା ରହିଛି । ଏଣୁ ଯଥାସମ୍ବରମ୍ବ ଟିକା ଯୋଗାଣ ପାଇଁ କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ।

ଶୁକ୍ରବାର ସୁଦ୍ଧା ରାଜ୍ୟ ୫୩ ଲକ୍ଷ ୩୭ ହଜାର ୮୭୦ କୋଭାସିଲ୍ଡ ଡୋଜ ପାଇଥିବା ବେଳେ ବାକି ୧,୦୬ ଲକ୍ଷ ଡୋଜ ଟିକାର ବଣ୍ଟନ ପ୍ରକ୍ରିୟା ଜାରି ରହିଛି । ଗତ ଏପ୍ରିଲ ୨୦ ତାରିଖରୁ ୨୯ ଏପ୍ରିଲ ମଧ୍ୟରେ ରାଜ୍ୟ ତିନୋଟି ପର୍ଯ୍ୟାୟରେ ୨ ଲକ୍ଷ ୯ ହଜାର କୋଭିସିଲ୍ଡ ଟିକା ପାଇଛି ।

ଯେଉଁଥିପାଇଁ ରାଜ୍ୟର ଆବଶ୍ୟକତା ଅନୁସାରେ ଏତେ କମ ଟିକାକରଣରେ କାର୍ଯ୍ୟ କରିବା କଷ୍ଟକର । ଏହିପରି ଟିକା ଅନିୟମିତ ଯୋଗାଣ ଯୋଗୁଁ ରାଜ୍ୟରେ ଦୈନିକ ୧୧୦୦ ଟୀକାକରଣ କେନ୍ଦ୍ରରେ ଟିକାଦାନ କାର୍ଯ୍ୟକ୍ରମ ସମ୍ଭବ ହୋଇପାରୁନାହିଁ । ଅନ୍ୟପକ୍ଷରେ ଏପ୍ରିଲ୩ ରେ ୨ ଲକ୍ଷ ୭୧ ହଜାର ଟିକାଦାନ ହୋଇଥିବା ବେଳେ ୨୯ ଏପ୍ରିଲରେ ଏହା ମାତ୍ର ୨୭ ହଜାରରେ ସୀମିତ ରହିଛି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୫ ବର୍ଷରୁ ଉର୍ଦ୍ଧ୍ବ ୪୩ ଲକ୍ଷ ୨ ହଜାର ୯୪ ଜଣ ଟିକାଦାନକାରୀଙ୍କୁ ଟିକାର ପ୍ରଥମ ଡୋଜ ଦିଆଯାଇଛି । ୨୯ ଏପ୍ରିଲ ସୁଦ୍ଧା ୪ ଲକ୍ଷ ୪ ହଜାର ୩୫୮ ଜଣଙ୍କୁ ଟିକା ଦିଆଯାଇଛି । ଏବେ ୭ ଲକ୍ଷ ୫ ହଜାର ୫୯୦ ଜଣ ୪୫ ବର୍ଷରୁ ଉର୍ଦ୍ଧ୍ବ ଟୀକାକରଣ ବ୍ୟକ୍ତିଙ୍କୁ କୋଭିସିଲଡ଼ ଟିକାର ଦ୍ବିତୀୟ ଡୋଜ ଦେବା ସମୟ ହୋଇଛି ।

ଏପଟେ ଟିକା ରାଜ୍ୟରେ ଅଭାବ ରହିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ପୁନର୍ବାର ଚିଠି ଲେଖିଛନ୍ତି । ରାଜ୍ୟକୁ ଟିକା ଯୋଗାଣ ସମ୍ପର୍କରେ ଅନିୟମିତତାର ସ୍ଥିତି ସମ୍ପର୍କରେ ଅବଗତ କରିବା ସହ ଗୋଟିଏ ଥରରେ କୋଭିସଲ୍ଡ ଟିକାର ୨୫ ଲକ୍ଷ ଡୋଜ ଜରୁରୀକାଳୀନ ଭିତ୍ତିରେ ଯୋଗାଇବାକୁ ଅନୁରୋଧ କରିଛନ୍ତି । ଯାହା ଦ୍ବାରା କି ୪୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଦ୍ବିତୀୟ ଡୋଜ ଟିକା ଠିକ ସମୟରେ ଦିଆଯିବ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Apr 30, 2021, 7:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.