ETV Bharat / city

ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ

ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ସଙ୍ଗୀତରେ ଝୁମିଲେ ପ୍ରେକ୍ଷାଳୟରେ ଉପସ୍ଥିତ ଦର୍ଶକ। ଅଧିକ ପଢନ୍ତୁ...

ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ
ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ
author img

By

Published : Feb 16, 2020, 1:24 AM IST

ଭୁବନେଶ୍ବର: ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ସଙ୍ଗୀତରେ ଝୁମିଲେ ପ୍ରେକ୍ଷାଳୟରେ ଉପସ୍ଥିତ ଦର୍ଶକ।

ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ

ଉଭୟ ପ୍ରବୀଣ ଓ ନବୀନ କଣ୍ଠ ଶିଳ୍ପୀମାନଙ୍କ କଣ୍ଠରେ ପ୍ରଫୁଲ୍ଲ କରଙ୍କ ଦ୍ଵାରା ଗାୟନ କରାଯାଇଥିବା ଗୀତ ଉପସ୍ଥିତ ଶ୍ରୋତାମଣ୍ଡଳୀଙ୍କୁ ଖୁବ୍ ମନମୁଗ୍ଧ କରାଇଥିଲା । ପ୍ରଫୁଲ୍ଲ କରଙ୍କ ଜନ୍ମ ଜୟନ୍ତୀ ଅବସରରେ ଆୟୋଜିତ ହୋଇଥିବା କମଳ ଦେଶର ରାଜ କୁମାର ସଙ୍ଗୀତ ସନ୍ଧ୍ୟା ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ହୋଇଥିଲା । ଏହି ଉତ୍ସବ ପ୍ରତିବର୍ଷ ଆୟୋଜିତ ହେଉଥିବାବେଳେ ଏଥିରେ ଓଡ଼ିଶାର ପ୍ରତିଷ୍ଠିତ ଶିଳ୍ପୀମାନେ ତାଙ୍କ ଗୀତ ପରିବେଷଣ କରିଥା’ନ୍ତି ।

2ଦିନିଆ ଏହି ଉତ୍ସବ ପାଳନ କରାଯାଉଥିବା ବେଳେ ରବିବାର ତାଙ୍କର ଜନ୍ମଦିନ ଏହିଠାରେ ପାଳନ କରାଯିବ ବୋଲି ସୂଚନା ମିଳିଛି ।

ତେବେ ଶନିବାରର ଏହି ସନ୍ଧ୍ୟାରେ ବହୁ ବିଶିଷ୍ଟ କଣ୍ଠଶିଳ୍ପୀ ଯଥା ଦୁଃଖୀଶ୍ୟାମ ତ୍ରିପାଠୀ, ମହାପ୍ରସାଦ କର, ସଞ୍ଜୟ ମିଶ୍ର, ଗିରିଜା ଦାଶ, ବିରଜା ରଥ, ଅନ୍ତରା ଚକ୍ରବର୍ତ୍ତୀ, ସହିନୀ ମିଶ୍ର, ଇପ୍ସିତା ପଣ୍ଡା ଓ ମୁମ୍ବାଇର ପ୍ରସିଦ୍ଧ କଣ୍ଠଶିଳ୍ପୀ ସାରିକା ସିଂ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.