ଭୁବନେଶ୍ବର: ଗାଡ଼ିରୁ ମିଳିଲା ମୃତଦେହ । ତାହା ପୁଣି ଜନଗହଳି ପୂର୍ଣ୍ଣ ରେଳ ଷ୍ଟେସନ ଅଞ୍ଚଳରେ । ମୃତକ ଜଣକ ଗାଡ଼ିର ଡ୍ରାଇଭର ସହ ନିଜେ ସେହି ଗାଡ଼ିର ମାଲିକ ମଧ୍ୟ । ସେପଟେ ଯୁବକ ଜଣଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ସଦସ୍ୟ ।
ପୁରୁଣା ଷ୍ଟେସନ ବଜାର ଅଞ୍ଚଳରେ ଏକ ଅଶୋକ ଲେଲାଣ୍ଡ ମାଲବାହୀ ଗାଡି ମଧ୍ୟରେ ମୃତଦେହ ଦେଖିବାକୁ ମିଳିଥିଲା । ଏହି ଗାଡ଼ିର ନମ୍ବର ରହିଛି od 02 bd-2303 । ଯୁବକ ଜଣଙ୍କ ଭୁବନେଶ୍ବରର ଚମ୍ପା ପୋଖରୀ ଅଞ୍ଚଳର କୃଷ୍ଣ ପ୍ରଧାନ ବୋଲି ଜଣାପଡିଛି ।
ଗାଡ଼ିରେ ମୃତଦେହଟି ଡ୍ରାଇଭରର ଗୋଡ଼ ପାଖରେ ପଡିଥିବା ଦେଖିବକୁ ମିଳିଛି । ତେବେ ଏହା ଏକ ହତ୍ୟା କାଣ୍ଡ ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଘଟଣା ଜଣାପଡିବା ପରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ