ETV Bharat / city

ସରିଲା ନାମାଙ୍କନ: ଲଢେଇ ପାଇଁ ପ୍ରାର୍ଥୀଙ୍କ ଆହ୍ବାନ, ଶେଷ ଦିନର 3 ମେୟର ପ୍ରାର୍ଥୀଙ୍କ ଶକ୍ତି ପ୍ରଦର୍ଶନ - ପୌର ନିର୍ବାଚନ 2022

ସରିଲା ପୌର ନିର୍ବାଚନ ନାମାଙ୍କନ ପତ୍ର ଦାଖଲ । ପ୍ରାର୍ଥୀପତ୍ର ଦାଖଲ କଲେ ଆଶାୟୀ କର୍ପୋରେଟର । ଅନ୍ତିମ ଦିନରେ ମେୟର ପ୍ରାଥିୀ ଭରିଲେ ନାମାଙ୍କନ । ଅଧିକ ପଢନ୍ତୁ

ସରିଲା ନାମାଙ୍କନ ଲଢେଇ ପାଇଁ ପ୍ରାର୍ଥୀଙ୍କ ଆହ୍ବାନ : ଅନ୍ତିମ ଦିନର ତିଇନି ମେୟର ପ୍ରାର୍ଥୀଙ୍କ ଶକ୍ତି ପ୍ରଦର୍ଶନ

author img

By

Published : Mar 7, 2022, 11:01 PM IST

ଭୁବନେଶ୍ବର: ସରିଲା ପୌର ନିର୍ବାଚନ ନାମାଙ୍କନ ପତ୍ର ଦାଖଲ । ପ୍ରାର୍ଥୀପତ୍ର ଦାଖଲ କଲେ ଆଶାୟୀ କର୍ପୋରେଟର। ଅନ୍ତିମ ଦିନରେ ମେୟର ପ୍ରାଥିୀ ଭରିଲେ ନାମାଙ୍କନ। ପଟୁଆରା ଶୋଭାଯାତ୍ରା ରାଲିରେ ସମର୍ଥକଙ୍କ ଭିଡ। ଅନ୍ତିମ ଦିନରେ ରାଜନୈତିକ ଦଳର ଶକ୍ତି ପ୍ରଦର୍ଶନ। ବିଜେଡିର ମେୟର ପ୍ରାର୍ଥୀ ଭରିଲେ ନାମାଙ୍କନ ପତ୍ର । ଦଳୀୟ ସମର୍ଥକଙ୍କ ସହ ଆସିଲେ ସୁଲୋଚନା ଦାସ । ସାଥିରେ ଥିଲେ ଭୁବନେଶ୍ବର ତିନି ବିଧାୟକ ସମର୍ଥକ। ସେପଟେ ବିଜେପି ମେୟର ପ୍ରାର୍ଥୀଙ୍କ ଦମଦାରର ରାଲି । ବାଜାବାଣ ଓ ସମର୍ଥକଙ୍କ ସହ ଆସିଲେ ସୁନିତା ମୁଣ୍ଡ। ନାମାଙ୍କନ ଭରିବା ସହ ଲଢେଇ ପାଇ ଦେଲେ ଆହ୍ବାନ। ଆମ ଆଦମି ପାର୍ଟି କଳିଙ୍ଗ ସେନାର ମେୟର ପାର୍ଥୀ ବି ଭରିଲେ ନାମାଙ୍କନ ପତ୍ର।

ସରିଲା ନାମାଙ୍କନ ଲଢେଇ ପାଇଁ ପ୍ରାର୍ଥୀଙ୍କ ଆହ୍ବାନ : ଅନ୍ତିମ ଦିନର ତିଇନି ମେୟର ପ୍ରାର୍ଥୀଙ୍କ ଶକ୍ତି ପ୍ରଦର୍ଶନ

ତେବେ ଗତ ନିର୍ବାଚନରେ ଜିତିଥିବା କର୍ପୋରେଟର ପାର୍ଥୀଙ୍କୁ ଏଥର ମିଳିନଥିଲା ଦଳୀୟ ସମର୍ଥନ। ଯାହାକୁ ନେଇ ବିଜେଡିର ମାଳ ମାଳ ଅସନ୍ତୁଷ୍ଟ ପ୍ରାର୍ଥୀ ଏଥର ସ୍ବାଧୀନରେ କରିଛନ୍ତି ନାମାଙ୍କନ। କେବଳ ସେତିକି ନୁହେଁ ଅନେକ ନୁଆ ପ୍ରାର୍ଥୀ ବିଧାୟକଙ୍କ ଅନୁମତିରେ ଏଥର ନାମାଙ୍କନ ଦାଖଲ କରିଛନ୍ତି । ଏପରିକି ଅନେକ ପ୍ରାର୍ଥୀ ଗୋଟିଏ ଦଳରୁ ଆଶା ଛାଡିବା ପରେ ଅନ୍ୟ ପାର୍ଟିର ଟିକେଟରେ ଭରିଛନ୍ତି ନାମାଙ୍କନ। ଅନେକ ନୂଆ ପ୍ରାର୍ଥୀ ବି ଏଥର ସିଧାସଳଖ ଓହ୍ଲାଇଛନ୍ତି ପୌର ନିର୍ବାଚନର ମୈଦାନକୁ ।

ଆମ ଆଦମି ପାର୍ଟି ଓ କଳିଙ୍ଗ ସେନା ମଧ୍ୟ ଲଢେଇରେ ସାମିଲ ହୋଇଛନ୍ତି । ବିଜେପି ସହ ବିଜେଡିର ନୁଆ ମୁହଁଙ୍କୁ ଏଥର ଦେଖିବାକୁ ମିଳିବ ନିର୍ବାଚନ ମୈଦାନରେ । ନାମାଙ୍କନ ଦାଖଲ ପରେ ଭୋଟରଙ୍କୁ ଆକୃଷ୍ଟ କରିବା ଅଙ୍କ କଷିଲେଣି ପ୍ରମୁଖ ରାଜନୈତିକ ଦଳ । ତେବେ ସନ୍ତୁଷ୍ଟ ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ଛକାପଞ୍ଝା ଭିତରେ ବାଜିମାରିବାକୁ ସଜ ହେଲେଣି ବିରୋଧି ଓ ସ୍ବାଧୀନ ପ୍ରାର୍ଥି ।

ଭୁବନେଶ୍ବରରୁ ତାପସ ପରିଡା ଓ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.