ETV Bharat / city

ରାତି ପାହିଲେ ଗଣତି, ୩୦୩ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

author img

By

Published : Mar 25, 2022, 7:41 PM IST

ରାତି ପାହିଲେ ପୌର ନିର୍ବାଚନ ଭୋଟ ଗଣତି । ୩୦୩ ପ୍ରାର୍ଥୀଙ୍କ ଭାଗ୍ୟ ହେବ ନିର୍ଦ୍ଧାରଣ । ଅଧିକ ପଢନ୍ତୁ

ରାତି ପାହିଲେ ଗଣତି, ୩୦୩ ପ୍ରାର୍ଥୀଙ୍କ ଭାଗ୍ୟ ହେବ ନିର୍ଦ୍ଧାରଣ

ଭୁବନେଶ୍ବର: ନିର୍ବାଚନ ମୈଦାନରେ 291 ଜଣ କର୍ପୋରେଟର ପ୍ରାର୍ଥୀ ଓ 12 ଜଣ ମେୟର ପ୍ରାର୍ଥିନୀ ଅବତୀର୍ଣ୍ଣ ହୋଇଛନ୍ତି । ଭୋଟ ଗ୍ରହଣ ପରେ ସମସ୍ତ 303 ଜଣ ପ୍ରାର୍ଥୀଙ୍କ ଭାଗ୍ୟ EVM ରେ ସିଲ ହୋଇଯାଇଛି । ଗତକାଲି(ଗୁୁରୁବାର) ବିଳମ୍ବିତ ରାତିରେ ସମସ୍ତ 705 ବୁଥରୁ 1410 ଟି ଇଭିଏମଗୁଡିକୁ ଅଣାଯାଇ ବିଜେବି କଲେଜର ଷ୍ଟ୍ରଙ୍ଗ ରୁମରେ କଡା ସୁରକ୍ଷା ବଳୟ ଭିତରେ ରଖାଯାଇଛି ।

ଆସନ୍ତାକାଲି(ଶନିବାର) ସକାଳ ୮ଟା ରୁ ୪ଟି ହଲର ୨୪ଟି ଟେବୁଲରେ ହେବ ଗଣତି । ସକାଳ 8 ଟାରୁ ଆରମ୍ଭ ହେବାକୁ ଥିବା ଗଣତି ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ବିଜେବି କଲେଜ ଷ୍ଟ୍ରଙ୍ଗ ରୁମରେ ଏଥିପାଇଁ 4ଟି ହଲର 24ଟି ଟେବୁଲରେ ଭୋଟ ଗଣତି କରାଯିବ ।

ନିୟମିତ ବ୍ୟବଧାନରେ ଭୋଟ ଗଣତି ସମ୍ପର୍କିତ ଟିକିନିଖ ସୂଚନା ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେବାପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ, କର୍ପୋରେଟର ଓ ମେୟର ପଦବୀ ପାଇଁ ଦୁଇଟି ପୃଥକ ପୃଥକ ଏଲଇଡି ବା ପ୍ରୋଜେକ୍ଟର ବ୍ୟବସ୍ଥା କରାଯାଇଛି । ଏନେଇ ବିଏମସି ନିର୍ବାଚନ ଅଧିକାରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି । ତେବେ ଭୁବନେଶ୍ୱରରେ ମୋଟ ୪୩% ମତଦାନ ହେଇ ଥିବାବେଳେ ଏଥର ରାଜ୍ୟର ୩ ମହାନଗର ନିଗମରୁ ଭୁବନେଶ୍ୱରରେ ସବୁଠୁ କମ ପ୍ରତିଶତ ମତଦାନ ହୋଇଛି ।

ଭୁବନେଶ୍ବର ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.