ଭୁବନେଶ୍ବର: ବିଧାନସଭାରେ ପାରିତ ହେଲା ପୌର ବିଲ୍ । ଓଡ଼ିଶା ପୌର ନିଗମ ସଂଶୋଧନ ବିଲ୍ ୨୦୨୨, ଓଡ଼ିଶା ପୌରବିଧି ସଂଶୋଧନ ବିଲ୍ ୨୦୨୨, ଶ୍ରୀ ଜଗନ୍ନାଥ ସଂଶୋଧନ ବିଲ୍ ୨୦୨୨, ଓଡ଼ିଶା ପଞ୍ଚାୟତ ବିଧି ସଂଶୋଧନ ବିଲ ୨୦୨୨ ଆଜି ବିଧାନସଭାରେ ପାରିତ ହୋଇଛି । ମହାନଗର ନିଗମ ଅଧିନିୟମ 2003 ସଂଶୋଧନ ପରେ ସହରାଞ୍ଚଳର ବସ୍ତି ବାସିନ୍ଦାଙ୍କୁ ମିଳିବ ଜମି ଅଧିକାର ।
ଏହି ବିଲ୍ ପାରିତ ହେବାପରେ ବସ୍ତି ବାସିନ୍ଦାଙ୍କ ପାଇଁ ବିଜୁ ଆଦର୍ଶ କଲୋନୀ କରାଯିବ । ବସ୍ତି ଅଞ୍ଚଳରେ 30 ବର୍ଗ ମିଟର ଜାଗା ଯୋଗାଇଦେବେ ରାଜ୍ୟ ସରକାର । ସେହିପରି ଅନ୍ୟମାନେ ବେଞ୍ଚମାର୍କ ମୂଲ୍ୟରେ ଜମି କିଣିପାରିବେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ଘର ଯୋଗାଇ ଦିଆଯିବ । ଯେଉଁମାନେ 4 ମାସ ମଧ୍ୟରେ ଗୃହ ନିର୍ମାଣ ସାରିବେ ସେମାନଙ୍କୁ 20 ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ । ଯେଉଁମାନେ 6 ମାସ ମଧ୍ୟରେ ଗୃହ ନିର୍ମାଣ କରିବେ ସେମାନଙ୍କୁ 10 ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ ।
ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ ଓ ସଞ୍ଜୀବ ରାୟ, ଇଟିଭି ଭାରତ