ଭୁବନେଶ୍ବର : କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମେମୁ ପସେଞ୍ଜର ଓ ଦୂରଗାମୀ ଟ୍ରେନର ଚଳାଚଳକୁ ବାତିଲ କରିଛନ୍ତି ରେଳବାଇ କର୍ତ୍ତୃପକ୍ଷ । ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ଯାତ୍ରା କରୁଥିବା ରାଜଧାନୀ ବିଶେଷ ଟ୍ରେନ୍ ଗୁଡିକ ମେ ମାସ ଶେଷ ପର୍ଯ୍ୟନ୍ତ ସପ୍ତାହକୁ ସବୁଦିନ ପରିବର୍ତ୍ତେ ଦୁଇଦିନ ଚଳାଚଳ କରିବ।
ସେହିପରି 02823 ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ସ୍ପେସାଲ ଭାୟା ଟାଟା ମଇ ମାସ ୨୧ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ କେବଳ ମଙ୍ଗଳବାର ଗୁଡିକରେ ନୂଆଦିଲ୍ଲୀ ଯାତ୍ରା କରିବ। ଅବଶିଷ୍ଟ ଦିନମାନଙ୍କରେ ଏହି ଟ୍ରେନ ଭୁବନେଶ୍ୱର ଠାରୁ ବାତିଲ ରହିବ। ଫେରିବା ମାର୍ଗରେ 02824 ନୂଆ ଦିଲ୍ଲୀ-ଭୁବନେଶ୍ୱର ଭାୟା ଟାଟା ମଇ ମାସ ୨୨ ତାରିଖ ଠାରୁ ଜୁନ ମାସ ପହିଲା ମଧ୍ୟରେ କେବଳ ବୁଧବାର ମାନଙ୍କରେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଫେରିବ। ଅବଶିଷ୍ଟ ଦିନମାନଙ୍କରେ ଏହି ଟ୍ରେନ ନୂଆ ଦିଲ୍ଲୀ ଠାରୁ ଭୁବନେଶ୍ୱରକୁ ବାତିଲ ରହିବ।
ସେହିଭଳି 02825/02826 ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ସ୍ପେଶାଲ ଭାୟା ଆଦ୍ର ଭୁବନେଶ୍ୱର ଠାରୁ କେବଳ ରବିବାର ଦିନ ଏବଂ ନୂଆଦିଲ୍ଲୀରୁ କେବଳ ସୋମବାର ଦିନ ଚଳାଚଳ କରିବ। ଏହି ଟ୍ରେନ୍ 26 ମଇ ଦିନ ଭୁବନେଶ୍ୱରରୁ ଏବଂ 28 ମଇ 2021 ଦିନ ନୂଆଦିଲ୍ଲୀରୁ ବାତିଲ ରହିବ।
ଅନ୍ୟ ଏକ ଟ୍ରେନ (02855/02856) ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ସ୍ପେସାଲ ଭାୟା ସମ୍ବଲପୁର ସିଟି ଏବଂ ରାଉରକେଲା ମଇ ମାସ 22 ଓ 29 ତାରିଖ ଦିନ ଭୁବନେଶ୍ୱରରୁ ଏବଂ ମଇ ମାସ 23 ଓ 30 ତାରିଖ ଦିନ ନୂଆଦିଲ୍ଲୀରୁ ବାତିଲ ରହିବ।
ଏହା ବ୍ୟତୀତ ଅନ୍ୟ ଟ୍ରେନ ଗୁଡିକ ହେଲା,02882/02881 ଭୁବନେଶ୍ୱର-ପୁଣେ-ଭୁବନେଶ୍ୱର ସ୍ପେଶାଲ୍ ଭୁବନେଶ୍ୱରରୁ 25 ମଇରେ ଏବଂ ପୁଣେରୁ 27 ମଇ, 2021ରେ ବାତିଲ୍ ରହିବ। ( 02097/02098 ) ଭୁବନେଶ୍ୱର-ଜୁନାଗଡ଼ ରୋଡ୍-ଭୁବନେଶ୍ୱର ସ୍ପେଶାଲ୍ ଭୁବନେଶ୍ୱରରୁ 21 ରୁ 31 ମଇ ମଧ୍ୟରେ ଏବଂ ଜୁନାଗଡ଼ ରୋଡ୍ ଠାରୁ 22 ମଇରୁ 1 ଜୁନ୍, 2021 ମଧ୍ୟରେ ବାତିଲ୍ ରହିବ। ( 08433/08434 ) ଭୁବନେଶ୍ୱର-ପାଲାସା-ଭୁବନେଶ୍ୱର ସ୍ପେଶାଲ୍ ଭୁବନେଶ୍ୱରରୁ 21 ମଇରୁ 31 ମଇ, 2021 ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ୍ ରହିବ।
(08301/08302) ସମ୍ବଲପୁର-ରାୟଗଡା-ସମ୍ବଲପୁର ସ୍ପେଶାଲ୍ 21 ମଇରୁ 31 ମଇ, 2021 ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ୍ ରହିବ। ( 02892/02891) ଭୁବନେଶ୍ୱର-ବାଙ୍ଗିରିପୋସି-ଭୁବନେଶ୍ୱର ବିଶେଷ ଟ୍ରେନ ଭୁବନେଶ୍ୱରରୁ 21 ରୁ 31 ମେ ପର୍ଯ୍ୟନ୍ତ ଏବଂ ବାଙ୍ଗିରିପୋସିରୁ 22 ମଇରୁ 1 ଜୁନ୍, 2021 ପର୍ଯ୍ୟନ୍ତ ବାତିଲ ରହିବ। (08493/08494) ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସ୍ପେଶାଲ୍ ଉଭୟ ପାର୍ଶ୍ୱରୁ 21 ମଇରୁ 31 ମଇ, 2021 ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ୍ ରହିବ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ