ETV Bharat / city

ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିରେ ପ୍ରତିକ୍ରିୟା ରଖିଲେ ପିନାକୀ ମିଶ୍ର - ପିନାକୀ ମିଶ୍ରଙ୍କ ପ୍ରତିକ୍ରିୟା

ଶ୍ରୀମନ୍ଦିର ବିକାଶ ପାଇଁ ଗଜପତି ମହାରାଜାଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ପିନାକୀ ମିଶ୍ର  । ସେ କହିଛନ୍ତି, ମହାପ୍ରଭୁଙ୍କ ଘଟଣାରେ କେବେ ହେଲେ ରାଜନୀତି କରିବା ଉଚିତ ନୁହେଁ । ଅଧିକ ପଢନ୍ତୁ...

ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିରେ ପ୍ରତିକ୍ରିୟା ରଖିଲେ ପିନାକୀ ମିଶ୍ର

author img

By

Published : Mar 6, 2021, 7:39 PM IST

ପୁରୀ: ଶ୍ରୀମନ୍ଦିର ବିକାଶ ପାଇଁ ଗଜପତି ମହାରାଜାଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ପିନାକୀ ମିଶ୍ର । ସେ କହିଛନ୍ତି, ମହାପ୍ରଭୁଙ୍କ ଘଟଣାରେ କେବେ ହେଲେ ରାଜନୀତି କରିବା ଉଚିତ ନୁହେଁ ।

ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିରେ ପ୍ରତିକ୍ରିୟା ରଖିଲେ ପିନାକୀ ମିଶ୍ର

ସୂଚନା ଅନୁଯାୟୀ, ପୁରୀ ଶ୍ରୀମନ୍ଦିର ବିକାଶ ପାଇଁ ପରିକ୍ରମା ଓ ଅନ୍ୟାନ୍ୟ ଯୋଜନା କାର୍ଯ୍ୟକାରୀ ହୋଇଛି । ଶ୍ରୀଜଗନ୍ନାଥଙ୍କ ମହତ କାର୍ଯ୍ୟରେ ଶ୍ରମ କିମ୍ବା ଅର୍ଥଦାନ ମାଧ୍ୟମରେ ବିଶ୍ବର ସମଗ୍ର ହିନ୍ଦୁ ସମାଜ ଏଥିରେ ସାମିଲ ହେବାକୁ ଇଚ୍ଛା ରଖିଛନ୍ତି । ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ସମର୍ପଣ ନିଧି ସଂଗ୍ରହ ବ୍ୟବସ୍ଥା କରିବା ପାଇଁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଶୁକ୍ରବାର ଚିଠି ଲେଖି ସହଯୋଗ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମହାପ୍ରଭୁ ଏବଂ ତାଙ୍କର ପବିତ୍ରତା ସହିତ ସଂଶ୍ଳିଷ୍ଟ ସବୁକିଛି ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ପରିଚୟର ମୂଳବିନ୍ଦୁ । ମହାପ୍ରଭୁ ଶ୍ରୀଜଗନ୍ନାଥ ଲୋକଙ୍କ ଦେବତା । ପ୍ରତି ବ୍ୟକ୍ତିର ହୃଦୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିରାଜମାନ । ତେଣୁ ସମଗ୍ର ହିନ୍ଦୁ ସମାଜ ଓ ସାଢେ ୪ କୋଟି ଓଡ଼ିଆଙ୍କ ମନରେ ମହାପ୍ରଭୁଙ୍କ କାମରେ ସହଯୋଗ ପାଇଁ ଅଦମ୍ୟ ଉତ୍ସାହ ରହିଛି । ତେଣୁ ମହାପ୍ରଭୁଙ୍କ ପାଇଁ ଏହି ବିଶାଳ ଧନ ସଂଗ୍ରହ ଅଭିଯାନର ସହଯୋଗର ପ୍ରକ୍ରିୟାକୁ ଜନଆନ୍ଦୋଳନ ଭାବରେ ପରିଣତ କରିବା । ଲୋକଙ୍କୁ ଏଥିରେ ଭାଗିଦାରୀ କରିବା ପାଇଁ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବରେ ଗଜପତିଙ୍କୁ ଧର୍ମେନ୍ଦ୍ର କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି ।

ତେବେ ଏହି ଚିଠିକୁ ନେଇ ଶନିବାର ସାଂସଦ ପିନାକୀ ମିଶ୍ର କହିଛନ୍ତି ଯେ, ମହାପ୍ରଭୁଙ୍କର ଘଟଣାରେ କେବେ ହେଲେ ରାଜନୀତି କରିବା ଉଚିତ ନୁହେଁ କି କରିବାକୁ ଦିଆଯିବ ନାହିଁ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.