ନୂଆଦିଲ୍ଲୀ: ମଙ୍ଗଳବାର ଲୋକସଭା ପ୍ରଶ୍ନକାଳରେ ହୀରାକୁଦ ଏକ୍ସପ୍ରେସ ସଂପ୍ରସାରଣକୁ ନେଇ ଦାବି କରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । ମହାତାବ କହିଛନ୍ତି ଏହି ଟ୍ରେନ ଓଡିଶା, ଆନ୍ଧ୍ର, ୟୁପି, ପଞ୍ଜାବ ମଧ୍ୟରେ ଚାଲୁଛି । ସମ୍ବଲପୁରରୁ ଅମୃତସର 25 ଶହ କିଲୋମିଟର ପର୍ଯ୍ୟନ୍ତ ଏହା ଚଳାଚଳ କରୁଛି । ଟ୍ରେନଟି ଓଡିଶାର ଅନେକ ପ୍ରମୁଖ ଷ୍ଟେସନ ଦେଇ ଯାତାୟାତା କରୁଛି । କିନ୍ତୁ ରାଜ୍ୟର ସବୁଠାରୁ ପୁରୁଣା ସହର କଟକକୁ ଯାଉନାହିଁ ।
ତେଣୁ ତୁରନ୍ତ ହୀରାକୁଦ ଏକ୍ସପ୍ରେସକୁ କଟକ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ସେ ଦାବି କରିଛନ୍ତି । ଏହାସହ ଯୁକ୍ତି ଦର୍ଶାଇଛନ୍ତି କଟକ ସହର ସହ ଏହା ସଂଯୋଗ ହେଲେ ବିଶେଷ କରି ଶିଖ ସମ୍ପ୍ରଦାୟ ଉପକୃତ ହେବେ ।
ସୌଜନ୍ୟ ଲୋକସଭା ଟିଭି