ଭୁବନେଶ୍ବର: ବଢିବାରେ ଲାଗିଛି ଟୀକାକରଣ ରାଜନୀତି । ଆରମ୍ଭ ହୋଇଯାଇଛି ଶ୍ରେୟ ରାଜନୀତି । ରାଜ୍ୟରେ ଟିକାକରଣ କେନ୍ଦ୍ରରେ ଫଟୋକୁ ନେଇ ଆରମ୍ଭ ହୋଇଛି ଟୁଇଟ ଓ୍ଵାର । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ଭୁବନେଶ୍ବର ସାଂସଦ ଅପରାଜିତାଙ୍କ ମଧ୍ୟରେ ଟ୍ବିଟରରେ କଥା କଟାକଟି ହୋଇଛନ୍ତି । 21 ଜୁନ ଠାରୁ ସାରା ଭାରତରେ କୋରୋନା ଟୀକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି । ରାଜ୍ୟରେ ଟୀକାକରଣ କେନ୍ଦ୍ରର ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଓ ଫଟୋକୁ ନେଇ ବିଜେପି ଆପତ୍ତି ଉଠାଇଥିବା ବେଳେ ସେପଟେ ବିଜେଡି ଟୀକାକରଣ ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ନେଇ ଆପତ୍ତି ଉଠାଇଛି ।
-
Odisha failed to procure vaccines;it sought Central Govt's support.Our PM @narendramodi has come to the rescue of @CMO_Odisha. Basic courtesy demands that PM Modi's photos with CM's photo are put up at all Vaccination points by State Govt.Height of insecurity & narrow mindedness! pic.twitter.com/BcLaQ1KrnF
— Aparajita Sarangi, Member of Parliament (@AprajitaSarangi) June 23, 2021 " class="align-text-top noRightClick twitterSection" data="
">Odisha failed to procure vaccines;it sought Central Govt's support.Our PM @narendramodi has come to the rescue of @CMO_Odisha. Basic courtesy demands that PM Modi's photos with CM's photo are put up at all Vaccination points by State Govt.Height of insecurity & narrow mindedness! pic.twitter.com/BcLaQ1KrnF
— Aparajita Sarangi, Member of Parliament (@AprajitaSarangi) June 23, 2021Odisha failed to procure vaccines;it sought Central Govt's support.Our PM @narendramodi has come to the rescue of @CMO_Odisha. Basic courtesy demands that PM Modi's photos with CM's photo are put up at all Vaccination points by State Govt.Height of insecurity & narrow mindedness! pic.twitter.com/BcLaQ1KrnF
— Aparajita Sarangi, Member of Parliament (@AprajitaSarangi) June 23, 2021
ଟୀକାକରଣ ରାଜନୀତିକୁ ନେଇ ଭୁବନେଶ୍ବର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀ ଟ୍ବିଟ୍ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ ତାଙ୍କ ଟ୍ବିଟରରେ ଲେଖିଛନ୍ତି ବାହାରୁ ଟିକା କିଣିବାରେ ରାଜ୍ୟ ସରକାର ବିଫଳ ହେଲେ। ଏଭଳି ସମୟରେ ପ୍ରଧାନମନ୍ତ୍ରୀ ବଞ୍ଚାଇବା ପାଇଁ ଆଗେଇ ଆସିଥିଲେ । ଏଥିପାଇଁ ସାଧାରଣ ସୌଜନ୍ୟ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ପ୍ରାଥମିକତା ଭିତ୍ତିରେ ଲଗାଯିବା କଥା । ହେଲେ ହୀନମାନ୍ୟତା କାରଣରୁ ଏଭଳି କରୁନାହାନ୍ତି ବୋଲି ଲେଖିଛନ୍ତି ଅପରାଜିତା ଷଡଙ୍ଗୀ । ଟିକା କେନ୍ଦ୍ରରେ ଉଭୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିବା ସପକ୍ଷରେ ଯୁକ୍ତି ବାଢିଛନ୍ତି ଅପରାଜିତା।
-
@AprajitaSarangi Ji, Hon’ble PM’s photo is there on every COVID vaccination certificate. While every party made an issue out of it, BJD never made it an issue or politics over it. You are an ex-bureaucrat. Vaccination in india has always been a national programme done by (Cont'd)
— Dr. Sasmit Patra I ଡ଼ଃ ସସ୍ମିତ ପାତ୍ର (@sasmitpatra) June 23, 2021 " class="align-text-top noRightClick twitterSection" data="
">@AprajitaSarangi Ji, Hon’ble PM’s photo is there on every COVID vaccination certificate. While every party made an issue out of it, BJD never made it an issue or politics over it. You are an ex-bureaucrat. Vaccination in india has always been a national programme done by (Cont'd)
— Dr. Sasmit Patra I ଡ଼ଃ ସସ୍ମିତ ପାତ୍ର (@sasmitpatra) June 23, 2021@AprajitaSarangi Ji, Hon’ble PM’s photo is there on every COVID vaccination certificate. While every party made an issue out of it, BJD never made it an issue or politics over it. You are an ex-bureaucrat. Vaccination in india has always been a national programme done by (Cont'd)
— Dr. Sasmit Patra I ଡ଼ଃ ସସ୍ମିତ ପାତ୍ର (@sasmitpatra) June 23, 2021
ସେପଟେ ଏହି ଟ୍ବିଟକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଜବାବ ରଖିଛନ୍ତି । ସାଂସଦ ଲେଖିଛନ୍ତି ଯେ ଟିକା ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହୁଥିବାରୁ ସମସ୍ତ ରାଜନୈତିକ ଦଳ ଆପତ୍ତି କରିଥିଲେ। ହେଲେ ବିଜେଡି କୌଣସି ଆପତ୍ତି ଓ ଅଭିଯୋଗ କରିନି । ଟୀକାକରଣ ସବୁବେଳେ କେନ୍ଦ୍ରର ଦାୟିତ୍ଵ ବୋଲି ସସ୍ମିତ ଜବାବରେ ଲେଖିଛନ୍ତି। ଏହା ଏକ ଜାତୀୟ କାର୍ଯ୍ୟକ୍ରମ ସେ ଲେଖିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହ କୋଭିଡ ସଚେତନତା ବାର୍ତ୍ତା ଥିବାବେଳେ ଏହାକୁ ନେଇ ରାଜନୀତି କରିବା ଲଜ୍ଜାଜନକ ବୋଲି ସସ୍ମିତ ଲେଖିଛନ୍ତି।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ