ETV Bharat / city

ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ ସତର୍କବାଣୀ, ଭୁଶୁଡିପାରେ ଟଙ୍କପାଣି ବ୍ରିଜ ଓ ନିକଟ ସ୍କୁଲ

author img

By

Published : Aug 19, 2022, 7:04 PM IST

ବାଲିଅନ୍ତାରେ ବେଆଇନ ବାଲି ଚାଲାଣକୁ ନେଇ ରାଜ୍ୟସରକାରଙ୍କ ଉପରେ ବର୍ଷିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏଥିରେ ପ୍ରଭାବଶାଳୀ ନେତାଙ୍କ ହାତଥିବା ଅଭିଯୋଗ କରିଛନ୍ତି ସାଂସଦ । ଅଧିକ ପଢନ୍ତୁ

ରାଜ୍ୟ ସରକାର ବେଆଇନ ବାଲି ଉଠାଣ ବନ୍ଦ କରନ୍ତୁ ନଚେତ ପରିଣାମ ଭଲ ହେବ ନାହିଁ

ଭୁବନେଶ୍ବର: ବନ୍ୟା ପରିସ୍ଥିତି ବେଳେ ଭୁବନେଶ୍ବର ସାଂସଦଙ୍କ ସତର୍କବାଣୀ । ରାଜ୍ୟରେ ବେଧଡକ ଚାଲିଛି ବାଲି ଚାଲାଣ । ବାଲିଅନ୍ତାରେ ବେଆଇନ ବାଲି ଚାଲାଣକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଜୟଦେବ ବିଧାନସଭା କ୍ଷେତ୍ରର ବାଲିପାଟଣା ଓ ବାଲିଅନ୍ତା ବ୍ଲକର କୁଆଖାଇ ଓ କୁଶଭଦ୍ରା ନଦୀରେ ବେଆଇନଭାବେ ବାଲି ଉଠାଣ ଚାଲିଛି । ଲିଜ ଠାରୁ ବହୁତ ଅଧିକ ମାତ୍ରାରେ ବାଲିଉଠାଣ ଚାଲିଛି। ଏନେଇ ଦୁଇ ଥର ଲିଖିତ ଅଭିଯୋଗ ହୋଇଛି ଜିଲ୍ଲାପାଳଙ୍କ ନିକଟରେ । ବହୁ ଲୋକଙ୍କ ମଧ୍ୟ ଅଭିଯୋଗ ରହିଛି। ହେଲେ ଏହା ସତ୍ତ୍ବେ ମଧ୍ୟ ବେଆଇନ ଖନନ ହେଉଛି। ଏଥିରେ ରାଜ୍ୟସରଙ୍କ ପ୍ରଭାବଶାଳୀ ନେତାଙ୍କ ହାତଥିବା ଅଭିଯୋଗ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

ଏନେଇ ସାଂସଦ ଅଭିଯୋଗ କରିଛନ୍ତି, "ଲିଜ ଅନୁସାରେ ଜେସିବି କି କୌଣସି ମେସିନ ଲାଗିବ ନାହିଁ। ସୂର୍ଯ୍ୟାସ୍ତ ପରେ ବାଲି ଉଠାଯାଇ ପାରିବ ନାହିଁ। ଚିହ୍ନଟ ହୋଇଥିବା କ୍ଷେତ୍ର ବ୍ୟତୀତ ଅନ୍ୟ ସ୍ଥାନରେ ବାଲି ଉଠାଯିବ ନାହିଁ। ନଦୀ କୂଳର 500 ମିଟର ପାଖାପାଖି ବାଲି ଉଠାଯିବାର ଲିଜ ରହିଛି। ଏହାକୁ ବାଦ ଦେଇ ହଜାରେ ହଜାର ଟନ ବାଲି ଉଠା ଚାଲିଛି । କିନ୍ତୁ ବାଲିମାଫିଆଙ୍କ ବାଲି ଖନନ ଉପରେ କୌଣସି ପ୍ରଭାବ ପଡୁନି। ଏହାର ପ୍ରମାଣ ମଧ୍ୟ ରହିଛି । ସ୍ଥାନୀୟବାସିନ୍ଦାଙ୍କ ଅଭିଯୋଗ କ୍ରମେ ମୁଁ ନିଜେ ଯାଇ ଫଟୋ ଭିଡିଓ ରଖିଛି। ରାଜ୍ୟ ସରକାରଙ୍କ ସମ୍ପୃକ୍ତିରେ ଏହା ଚାଲିଛି। ଶାସକ ଦଳର ଜଣେ ପ୍ରଭାବଶାଳୀ ନେତା ଏଥିରେ ସମ୍ପୃକ୍ତ ଅଛନ୍ତି। ସମ୍ପୃକ୍ତ ରାଜନେତା ଲିଜ୍‌ଧାରୀଙ୍କ ଫାର୍ମ ହାଉସକୁ ଯାଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ବନ୍ଦ କରିବାକୁ ଚାହୁଁଥିଲେ ସୁଦ୍ଧା ରାଜ୍ୟ ସରକାର କରାଇଦେଉନାହାନ୍ତି । ଫଳରେ ବ୍ରିଜ ସହ ନିକଟରେ ରହିଥିବା ସ୍କୁଲ ମଧ୍ୟ ଭୁଶୁଡିପାରେ । ଶାସକ ଦଳକୁ ଅନୁରୋଧ ଏହା ଶୀଘ୍ର ବନ୍ଦ କରନ୍ତୁ। ଏବେ ପାଣି ଥିବାରୁ ବନ୍ଦ ଅଛି ଖନନ। ପାଣି କମିଲେ ଯଦି ଏହା ପୁନର୍ବାର ଆରମ୍ଭ ହୁଏ ତେବେ ଜନ ଅସନ୍ତୋଷ ବଢ଼ିବ । ରାଜ୍ୟ ସରକାରଙ୍କୁ ଅନୁରୋଧ ତୁରନ୍ତ ଏହାକୁ ବନ୍ଦ କରନ୍ତୁ। "

ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ତିନିଟି ପ୍ରସଙ୍ଗକୁ ନେଇ ସାଂସଦ ଆଜି (ଶୁକ୍ରବାର) ସାମ୍ବାଦିକ ସମ୍ମିଳନୀ କରିଥିଲେ । ଲୋକଙ୍କ ଦାବି ଅନୁସାରେ ଲିଙ୍ଗରାଜ ଷ୍ଟେସନ ରୋଡ଼ର ପୁନରୁଦ୍ଧାର ଓ ନବୀକରଣ ପାଇଁ 2 କୋଟି 11 ଲକ୍ଷ ଟଙ୍କାର କାର୍ଯ୍ୟ ଟେଣ୍ଡର ହୋଇଛି । ଏନେଇ ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଥିବା କହିବା ସହ ଖୁବଶୀଘ୍ର ଏହା ଆରମ୍ଭ ଆରମ୍ଭ ହେବ । ଏହ ସହ ଏକ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ଆଦେଶ ଦେଇଥିଲେ ଯେ, ପ୍ରତି ଜିଲ୍ଲାରେ 75ଟି ଅମୃତ ସରୋବର ବିକଶିତ କରିବା ପାଇଁ । ତେବେ ଖୋର୍ଦ୍ଧା ଜିଲ୍ଲାରେ ଏଯାବତ 6ଟି ବିକଶିତ ସରୋବର ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ବାକି ଅମୃତ ସରୋବର କାର୍ଯ୍ୟ ଖିୁବଶିଘ୍ର ଆରମ୍ଭ କରାଯିବ ବୋଲି ସାଂସଦ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.