ETV Bharat / city

ଚିଠି ରାଜନୀତି ନେଇ ମୁହଁ ଖୋଲିଲେ ସାଂସଦ ଅପରାଜିତା - କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଟିକା ଉପଲବ୍ଧ କରିବା ନେଇ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକୁ ମୁଁ ସ୍ବାଗତ କରୁଛି ବୋଲି କହିଲେ ସାଂସଦ ଅପରାଜିତା । ଅଧିକ ପଢନ୍ତୁ...

ଚିଠି ରାଜନୀତି ନେଇ ମୁହଁ ଖୋଲିଲେ ସାଂସଦ ଅପରାଜିତା

author img

By

Published : Apr 17, 2021, 10:35 PM IST

ଭୁବନେଶ୍ବର: ଚିଠି ରାଜନୀତି ନେଇ ମୁହଁ ଖୋଲିଲେ ସାଂସଦ ଅପରାଜିତା ଷଡଙ୍ଗୀ । 'ରାଜ୍ୟର ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିବା ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ବ । ଏହାକୁ ମୁଁ ସ୍ବାଗତ କରୁଛି' ବୋଲି ଟିକା ଉପଲବ୍ଧ କରିବା ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ।

ଚିଠି ରାଜନୀତି ନେଇ ମୁହଁ ଖୋଲିଲେ ସାଂସଦ ଅପରାଜିତା

ଅପରଜିତା କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ପ୍ରଥମ ଲହରକୁ ଭଲ ଭାବେ ନିୟନ୍ତ୍ରଣ କରାଯାଇଛି । ଦ୍ବିତୀୟ ଲହର ଆମ ପାଇଁ ବଡ ଆହ୍ବାନ । ସବୁ ଅତ୍ୟାବଶ୍ୟକ ସେବା ଯେମିତିକି ଭେଣ୍ଟିଲେଟର, ଅକ୍ସିଜେନ, ଶଯ୍ଯା ଆଦି ବ୍ୟବସ୍ଥା ସଠିକ୍ ରହିବା ଦରକାର । ଶୁକ୍ରବାର ଦେଶରେ 2 ଲକ୍ଷରୁ ଉର୍ଦ୍ଧ୍ବ ପଜିଟିଭି ମାମଲା ପ୍ରକାଶ ପାଇଛି । ଯାହା କୋରୋନା ସଂକ୍ରମଣର ଭୟାବହତାକୁ ସ୍ପଷ୍ଟ ବୟାନ କରୁଛି । ଏଣୁ କେନ୍ଦ୍ର ଓ ରାଜ୍ୟ ହାତ ମିଳାଇ କାମ କରନ୍ତୁ । ବର୍ତ୍ତମାନ ଆରୋପ ପ୍ରତ୍ୟାରୋପର ସମୟ ନୁହେଁ । କୋରୋନାକୁ ରୋକିବାକୁ ଦିନରାତି ସ୍ବାସ୍ଥ୍ୟ ବିଭାଗ କାମ କରୁଛି ବୋଲି ସେ କହିଛନ୍ତି ।

ଦେଶରେ ଅକ୍ସିଜେନର ଅଭାବ ସୃଷ୍ଟି ହୋଇଛି । ଆମ ଦେଶର ବିଭିନ୍ନ କମ୍ପାନୀମାନଙ୍କ ସହଯୋଗରେ କିଭଳି ଆବଶ୍ୟକତା ପୂରଣ ହେବ ସେନେଇ ଯୋଜନା ଚାଲିଛି । ଆବଶ୍ୟକସ୍ଥଳେ 50 ହଜାର ମେଟ୍ରିକ ଟନ ଅକ୍ସିଜେନ ବାହାର ଦେଶରୁ ଆଣିବା ପାଇଁ ବ୍ୟବସ୍ଥା ମଧ୍ୟ ହେଉଛି । ସବୁ ରାଜ୍ୟର ଆବଶ୍ୟକତା ଅନୁସାରେ କିଭଳି ଟିକା ଯୋଗାଣ କରାଯାଇ ପାରିବ ତା'ର ବ୍ୟବସ୍ଥା କରାଯାଉଛି।ପ୍ରଧାନମନ୍ତ୍ରୀ ସବୁବେଳେ ଓଡି଼ଶା ସହିତ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି ଅପରାଜିତା ଷଡଙ୍ଗୀ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.