ଭୁବନେଶ୍ୱର: ସଂସଦୀୟ କ୍ଷେତ୍ରରେ ଚାଲିଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ କାର୍ଯ୍ୟ ତଦାରଖ କଲେ ସାଂସଦ ଅପରାଜିତା ଷଡଙ୍ଗୀ । ଜଟଣୀ ନିର୍ବାଚନ ମଣ୍ଡଳୀର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅନ୍ତର୍ଗତ ହେଉଥିବା ରାସ୍ତା ପରିଦର୍ଶନ କରିଛନ୍ତି ।
ସୂଚନା ଅନୁଯାୟୀ ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ବିଜେପି ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ଜଟଣୀ ନିର୍ବାଚନ ମଣ୍ଡଳୀର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅନ୍ତର୍ଗତ ହେଉଥିବା ରାସ୍ତା ପରିଦର୍ଶନ କରିଛନ୍ତି । ପତ୍ରପଡା ଏବଂ ରଣସିଂହପୁର ମଧ୍ୟରେ 3 କୋଟି 34 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଚାଲିଥିବା କାର୍ଯ୍ୟ ତଦାରଖ କରିଛନ୍ତି ।
ସେହିପରି ଛଣଗର ଅଞ୍ଚଳରେ 2 କୋଟି 20 ଲକ୍ଷ, ଉପରବସ୍ତିରେ 1 କୋଟି 44 ଲକ୍ଷ ଟଙ୍କା ବ୍ୟୟ ଅଟକଳ କାର୍ଯ୍ୟର ତଦାରଖ କରିଛନ୍ତି ଅପରାଜିତା । ଏହି ଅବସରରେ ସାଂସଦ ବିଭଗୀୟ ସରକାରୀ ଅଧିକାରୀ, ଗ୍ରାମବାସୀ ଏବଂ ନେତୃବୃନ୍ଦଙ୍କ ସହିତ ଆଲୋଚନା କରିଛନ୍ତି । ରାସ୍ତାର ଗୁଣବତ୍ତା ଏବଂ ସମସ୍ୟାର ସମୀକ୍ଷା କରି ଅସମ୍ପୂର୍ଣ କାମ ଯଥାଶୀଘ୍ର ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସାଂସଦ ।
ଭୁବନେଶ୍ୱରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ