ETV Bharat / city

ମମିତା ମର୍ଡର ମିଷ୍ଟ୍ରି, CBI ତଦନ୍ତ ଦାବି କଲେ ଅପରାଜିତା

author img

By

Published : Oct 20, 2021, 1:16 PM IST

ମମିତା ମର୍ଡର ମିଷ୍ଟ୍ରିର ସିବିଆଇ ତଦନ୍ତ ଦାବି କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ମହିଳାଙ୍କ ସୁରକ୍ଷା ଓ ମର୍ଯ୍ୟାଦା ରକ୍ଷା ଉପରେ ଉଠିଲା ପ୍ରଶ୍ନ । ଏହା ଦ୍ବାରା ରାଜ୍ୟର ବିକାଶ ହୋଇ ପାରିବନି ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଅଧିକ ପଢନ୍ତୁ..

ସାଂସଦ ଅପରାଜିତା ଷଡଙ୍ଗୀ
ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ବର: ମମିତା ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ। ବିନା ରାଜନୈତିକ ପ୍ରୋତ୍ସାହନରେ ମମିତା ମେହେରଙ୍କୁ ହତ୍ୟା କରାଯାଇନଥିବା । ମହିଳାଙ୍କ ସୁରକ୍ଷା ଓ ମର୍ଯ୍ୟାଦା ରକ୍ଷା ଉପରେ ପ୍ରଶ୍ନ ଉଠିଛି । ଏହା ଦ୍ବାରା ରାଜ୍ୟର ବିକାଶ ହୋଇ ପାରିବନି ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

ମମିତା ହତ୍ୟା ଘଟଣା; CBI ତଦନ୍ତ ଦାବି କଲେ ଅପରାଜିତା

ମମିତା ମେହେର ଘଟଣାରେ ରାଜ୍ୟ ସରକାର କାହିଁକି ଚୁପ ଅଛନ୍ତି । ରାଜ୍ୟ ସରକାର କେବଳ କହିବେ ଆଇନ ତା ବାଟରେ କାମ କରିବ କିନ୍ତୁ ପ୍ରଶ୍ନ ଉଠୁଛି ଆଇନକୁ ତା ବାଟରେ ଯିବାକୁ ଦିଆଯିବ ତ ? NCRB ରିପୋର୍ଟ ଅନୁଯାୟୀ ଦେଶର ଅପରାଧ ତାଲିକାରେ ଓଡିଶା ଦ୍ଵିତୀୟରେ ଅଛି । 20 ବର୍ଷ ହେବ ଗୋଟିଏ ଦଳ ଶାସନ କରୁଛି । ଏ ଘଟଣାରେ ଜଣେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଛି ଆଉ ଆଇନକୁ ଏଥିପାଇଁ ତା ବାଟରେ କାମ କରିବାକୁ ଦିଆଯିବ ନାହିଁ ବୋଲି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ତେବେ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ଅପରାଜିତା ।

ରାଜ୍ୟ ସରକାର ତଦନ୍ତ କଲେ ମମିତାଙ୍କୁ ନ୍ୟାୟ ମିଳିବନି । ସିବିଆଇ ତଦନ୍ତ ହେଉ । ନିରପେକ୍ଷ ତଦନ୍ତ ହେଉ । ମନ୍ତ୍ରୀ ସ୍କୁଲକୁ ଯିବା କଥାର ତଦନ୍ତ କରାଯାଉ । ଧୂଆଁ ଅଛି ଯଦି ନିଶ୍ଚିତ ନିଆଁ ଥିବ । ରାଜ୍ୟ ସରକାରଙ୍କ ଅନ୍ତର ଆତ୍ମା କେଉଁଠି ? ଯଦି ସରକାରଙ୍କ ମନରେ ସୁହାନଭୂତି ଥାନ୍ତା ତେବେ ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିନଥାନ୍ତା ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.