ETV Bharat / city

ରାଜଧାନୀ ପ୍ରତିଷ୍ଠା ଦିବସରେ ସାଂସଦଙ୍କୁ ନଡାକିବା ପ୍ରସଙ୍ଗ: ସପ୍ତାହରେ ତଦନ୍ତ ନେଇ ଆଶାବାଦୀ ଅପରାଜିତା

ରାଜଧାନୀ ପ୍ରତିଷ୍ଠା ଦିବସରେ ସାଂସଦ ଅପରାଜିତାଙ୍କୁ ନିମନ୍ତ୍ରଣ ନ ମିଳିବା ଚର୍ଚ୍ଚାର ବିଷୟ ହୋଇଛି । ଏ ନେଇ ବୁଧବାର ଟ୍ବିଟ କରି କ୍ଷୋଭ ଝାଡିଥିଲେ ସାଂସଦ ଅପରାଜିତା । ଆଉ ଆଜି (ଗୁରୁବାର) ପୁଣି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଅପରାଜିତା । ଅଧିକ ପଢନ୍ତୁ

author img

By

Published : Apr 14, 2022, 3:38 PM IST

ରାଜଧାନୀ ପ୍ରତିଷ୍ଠା ଦିବସରେ ଅପରାଜିତାଙ୍କୁ ନ ଡାକିବା ପ୍ରସଙ୍ଗ

ଭୁବନେଶ୍ବର: ରାଜଧାନୀ ପ୍ରତିଷ୍ଠା ଦିବସରେ ସାଂସଦ ଅପରାଜିତାଙ୍କୁ ନିମନ୍ତ୍ରଣ ନ ମିଳିବା ଚର୍ଚ୍ଚାର ବିଷୟ ହୋଇଛି । ଏ ନେଇ ବୁଧବାର ଟ୍ବିଟ କରି କ୍ଷୋଭ ଝାଡିଥିଲେ ସାଂସଦ ଅପରାଜିତା । ଆଉ ଆଜି (ଗୁରୁବାର) ପୁଣି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଅପରାଜିତା । ନିମନ୍ତ୍ରଣ କରା ନ ଯିବା ଘଟଣାରେ ଶୀଘ୍ର ତଦନ୍ତ ନେଇ ଆଶାବାଦୀ ବୋଲି ଟ୍ବିଟ କରି କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

  • Reference to my letter to Hon'ble @Naveen_Odisha yesterday.I hope that the enquiry for fixation of responsibility for non- invitation will be conducted at the earliest.Residents of the City are waiting for the response of the State Govt.Will remind in a week's time, if not done. https://t.co/og7211jJgK

    — Aparajita Sarangi, Member of Parliament (@AprajitaSarangi) April 14, 2022 " class="align-text-top noRightClick twitterSection" data=" ">

ଟ୍ବିଟ କରି ସାଂସଦ କହିଛନ୍ତି ନିମନ୍ତ୍ରଣ କରା ନ ଯିବା ଘଟଣାର ଶୀଘ୍ର ତଦନ୍ତ ହେବା ନେଇ ଆଶାବାଦୀ । ଭୁବନେଶ୍ବରବାସୀ ଏନେଇ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଅପେକ୍ଷା କରିଛନ୍ତି । ଯଦି ସପ୍ତାହରେ ଭିତରେ ତଦନ୍ତ ନ ହୁଏ ପୁଣି ମନେ ପକାଇ ଦେବି ବୋଲି କହିଛନ୍ତି ଅପରାଜିତା । କାଲି ଏନେଇ ଅସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ସାଂସଦ ।

ପ୍ରକାଶ ଥାଉ କି, 74ତମ ରାଜଧାନୀ ପ୍ରତିଷ୍ଠା ଦିବସରେ ବିଧାନସଭା ସମ୍ମୁଖରେ ବିରାଟ ସମାରୋହ ଆୟୋଜିତ ହୋଇଥିଲା । ନିମନ୍ତ୍ରଣ ତାଲିକାରେ ସାଂସଦଙ୍କ ନାମ ନଥିଲା । ଯାହାକୁ ନେଇ ବୁଧବାର ଅସନ୍ତୋଷ ପ୍ରକାଶ କରିଥିଲେ ଅପରାଜିତା । ଏକ ବଡ ସମାରୋହ ଆୟୋଜିତ ହୋଇଛି । କାର୍ଯ୍ୟକ୍ରମକୁ ମୋତେ ଛାଡି ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି ବଡ ଦିନ ମୁଁ ସାମିଲ ହେବାକୁ ଚାହୁଁଥିଲି । ଏମିତି କାହିଁକି ମୋର ଭୁଲ କଣ ବୋଲି ଟ୍ବିଟ କରି ଅସନ୍ତୋଷ ଜାହିର କରିଥିଲେ ସାଂସଦ ଅପରାଜିତା ଷଡଙ୍ଗୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.