ETV Bharat / city

ଜନତାଙ୍କ ସାମ୍ନାରେ ରିପୋର୍ଟ କାର୍ଡ ରଖିଲେ ସାଂସଦ ଅପରାଜିତା - ସାଂସଦ ଅପରାଜିତାଙ୍କ ପ୍ରେସମିଟ

ଜନସାଧାରଣଙ୍କ ଉଦେଶ୍ୟରେ ଆଜି ନିଜ ରିପୋର୍ଟ କାର୍ଡ ସମର୍ପିତ କଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ନିଜ ଦ୍ବିତୀୟ ପାଳିରେ କରିଥିବା ବିଭିନ୍ନ କାର୍ଯ୍ୟକ୍ରମର ଦେଲେ ହିସାବ । ଅଧିକ ପଢନ୍ତୁ...

ଜନତାଙ୍କ ସାମ୍ନାରେ ରିପୋର୍ଟ କାର୍ଡ ରଖିଲେ ସାଂସଦ ଅପରାଜିତା

author img

By

Published : Jun 21, 2021, 5:29 PM IST

Updated : Jun 21, 2021, 6:54 PM IST

ଭୁବେନେଶ୍ବର: ନିଜ ସଂସଦୀୟ କ୍ଷେତ୍ରର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଆଜି ନିଜ ରିପୋର୍ଟ କାର୍ଡ ସମର୍ପିତ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଏହି ବାର୍ଷିକ ରିପୋର୍ଟ କାର୍ଡ଼ ସାଂସଦ ହିସାବରେ ମୋର ଦ୍ବିତୀୟ ବର୍ଷର ରିପୋର୍ଟ କାର୍ଡ (୨୩.୦୫.୨୦୨୦ ରୁ ୨୨ .୦୫ ୨୦ ୨୧ ) ଜନ ସାଧାରଣଙ୍କ ସାମ୍ନାରେ ରଖୁଛି ବୋଲି କହଛନ୍ତି ସାଂସଦ ଅପରାଜିତା । ଜନସାଧାରଣଙ୍କୁ ରିପୋର୍ଟ କାର୍ଡ ପ୍ରଦାନ କରିବା ପ୍ରକ୍ରିୟା ଆରମ୍ଭ କରିବାରେ ସେ ହେଉଛନ୍ତି ରାଜ୍ଯର ପ୍ରଥମ ସାଂସଦ ।

ଜନତାଙ୍କ ସାମ୍ନାରେ ରିପୋର୍ଟ କାର୍ଡ ରଖିଲେ ସାଂସଦ ଅପରାଜିତା

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ୨୦୨୦ ମସିହାରେ ଏସିଆ ପୋଷ୍ଟ ଏବଂ ଫେମ ଇଣ୍ଡିଆ ଦ୍ବାରା ତାଙ୍କୁ ଦେଶର ସର୍ବଶ୍ରେଷ୍ଠ ସାଂସଦ ଭାବେ ଚୟନ କରାଯାଇଥିଲା । ସମୁଦାୟ ୧୦୦ ପୃଷ୍ଠାର ଏହି ରିପୋର୍ଟ କାର୍ଡରେ ୧୩ଟି ଅଧାୟ ରହିଛି । ଏହି ଅଧ୍ୟାୟ ଗୁଡିକ ମଧ୍ୟରେ ପ୍ରମୁଖ ଅଧ୍ୟାୟ ହେଉଛି ବିକାଶ କାର୍ଯ୍ୟକ୍ରମ, ଜନ ଅଭିଯୋଗ ଶୁଣାଣି, ସଂସଦୀୟ ଅଂଶଗ୍ରହଣ, ଭାରତୀୟ ଜନତା ପାର୍ଟିରେ ତାଙ୍କର ସାଙ୍ଗଠନିକ କାର୍ଯ୍ୟକ୍ରମ ଓ ପାର୍ଟିରେ ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ଦାୟିତ୍ବ ପ୍ରମୁଖ ରହିଛି ।

କୋଭିତ୍-୧୯ ସମୟରେ ସାଂସଦ ପାଣ୍ଠି ସାମୟିକ ଭାବେ ବନ୍ଦ ହୋଇଥିବା ସତ୍ତ୍ୱେ ସେ ବିଭିନ୍ନ କର୍ପୋରେଟ ସଂସ୍ଥାରୁ ୯୬ ଲକ୍ଷ ଟଙ୍କାର କର୍ପୋରେଟ ସାମାଜିକ ଦାୟିତ୍ବ (CSR) ପାଣ୍ଠି ସଂଗ୍ରହ କରିଛନ୍ତି । କର୍ପୋରେଟ ସାମାଜିକ ପାଣ୍ଠି ବିନିଯୋଗ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଉଗ୍ରତାରା ମନ୍ଦିର ପାରିପାର୍ଶ୍ବରେ ୨୫ ଲକ୍ଷ ଟଙ୍କା ବିନିମୟରେ ସୌର ଚାଳିତ ଆଲୋକୀକରଣ ବ୍ୟବସ୍ଥାରେ ରାସ୍ତା କଡରେ ଲାଇଟ୍ ଓ ମିନି ମାକ୍ସ ଲାଇଟ୍ ଲଗାଯାଇଛ । ଏହା ବ୍ୟତୀତ ୪୩ ଲକ୍ଷ ଟଙ୍କାରେ ବିଭିନ୍ନ ସ୍ଥାନରେ ରାସ୍ତାକଡରେ ଲାଇଟ ଲଗାଇବା ସହ ଆଲୋକିକରଣ କରାଯାଇଛି । ବିଭିନ୍ନ ସୂତ୍ରରୁ ଅର୍ଥ ସଂଗ୍ରହ କରାଯାଇ ନିଜ ସଂସଦୀୟ କ୍ଷେତ୍ରରେ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଅଛି ବୋଲି ସାଂସଦ ନିଜ ରିପୋର୍ଟ କାର୍ଡରେ ଦର୍ଶାଇଛନ୍ତି ।

ସେହିପରି ବହୁ ସଂଖ୍ୟାରେ କଲଭର୍ଟ (Culvert) ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ କରାଇଛନ୍ତି । ସେହିପରି ରାଜଧାନୀରେ ଡ୍ରେନେଜ ବ୍ୟବସ୍ଥାକୁ ନେଇ ସାଂସଦ ଅସନ୍ତୋଷ ପ୍ରକାଶ କରିବା ସହ ପରବର୍ତ୍ତୀ ସମୟରେ ରାଜଧାନୀରେ ଅଗ୍ରାଧିକାର ଭିତ୍ତିରେ ଡ୍ରେନେଜ ବ୍ୟବସ୍ଥା ସୁଦୃଢିକରଣ ଉପରେ କାର୍ଯ୍ୟକ୍ରମ ହାତକୁ ନିଆଯିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ସାଂସଦ ।

ସେହିପରି ସମୁଦାୟ ୧୦,୨୦,୦୬,୫୦୫ ଟଙ୍କାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ତଦାରଖ କରିଛନ୍ତି । ଉକ୍ତ ପ୍ରକଳ୍ପ ମଧ୍ୟରେ ରହିଛି ଜାତୀୟ ରାଜପଥ ପ୍ରାଧିକରଣ (NHAI) ଦ୍ବାରା ୧୧୪ କୋଟି ଟଙ୍କାର ପ୍ରକଳ୍ପ ଯଥା ହଂଶପାଳରେ ଫ୍ଲାଏଓଭର, ୩ଟି ଭେଇକିଲ ଅଣ୍ଡର ପାସ ଏବଂ ୩ଟି ପୋଲର କାର୍ଯ୍ୟ ସହ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ଏକାଧିକ କେନ୍ଦ୍ରୀୟ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି କାର୍ଯ୍ୟ ଜିଲ୍ଲା ପ୍ରଶାସନ ସହିତ ମିଶି ତଦାରଖ କରିଛନ୍ତି ।

ସେହିପରି ଜନ ଅଭିଯୋଗ ଶୁଣାଣି ପ୍ରତି ସାଂସଦ ଅପରାଜିତା ଷଢଙ୍ଗୀ ଗୁରୁତ୍ବ ଦେଇଥିବା ନିଜ ରିପୋର୍ଟ କାର୍ଡରେ ଦର୍ଶାଇଛନ୍ତି । ବିଗତ ବର୍ଷ ସମୁଦାୟ ୨୧୫୦ ଅଭିଯୋଗ ଶୁଣାଣି ମଧ୍ୟରୁ ୨୧୦୬ ଅଭିଯୋଗର ସମାଧାନ କରିଛନ୍ତି । ୧୦ଟି ସ୍ବାସ୍ଥ୍ୟ ଜନିତ ସମସ୍ୟା ଉପରେ ଆସିଥିବା ଜନ ଶୁଣାଣି କରି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ଫଣ୍ଡ ମାଧ୍ୟମରେ ସେମାନଙ୍କୁ ୨୨ ଲକ୍ଷ ଟଙ୍କା ଆର୍ଥିକ ସାହାଯ୍ୟ ଦିଆଯାଇଛି । ସାଂସଦ ଅପରାଜିତା ଲୋକସଭା ଅଧବେଶନ ସମୟରେ ଶତ ପ୍ରତିଶତ ଅଂଶଗ୍ରହଣ କରିଛନ୍ତି । ସେ ଲୋକସଭାରେ ୭ଟି ବିତର୍କରେ (ସରକାରୀ ବିଲ୍ ଉପରେ) ଅଂଶ ଗ୍ରହଣ କରିବା ସହ ୩୭ଟି ପ୍ରଶ୍ନ ଉପସ୍ଥାପନ କରିଛନ୍ତି ଏବଂ ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟିରେ ମଧ୍ୟ ସକ୍ରିୟ ଅଂଶ ଗ୍ରହଣ କରିଛନ୍ତି । ରାଷ୍ଟ୍ରୀୟ ପ୍ରବକ୍ତା ଭାବରେ ୨୮୨ ଟି ଟିଭି ଚ୍ୟାନେଲରେ ସେ ଅଦ୍ୟାବଧି ବିତର୍କରେ ଅଂଶ ଗ୍ରହଣ ମଧ୍ୟ କରିଥିବା ନିଜ ରିପୋର୍ଟ କାର୍ଡରେ ଦର୍ଶାଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ତାଙ୍କ ପାଇଁ ରାଜନୀତିର ଅର୍ଥହେଉଛି ଜନ ସଂପର୍କ ସ୍ଥାପନ ଓ ସେମାନଙ୍କର ସହଭାଗିତା ନିଶ୍ଚିତ କରିବା । ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ଗଠନପାଇଁ ସେ ପ୍ରୟାସ ଜାରି ରଖୁଛନ୍ତି ସମାଜର ବିଭିନ୍ନ ବର୍ଗର ଜନସାଧାରଣଙ୍କୁ ଏକ ମଞ୍ଚରେ ସାମିଲ କରିବା ନିମନ୍ତେ । ଏହି ଉଦ୍ଦେଶ୍ୟ ହାସଲ କରିବା ପାଇଁ ସମିତି ପଞ୍ଜିକରଣ ଅନିୟମ ୧୮୬୦ (Societies Registration Act 1860) ଏବଂ ଭାରତୀୟ ଟ୍ରଷ୍ଟ ଆକ୍ଟ ୧୮୮୨ ଦ୍ବାରା କେତେକ ଅଣ ରାଜନୈତିକ ସଂସ୍ଥା ପଞ୍ଜିକୃତ ହୋଇ କାର୍ଯ୍ୟ କରୁଛନ୍ତି । 'ଅଜିତା' ନାମକ ମହିଳା ସଂଗଠନର ସଦସ୍ୟ ସଂଖ୍ୟା ପ୍ରାୟ ୧୦,୦୦୦ ଥିବା ବେଳେ 'ୟୁଥ ଫର୍ ଆକ୍ସନ ଅନୁଷ୍ଠାନର ସଦସ୍ୟ ସଂଖ୍ୟା ପ୍ରାୟ ୫୦୦୦ ହେବ । ଏହି ଦୁଇ ସ୍ବେଚ୍ଛସେବୀ ଅନୁଷ୍ଠାନ ସହ ବିଭିନ୍ନ କାର୍ଯ୍ୟକର୍ମରେ ମଧ୍ୟ ସାଂସଦ ସକ୍ରିୟ ରହିଥିବା ନିଜ ରିପୋର୍ଟ କାର୍ଡରେ ଦର୍ଶାଇଛନ୍ତି ।

ଏହି ଦୁଇଟି ଅନୁଷ୍ଠାନ ବ୍ୟତୀତ ରାଜ୍ୟର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ବୃତ୍ତାଧାରୀଙ୍କୁ ନେଇ 'ସମର୍ଥ ଅନୁଷ୍ଠାନ ଗଠିତ ହୋଇଛି । 'ଭରସା' ନାମକ ଏକ ଲୋକ କଲ୍ୟାଣ ପାଣ୍ଠି ଗଠନ କରାଯାଇ ଅସହାୟ ଓ ଗରୀବ ଲୋକଙ୍କୁ ଆବଶ୍ୟକ ସ୍ଥଳେ ଆର୍ଥିକ ସାହାର୍ଯ୍ୟ ଯୋଗାଇ ଦିଆଯାଉଛି । ଏହା ବ୍ୟତିତ ଭୋକିଲାମାନଙ୍କୁ ଅନ୍ନପୂର୍ଣ୍ଣା ନାମକ ଜନ କଲ୍ୟାଣ ସଂସ୍ଥା ମାଧ୍ୟମରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଅଛି ଏବଂ ଆମ ପରିବାର ସଂଗଠନ ମଧ୍ୟ ଗଠିତ ହୋଇଥିବା ଅପରାଜିତା କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ଆଶୀର୍ବାଦରେ ସେ ସଂସଦୀୟ କ୍ଷେତ୍ର ପାଇଁ କାର୍ଯ୍ୟ ଜାରି ରଖିବେ ବୋଲି କିହଛନ୍ତି ସାଂସଦ ଅପରାଜିତା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Jun 21, 2021, 6:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.