ଭୁବନେଶ୍ୱର: ରାଜ୍ଯପାଳଙ୍କୁ ଭେଟିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ରାଜ୍ୟପାଳଙ୍କ ଡାକରାରେ ସେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟି ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ଭିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିଥିବା ଜଣାପଡିଛି । ଏନେଇ ନିଜେ ଅପରାଜିତା ନିଜ ଟ୍ବିଟର ହ୍ୟାଣ୍ଡେଲରେ ଟ୍ବିଟ କରି ସୂଚନା ଦେଇଛନ୍ତି ।
ତାଙ୍କ ସଂସଦୀୟ କ୍ଷେତ୍ରର ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିବା ସହ ରାଜ୍ୟପାଳଙ୍କ ପରାମର୍ଶ ଓ ଆଶୀର୍ବାଦ ନେଇଥିବା କହିଛନ୍ତି ଅପରାଜିତା । ସେହିପରି ରାଜଧାନୀର ସୈନିକ ସ୍କୁଲ ପରିସରରେ ଥିବା ଶହୀଦ ମେମୋରିଆଲର ସୌନ୍ଦର୍ଯ୍ୟକରଣ ପାଇଁ ଅପରାଜିତା ତାଙ୍କ ସାଂସଦ ପାଣ୍ଠିରୁ 11 ଲକ୍ଷ ଟଙ୍କା ପ୍ରଦାନ କରିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ