ଭୁବନେଶ୍ବର: ସାରୁଅ ମାମଲାରେ ଓଡିଶାର ପ୍ରଭାବଶାଳୀ ପଣ୍ଡା ପରିବାରଙ୍କ ପଛରେ ପଡିଯାଇଛି ଶାସକ ବିଜୁ ଜନତା ଦଳ । ନିର୍ଦ୍ଦିଷ୍ଟ ଘରୋଇ ଗଣମାଧ୍ୟମ ସଂସ୍ଥାର ମାଲିକ ଜାଗିମଙ୍ଗତ ପଣ୍ଡା ଓ ତାଙ୍କ ସ୍ବାମୀ ତଥା ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ବାରମ୍ବାର ଟାର୍ଗେଟ କରିୁଛନ୍ତି ବିଜେଡି ନେତା ।
କେବେ ବୈଜୟନ୍ତଙ୍କ ସଂସ୍ଥାରୁ କ୍ୟାରିୟର ଆରମ୍ଭ କରି ଅଭିନେତାରୁ ନେତା ବନିଥିବା ବିଜେଡି ସାଂସଦ ଅନୁଭବ ମହାନ୍ତି ମଧ୍ୟ ସାରୁଅ ମାମଲାରେ ବୈଜୟନ୍ତଙ୍କୁ କରିଛନ୍ତି ଟାର୍ଗେଟ । ଅନୁଭବ କହିଛନ୍ତି, ଅନୁସୂଚିତ ଜାତି ସମ୍ପ୍ରଦାୟର ଗରିବ ଲୋକଙ୍କ ଜମି ଦଖଲ ମାମଲାରେ ଓଡିଶା ହାଇକୋର୍ଟ ବୈଜୟନ୍ତ ପଣ୍ଡାଙ୍କ ଗିରଫଦାରୀର ରାସ୍ତା ଖୋଲିଛନ୍ତି । ଏହି ଅଭିଯୋଗ ଲଜ୍ଜାଜନକ । ତେବେ ବୈଜୟନ୍ତ ନିଜ ପରିବାର ସହିତ ପଳାୟନ କରିଛନ୍ତି ଏବଂ ଗିରଫଦାରୀରୁ ବଞ୍ଚିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ଅନୁଭବ ।
କେବଳ ଅନୁଭବ ନୁହନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ଓ ସାଂସଦ ଅମର ପଟ୍ଟନାୟକ ମଧ୍ୟ ସାରୁଅ ମାମଲାରେ ବୈଜୟନ୍ତ ଓ ତାଙ୍କ ସ୍ତ୍ରୀ ଜାଗି ମଙ୍ଗତ ପଣ୍ଡାଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି । ମାମଲା ହାଇକୋର୍ଟରେ ଥିବା ବେଳେ ବିନା ହସ୍ତକ୍ଷେପରେ ନ୍ୟାୟ ହେବ ବୋଲି କହିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ।