ଭୁବନେଶ୍ବର: ଓଲିଉଡ ଜଗତର ଚର୍ଚ୍ଚିତ ଯୋଡି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ । ଦାମ୍ପତ୍ୟ ଜୀବନରେ ତିକ୍ତତାକୁ ନେଇ ଚର୍ଚ୍ଚାରେ ଥିବା ଏହି ଯୋଡିଙ୍କ ସମ୍ପର୍କରେ ଏବେ ବି ରହିଛି ମଧୁରତା । ଓଲିଉଡ଼ କ୍ବିନ ବର୍ଷାଙ୍କ ଜନ୍ମଦିବସ ଅବସରରେ ସ୍ବାମୀ ଅନୁଭବ ଜଣାଇଛନ୍ତି ଶୁଭେଚ୍ଛା । ଭଲ ପତିପତ୍ନୀ ନ ହୋଇପାରିଲେ ମଧ୍ୟ ସାରା ଜୀବନ ପାଇଁ ସାଙ୍ଗ ହୋଇ ରହିବାକୁ ବର୍ଷାଙ୍କୁ ଟ୍ବିଟ କରି କହିଛନ୍ତି ଅନୁଭବ ।
-
.@VarshaPriyadar3, what if we couldn’t be good husband & wife, we should remain good friends 4ever!
— Anubhav Mohanty (@AnubhavMohanty_) August 7, 2021 " class="align-text-top noRightClick twitterSection" data="
I, on behalf of my family, fans, supporters, wish u a fabulous birthday🎂🙏🏻
May Mahaprabhu Shree Jagannath bless u with good health, every success & 4ever happiness🙏🏻
ଜୟ ଜଗନ୍ନାଥ🙏🏻
">.@VarshaPriyadar3, what if we couldn’t be good husband & wife, we should remain good friends 4ever!
— Anubhav Mohanty (@AnubhavMohanty_) August 7, 2021
I, on behalf of my family, fans, supporters, wish u a fabulous birthday🎂🙏🏻
May Mahaprabhu Shree Jagannath bless u with good health, every success & 4ever happiness🙏🏻
ଜୟ ଜଗନ୍ନାଥ🙏🏻.@VarshaPriyadar3, what if we couldn’t be good husband & wife, we should remain good friends 4ever!
— Anubhav Mohanty (@AnubhavMohanty_) August 7, 2021
I, on behalf of my family, fans, supporters, wish u a fabulous birthday🎂🙏🏻
May Mahaprabhu Shree Jagannath bless u with good health, every success & 4ever happiness🙏🏻
ଜୟ ଜଗନ୍ନାଥ🙏🏻
ଅନୁଭବ ଏହି ଟ୍ବିଟରେ ବର୍ଷାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ନିଜ ଜୀବନରେ ସେମାନେ ଭଲ ପତିପତ୍ନୀ ନ ହୋଇପାରିଲେ ମଧ୍ୟ ସାରା ଜୀବନ ପାଇଁ ଭଲ ବନ୍ଧୁ ହୋଇ ରହିବା ଉଚିତ ବୋଲି କହିଛନ୍ତି ଅନୁଭବ । ଅନୁଭବ ନିଜ ପରିବାର, ପ୍ରଶଂସକ, ସମର୍ଥକଙ୍କ ତରଫରୁ ବର୍ଷାଙ୍କୁ ଶୁଭକାମନା ଜଣାଇଛନ୍ତି । ଏହାସହିତ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ସେ ସୁସ୍ଥ, ଖୁସି ରହିବା ସହିତ ସଫଳତା ପାଆନ୍ତୁ ବୋଲି ଅନୁଭବ କାମନା କରିଛନ୍ତି । ସେ ଏହି ଟ୍ବିଟରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି ।
ରିଲ ଲାଇଫ ସହିତ ରିଅଲ ଲାଇଫରେ ମଧ୍ୟ ଦର୍ଶକଙ୍କ ଲୋକପ୍ରିୟ ଯୋଡି ଥିଲେ ବର୍ଷା ଓ ଅନୁଭବ । କିନ୍ତୁ ବିବାହର ୬ ବର୍ଷ ପରେ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସିଥିଲା । ବର୍ଷା SDJM କୋର୍ଟରେ ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ । ଏହାପରେ ଉଭୟଙ୍କ ଫ୍ୟାନ୍ସ ଖପ୍ପା ହୋଇଯାଇଥିଲେ ।
ତେବେ ଦୀର୍ଘଦିନ ଧରି ବର୍ଷା ଓ ଅନୁଭବଙ୍କ ଭିତରେ ବିବାଦ ଲାଗି ରହିଛି । ଏହାକୁ ନେଇ ସ୍ବାମୀ ସ୍ତ୍ରୀ ହୋଇ ମଧ୍ୟ କେହି କାହା ସହ କଥାବାର୍ତ୍ତା ହେଉନାହାନ୍ତି । ବିବାଦ ଏତେ ଉଗ୍ର ହୋଇଛି ଯେ ଉଭୟ ବାରମ୍ବାର ଥାନା ଓ କୋର୍ଟ ଯାଉଥିବା ବିଭିନ୍ନ ସମୟରେ ଦେଖିବାକୁ ମିଳିଛି । ହେଲେ ପତ୍ନୀ ବର୍ଷାଙ୍କ ଜନ୍ମଦିନକୁ କିନ୍ତୁ ଭୁଲିନାହାନ୍ତି ଅନୁଭବ । ଆଉ ଆଜି ବର୍ଷାଙ୍କ ଜନ୍ମଦିନ ହୋଇଥିବାରୁ ଟ୍ବିଟ ଯୋଗେ ସେ ଶୁଭେଚ୍ଛା ଜଣାଇଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ