ETV Bharat / city

ରାଜ୍ୟରେ ପୁନଃନିର୍ମାଣ ହେବ ଆଉ 5 ବେଳାଭୂମି, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଅମର ପଟ୍ଟନାୟକ - ରାଜ୍ୟରେ ପୁନଃନିର୍ମାଣ ହେବ ଆଉ 5 ବେଳାଭୂମି

ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ସାର୍ଟିଫିକେଟ ମିଳିବା ପରେ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ଆଉ ପାଞ୍ଚଟି ବେଳାଭୂମି ପୁନଃନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଅମର ପଟ୍ଟନାୟକ

author img

By

Published : Oct 21, 2020, 9:26 PM IST

ଭୁବନେଶ୍ୱର: ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ସାର୍ଟିଫିକେଟ୍ ମିଳିବା ପରେ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ଆଉ ପାଞ୍ଚଟି ବେଳାଭୂମି ପୁନଃନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ରାଜ୍ୟ ସରକାରଙ୍କ ଏହି ଯୋଜନାକୁ ନେଇ ସାଂସଦ ତଥା ବିଜେଡି ନେତା ଡ. ଅମର ପଟ୍ଟନାୟକ ଟ୍ବିଟ ଜରିଆରେ କହିଛନ୍ତି, ‘ପ୍ରଥମେ ପୁରୀ ଏବଂ ଏବେ ଆଉ ପାଞ୍ଚଟି ବେଳାଭୂମି ବ୍ଲୁ ଫ୍ଲାଗ୍ ସାର୍ଟିଫିକେଟ୍ ପାଇବା ଅପେକ୍ଷାରେ ! ଏପରି ଏକ ପଦକ୍ଷେପ ନେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ଏହା ପର୍ଯ୍ୟଟକଙ୍କୁ ଏକ ଶାନଦାର ବୁଷ୍ଟ ଯୋଗାଇବ ।

ରାଜ୍ୟରେ ପୁନଃନିର୍ମାଣ ହେବ ଆଉ 5 ବେଳାଭୂମି
ରାଜ୍ୟରେ ପୁନଃନିର୍ମାଣ ହେବ ଆଉ 5 ବେଳାଭୂମି

ତେବେ ସୂତ୍ରରୁ ପ୍ରକାଶ ଯେ, ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ପର୍ଯ୍ୟଟନ ବିଭାଗ ମିଳିତ ଭାବେ ପାଞ୍ଚଟି ବେଳାଭୂମିକୁ ପୁନଃନିର୍ମାଣ କରିବେ । ପୁରୀରେ ଆଉ ଏକ ବେଳାଭୂମି ପୁନଃନିର୍ମାଣ ପାଇଁ ଯୋଜନା ଥିବାବେଳେ ଗଞ୍ଜାମ ଏବଂ ବାଲେଶ୍ବରରେ 2-2 ବେଳାଭୂମି ପୁନ୍ଃନିର୍ମାଣ ଯୋଜନା ରହିଛି ।

ସୂଚନାଯୋଗ୍ୟ, ଅକ୍ଟୋବର 11ରେ ପୁରୀ ସମେତ ଦେଶର 5ଟି ବେଳାଭୂମିକୁ ଡେନମାର୍କର ଫାଉଣ୍ଡେସନ ଅଫ୍ ଏନଭାରମେଣ୍ଟ ଏଜୁକେଶନ(ଏଫଇଇ) ବ୍ଲୁ ଫ୍ଲାଗ ଟ୍ୟାଗ ମିଳିଛି ।

ବ୍ଲୁ ଫ୍ଲାଗ୍ ବିଅରିଂ ବେଳାଭୂମିକୁ ବିଶ୍ୱର ସବୁଠାରୁ ପରିଷ୍କାର ବେଳାଭୂମି ଭାବରେ ବିବେଚନା କରାଯାଏ । ବର୍ତ୍ତମାନ ପର୍ଯ୍ୟନ୍ତ 50 ଟି ଦେଶରୁ 4,664 ବେଳାଭୂମିକୁ ବ୍ଲୁ ଫ୍ଲାଗ ଟ୍ୟାଗ ମିଳିଛି । ସାର୍ଟିଫିକେଟ୍ ହାସଲ କରିବା ପାଇଁ ଏକ ବେଳାଭୂମିର ପରିବେଶ, ଜଳର ଗୁଣବତ୍ତା, ଶିକ୍ଷାଗତ, ନିରାପତ୍ତା, ସେବା ଏବଂ ଉପଲବ୍ଧତା ମାନ ସମ୍ବନ୍ଧୀୟ 33 ଟି କଠୋର ମାନଦଣ୍ଡ ପୂରଣ କରିବାକୁ ପଡିଥାଏ । ତେବେ ବିଶ୍ବରେ ଅନ୍ୟ ଦେଶ ତୁଳନାରେ ସ୍ପେନର ବହୁ ବେଳାଭୂମିକୁ ସର୍ବାଧିକ ବ୍ଲୁ ଟ୍ୟାଗ ସାର୍ଟିଫେକେଟ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.