ETV Bharat / city

ବାର୍ଷିକ ରିପୋର୍ଟ ଦେଲେ ସାଂସଦ ଅମର, ଓଡ଼ିଆଙ୍କ ସ୍ୱାର୍ଥକୁ ଦେଇ ଆସିଛନ୍ତି ଗୁରୁତ୍ୱ

author img

By

Published : Jul 16, 2022, 5:41 PM IST

ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ତୃତୀୟ ବର୍ଷର ବାର୍ଷିକ ରିପୋର୍ଟ ପ୍ରକାଶ କରିଛନ୍ତି ବିଜେଡ଼ି ସାଂସଦ ଅମର ପଟ୍ଟନାୟକ । ଜାଣନ୍ତୁ ରିପୋର୍ଟରେ କଣ ଉଲ୍ଲେଖ ରହିଛି । ଅଧିକ ପଢନ୍ତୁ

ବାର୍ଷିକ ରିପୋର୍ଟ ଦେଲେ ସାଂସଦ ଅମର, ଓଡ଼ିଆଙ୍କ ସ୍ବାର୍ଥକୁ ଦେଇ ଆସିଛନ୍ତି ଗୁରୁତ୍ବ

ଭୁବନେଶ୍ବର: ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ତୃତୀୟ ବର୍ଷର ବାର୍ଷିକ ରିପୋର୍ଟ ପ୍ରକାଶ କରିଛନ୍ତି ବିଜେଡ଼ି ସାଂସଦ ଅମର ପଟ୍ଟନାୟକ । ଏହି ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ମଧ୍ୟ ପଠାଯାଇଛି । ଓଡିଶାର ନାର୍ଯ୍ୟ ଦାବି, ଓଡିଆଙ୍କ ସ୍ବାର୍ଥ କେମିତି ସଫଳ ଭାବେ ସଂସଦରେ ପ୍ରତିପାଦିତ ହୋଇପାରିବ ତାହା ଉପରେ ସେ ସର୍ବଦା ଗୁରୁତ୍ବ ଦେଇଥିବା କହିଛନ୍ତି ।

ଜୁଲାଇ 3 ତାରିଖରେ ସାଂସଦ ହେବାର ୩ୟ ବର୍ଷ ପୂରଣ ହୋଇଛି । ଏହାପରେ ସାଂସଦ ଅମର ବାର୍ଷିକ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି । ସଂସଦରେ ଓଡ଼ିଆଙ୍କ ସ୍ବାର୍ଥକୁ ସେ ସର୍ବଦା ଗୁରୁତ୍ବ ଦେଇଛନ୍ତି । ଉଷୁନା ଚାଉଳ ନଉଠେଇବା ପ୍ରସଙ୍ଗ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡି଼ଶା କ୍ଷେତ୍ରରେ ପକ୍ଷପାତିତା ପ୍ରସଙ୍ଗ ସଂସଦରେ ଉଠାଯାଇଛି । ରେଲୱେରେ କିଭଳି ଅଧିକ କରାଯାଇପାରିବ ସେ ବିଷୟରେ ଉଠାଯାଇଛି ।

ଓଡ଼ିଶୀ ସଂଗୀତକୁ କେମିତି ଶାସ୍ତ୍ରୀୟ ମାନ୍ୟତା ମିଳିବ । ଏହାଛଡା ସାଂସଦଙ୍କର ଆଦର୍ଶ ଜିଲ୍ଲା ସୁନ୍ଦରଗଡ଼ରେ କେମିତି ରେଲୱେ ଡିଭିଜନ ହୋଇପାରିବ, ଦ୍ବିତୀୟ AIIMS ପ୍ରତିଷ୍ଠା ହୋଇପାରିବ, ଜିଲ୍ଲାରେ ଥିବା ୯ଟି ଆଦିବାସୀ ସମ୍ପ୍ରଦାୟଙ୍କ ପ୍ରସଙ୍ଗ ଭଳି ଅନେକ ପ୍ରସଙ୍ଗ ସଂସଦରେ ଉଠାଇ ଥିଲେ ଅମର । ଦରଦାମ ବୃଦ୍ଧି, ବଜେଟରେ ଗରିବ ମାନଙ୍କ ପାଇଁ ଯଦି ଆର୍ଥିକ ଅନୁଦାନ ମିଳିନାହିଁ, ରାଜ୍ୟ ମାନଙ୍କୁ କେମିତି ଅଧିକ ଅନୁଦାନ ମିଳିପାରିବ ସେ ବିଷୟରେ ମଧ୍ୟ ବାର୍ଷିକ ରିପୋର୍ଟ ବୁକରେ ଉଲ୍ଲେଖ କରାଯାଇଛି ।

ଏହାଛଡା ସାଂସଦ ଉନ୍ନୟନ ପାଣ୍ଠିରେ ମଧ୍ୟ ଏକ ନୂତନ ପଦକ୍ଷେପ ନିଆଯାଇଛି । ସୁନ୍ଦରଗଡ଼ର ୭୦ଟି ବ୍ଲକରେ ଇଲେକ୍ଟ୍ରି ଚାଳିତ ଅଟୋ ଆମ୍ବୁଲାନ୍ସ ସେବା ଚାଲିବାର ବ୍ୟବସ୍ଥା ହୋଇଛି । ଦୁର୍ଗମ ଅଞ୍ଚଳକୁ ବଡ଼ ଆମ୍ବୁଲାନ୍ସ ପଶି ପାରୁନଥିବାରୁ ଏହି ପଦକ୍ଷେପ ନିଆଯାଇଛି । ଏହା କିଭଳି ଭାବେ ଚାଲିବ ତାହା ଅନୁଧ୍ୟାନ କଲା ପରେ ଅନ୍ୟ ସ୍ଥାନରେ ମଧ୍ୟ ଆରମ୍ଭ କରାଯିବ ।

ପ୍ରତି ବ୍ଲକରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମାନେ ଇ-ଆମ୍ବୁଲାନ୍ସର ପରିଚାଳନା କରିବେ । ନବମ ଓ ଦଶମ ଶ୍ରେଣୀରେ ପଢୁଥିବା ମେଧାବୀ ଅନୁସୂଚିତ ଜାତି ଛାତ୍ରଛାତ୍ରୀ ମାନଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବ୍ୟାପାର ବିଭାଗର ତତ୍ତ୍ବାବଧାନରେ ୨୦୦ଟି ଟ୍ୟାବଲେଟ ଦେଇଛି । ସେଗୁଡିକ ଛାତ୍ରଛାତ୍ରୀ ମାନଙ୍କୁ ଆବଣ୍ଟନ କରାଯାଇଛି । ଓଡ଼ିଶାକୁ କେମିତି ସେସ ବାବଦକୁ ଅଧିକ ଅନୁଦାନ ମିଳିବା କଥା ତାହା ମଧ୍ୟ ବାର୍ଷିକ ରିପୋର୍ଟ ବହିରେ ଉଲ୍ଲେଖ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.