ଭୁବନେଶ୍ବର: ମାଟ୍ରିକ ପରୀକ୍ଷା ସମସ୍ତ ଛାତ୍ରଛାତ୍ର୍ରୀଙ୍କ ପାଇଁ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଦିନ । କିନ୍ତୁ ମାହାମାରୀ କୋରୋନା ଏବେ ଦେଶରେ ତାଣ୍ଡବ ରଚିଥିବା ବେଳେ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନକୁ ସ୍ଥଗିତ ରଖିଛନ୍ତି ସରକାର । ପୂର୍ବରୁ ଅପିଲ 14ରୁ ଖାତା ଦେଖା ହେବ ବୋଲି ନିଷ୍ପତ୍ତି ହୋଇଥିଲା । କିନ୍ତୁ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେଉଁ ଭଳି ଭାବରେ ବଢି ଚାଲିଛି ସେନେଇ ଲକଡାଉନର ଅବଧିକୁ ବଢାଇଥିବା ସରକାରଙ୍କ ନିୟମ ମାନିବାକୁ ହେବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।
ସେହିଭଳି ସ୍କୁଲ ପିଲାଙ୍କୁ ପାଠ୍ୟପୁସ୍ତକ ବଣ୍ଟନ ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସରକାର । ସବୁ ସ୍କୁଲରେ ବହି ପହଞ୍ଚି ସାରିଥିବା ବେଳେ ଶିକ୍ଷକ ମନେ ପିଲାଙ୍କ ଘର ଘର ବୁଲି ଏପ୍ରିଲ 25ସୁଦ୍ଧା ପୁସ୍ତକ ବାଣ୍ଟିବେ ବୋଲି ଯୋଜନା ହୋଇଛି । ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପୁସ୍ତକ ବଣ୍ଟାଯିବା ବ୍ୟବସ୍ଥା ରହିଛି । ଅନ୍ୟ ଏକ ନିଷ୍ପତ୍ତି କ୍ରମେ ଏଥର ଦଶମ ଶ୍ରେଣୀ ପାଠ୍ୟପୁସ୍ତକ ବଦଳିଛି । ଯାହାକୁ ନେଇ ଅନେକ ଛାତ୍ରଛାତ୍ରୀ ଦ୍ବନ୍ଦ୍ୱରେ ଅଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ