ETV Bharat / city

ରାଜଧାନୀରେ ଚାଞ୍ଜଲ୍ୟ, ତିନି ମାସର‌ ପୁଅକୁ ୬୫୦୦ ଟଙ୍କାରେ ବିକିଲା ମା' - ତିନି ମାସର‌ ପୁଅକୁ ବିକିଲା

ମାତ୍ର ୬,୫୦୦ ଟଙ୍କାରେ ୩ ମାସର‌ ପୁଅକୁ ବିକି ଦେବାକୁ ପଛାଇନି ଜନ୍ମକଲା ମା' । ଖବର ପାଇ ରାଜଧାନୀର ନୟାପଲ୍ଲୀ ଅଞ୍ଚଳରୁ ଉଦ୍ଧାର କରିଛି ଚାଇଲ୍‌ଡ ଲାଇନ ଟିମ । ଅଧିକ ପଢନ୍ତୁ...

mother sells three-months baby for Rs 6,500 at bhubaneswar
ରାଜଧାନୀରେ ଚାଞ୍ଜଲ୍ୟ, ତିନି ମାସର‌ ପୁଅକୁ ୬୫୦୦ଟଙ୍କାରେ ବିକିଲା ମା'
author img

By

Published : Oct 8, 2021, 9:57 PM IST

ଭୁବନେଶ୍ବର: ନିଷ୍ଠୁରତାର ଅନେକ କାହାଣୀ ଆଗରୁ ନଜରକୁ ଆସିଛି । ମାତ୍ର ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଯାହା ଘଟିଛି ତାହା ଜାଣିଲେ ସଭ୍ୟ ସମାଜରେ ସମସ୍ତେ ବିଚଳିତ ହୋଇଯିବେ । ସନ୍ତାନ ଟିଏ ପାଇଁ ଅନେକଜଣ ବଞ୍ଚିତ ହେଉଥିବାବେଳେ ମାତ୍ର ୬,୫୦୦ ଟଙ୍କାରେ ୩ ମାସର‌ ପୁଅକୁ ବିକିଦେବାକୁ ପଛାଇନି ଜନ୍ମକଲା ମା' ।

କାରଣ ଦାରିଦ୍ରତା କିମ୍ବା ଅନ୍ୟ କିଛି ସ୍ପଷ୍ଟ ହୋଇନାହିଁ । ମାତ୍ର ଖବର ପାଇ ରାଜଧାନୀର ନୟାପଲ୍ଲୀ ଅଞ୍ଚଳରୁ ଉଦ୍ଧାର କରିଛି ଚାଇଲ୍‌ଡଲାଇନ ଟିମ ।

ମା'କୁ ନୟାପଲ୍ଲୀ ଥାନା ପୋଲିସ ଅଟକ ରଖିଥିବାବେଳେ ଶିଶୁକୁ ଚାଇଲ୍‌ଡ ଲାଇନର ହେପାଜତରେ ରଖାଯାଇଛି। ଏନେଇ ପୋଲିସ ଛାନଭିନ କରିଥିବା ବେଳେ କିଣିବାକୁ ଆସିଥିବା ଲୋକକୁ ମଧ୍ୟ ପୋଲିସ ଖୋଜୁଛି। ଏନେଇ କମିସନରେଟ ପୋଲିସ ଓ ଚାଇଲ୍‌ଡଲାଇନର ସଦସ୍ୟ ନୟାପଲ୍ଲୀରେ ଶିଶୁ ବିକ୍ରି ଅପରେସନରେ ବିଭିନ୍ନ ସ୍ଥାନରେ ରେଡ୍‌ କରୁଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.