ETV Bharat / city

ପୁଅର ମୃତ୍ୟୁ ପାଇଁ ନ୍ୟାୟ ମାଗିଲା ମା'

ଭୁବନେଶ୍ୱର କ୍ଲବ ପରିସରରେ ଥିବା ସନ୍ତରଣ ପୁଲରେ ସ୍ବିମିଂ ଶିଖିବାକୁ ଆସି ମେ ୨୬ ତାରିଖରେ ସନ୍ଦୀପ ସାହୁଙ୍କ ମୃତ୍ୟୁ ହୋଇଥିଲା । ପୁଅର ମୃତ୍ୟୁକୁ ଏକ ମାସରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ନ୍ୟାୟ ପାଇଁ ଘୁରି ବୁଲୁଛନ୍ତି ପରିବାର ଲୋକ । ଫଳରେ ନ୍ୟାୟ ପାଇଁ କ୍ୟାପିଟାଲ ଥାନା ସମ୍ମୁଖରେ ପରିବାର ବର୍ଗ ଧାରଣାରେ ବସି ରହିଥିଲେ ।

author img

By

Published : Jul 9, 2019, 12:52 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ପୁଅ ମୃତ୍ୟୁର ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେଲେ ପରିବାର । ଗୋଟେ ବୋଲି ପୁଅକୁ ହରେଇବା ଦୁଃଖରେ ମର୍ମାହତ ପରିବାର । ପୁଅର ପ୍ରତିଟି ଇଚ୍ଛାକୁ ପୂରଣ କରୁଥିଲେ ବାପା ମା' । ଏକ ମାସ ପୂର୍ବେ ପୁଅ ସ୍ବିମିଂ ପ୍ରଶିକ୍ଷଣ ପାଇଁ ଆସିଥିବା ବେଳେ ଭୁବନେଶ୍ୱର କ୍ଲବ ସ୍ବିମିଂ ପୁଲରେ ତାର ମୃତ୍ୟୁ ଘଟିଥିଲା । ମୃତ୍ୟୁକୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପରିବାର ଲୋକଙ୍କୁ ନ୍ୟାୟ ମିଲିପାରିଲା ନାହିଁ । ଫଳରେ ନ୍ୟାୟ ପାଇଁ କ୍ୟାପିଟାଲ ଥାନା ସମ୍ମୁଖରେ ପରିବାରବର୍ଗ ଧାରଣାରେ ବସି ରହିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାନୁସାରେ, ମେ ୨୬ ତାରିଖରେ ସନ୍ଦୀପ ସାହୁ(୧୮) ସନ୍ତରଣରେ ଦକ୍ଷତା ବୃଦ୍ଧି ନିମନ୍ତେ ଭୁବନେଶ୍ୱର କ୍ଲବ ପରିସରରେ ଥିବା ସନ୍ତରଣ ପୁଲରେ ସ୍ବିମିଂ ଶିଖିବାକୁ ଆସି ତାଙ୍କ ସନ୍ଦେହଜନକ ଭାବରେ ମୃତ୍ୟୁ ହୋଇଥିଲା । ପୁଅର ମୃତ୍ୟୁକୁ ଏକ ମାସରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ନ୍ୟାୟ ପାଇଁ ଘୁରି ବୁଲୁଛନ୍ତି ପରିବାର ଲୋକ ।

ସେପଟେ ମୃତ ପୁଅ ପାଇଁ ନ୍ୟାୟ ମାଗିଛନ୍ତି ମା' । ବାରମ୍ବାର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଅଭିଯୋଗ ବଦଳାଇବା ପାଇଁ ଚାପ ପକାଉଛନ୍ତି ଥାନା କର୍ମଚାରୀ । ତେଣୁ ଭୁବନେଶ୍ୱର କ୍ଲବରେ ଥିବା ସନ୍ତରଣ ବେଳେ ସନ୍ଦୀପଙ୍କ ମୃତ୍ୟୁ କିଭଳି ହେଲା ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ସଠିକ୍ ଭାବେ ତଦନ୍ତ ହେଉନଥିବା ଅଭିଯୋଗ ଆଣିଛନ୍ତି ମୃତ ସନ୍ଦୀପଙ୍କ ମା’ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ପୁଅର ମୃତ୍ୟୁର ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେଲେ ପରିବାର।

ଗୋଟେ ବୋଲି ପୁଅ କୁ ହରେଇଲା ପରେ ପରିବାର ଲୋକ ଦୁଃଖରେ ମର୍ମହାତ୍ ହୋଇଛନ୍ତି। ପୁଅର ପ୍ରତିଟି ଇଛାକୁ ପୁରାଣ କରୁଥିଲେ ବାପା ମା । କିଛି ଦିନ ତଳେ ପୁଅ ସୁମିଂ ପ୍ରଶିକ୍ଷଣ ପାଇଁ ଆସିଥିବା ବେଳେ ଭୁବନେଶ୍ୱର କ୍ଲବ ସୂମିଂ ପୁଲ ରେ ମୃତ୍ୟୁ ଘଟିଥିଲା। ସେ ନେଇ ଦୀର୍ଘ ଦିନ ମୃତ୍ୟୁ ଘଟିଥିବା ବେଳେ ଆଜି ପର୍ଯ୍ୟନ୍ତ ପରିବାର ଲୋକଙ୍କୁ ନ୍ୟାୟ ମିଲିପରିଲା ନାହିଁ। ସେନେଇ କ୍ୟାପିଟାଲ ଥାନା ସମ୍ମୁଖରେ ପରିବାର ବର୍ଗ ଧାରଣା ରେ ବସିରହିଥିଲେ। Body:ସୂଚନା ଅନୁଯାୟୀ , ମେ ୨୬ ତାରିଖ ରେ ସନ୍ଦୀପ ସାହୁ(୧୮) ସନ୍ତରଣରେ ଦକ୍ଷତା ବୃଦ୍ଧି ନିମନ୍ତେ ଭୁବନେଶ୍ୱର କ୍ଲବ ପରିସରରେ ଥିବା ସନ୍ତରଣ ପୁଲ ରେ ସନ୍ଦେହଜନକ ଭାବରେ ମୃତ୍ୟୁ ଘଟିଥିଲା। ଦୀର୍ଘ ଏକ ମାସ ପରେ ହୋଇଯାଇଥିଲେ ମଧ୍ୟ ପୁଅର ନ୍ୟାୟ ପାଇଁ ପରିବାର ଲୋକ ଘୁରିବୁଲୁଛନ୍ତି। ହେଲେ ନ୍ୟାୟ ପାଇବାରେ ବଞ୍ଚିତ ପରିବାର ଲୋକ।
ଏହାକୁ ନେଇ ମୃତ ସନ୍ଦୀପ ଙ୍କ ମା କହିଛନ୍ତି ଯେ ପୁଅ ର ମୃତ୍ୟୁ ପାଇଁ ନ୍ୟାୟ ଦରକାର। ବାରମ୍ବାର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଅଭିଯୋଗ ବଦଳାଇବା ପାଇଁ ଚାପ୍ ପକାଉଛନ୍ତି ଥାନା କର୍ମଚାରୀ। ତେଣୁ ଭୁବନେଶ୍ୱର କ୍ଲବ ରେ ଥିବା ସନ୍ତରଣ ବେଳେ ସନ୍ଦୀପ ର ମୃତ୍ୟୁ କିଭଳି ହେଲା ଏଥିରେ କେଉଁ ମନେ ସଂପୃକ୍ତ ଅଛନ୍ତି ସେନେଇ ତଦନ୍ତ ଠିକ ଭାବରେ କରାଯାଉନାହିଁ ବୋଲି କହିଛନ୍ତି ମୃତକ୍ ସନ୍ଦୀପ ଙ୍କ ମା।
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.