ETV Bharat / city

କମିଶନରେଟ ପୋଲିସ ହାତରେ ମୋଷ୍ଟ ୱାଣ୍ଟେଡ ଏଟିଏମ ଲୁଟେରା ଗ୍ୟାଙ୍ଗ

ମୋଷ୍ଟ ୱେଣ୍ଟେଟ ଏଟିଏମ ଲୁଟେରା ସମ୍ଭବ ଆଚାର୍ଯ୍ୟ ସହ 6 ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ବୟସ୍କଙ୍କୁ ସାହାଯ୍ୟ ନାଁରେ ସେମାନଙ୍କ ଏଟିଏମକୁ ବଦଲାଇ ଟଙ୍କା ହଡପ କରୁଥିଲେ ଏହି ଲୁଟେରା । ଅଧିକ ପଢନ୍ତୁ..

କମିଶନରେଟ ପୋଲିସ ହାତରେ ଏଟିଏମ ଲୁଟେରା ଗ୍ୟାଙ୍ଗ

author img

By

Published : Sep 29, 2020, 7:54 PM IST

ଭୁବନେଶ୍ବର: କମିଶନରେଟ ପୋଲସ ହାତରେ ଲାଗିଲା ଏଟିଏମ ଲୁଟେରା ଗ୍ୟାଙ୍ଗ। ମୋଷ୍ଟ ୱାଣ୍ଟେଡ ଏଟିଏମ ଲୁଟେରା ସମ୍ଭବ ଆଚାର୍ଯ୍ୟ ମଧ୍ୟ ଗିରଫ ହୋଇଛି। ସମେତ 6 ଜଣଙ୍କୁ ଗିରଫ କଲା ସ୍ପେଶାଲ ସ୍କାର୍ଡ । ତେବେ ସମ୍ଭବ ନାଁରେ ପୁନେରେ 5ଟି ମାମଲା ଓ ଭୁବନେଶ୍ବରେ 8ଟି ମାମଲା ରହିଛି।

ବରିଷ୍ଠ ନାଗରିକ ମାନେ ଯେତେବେଳେ ଏଟିଏମକୁ ଟଙ୍କା ଉଠାଇବା ପାଇଁ ଯାଇଥାନ୍ତି, ସେହି ସମୟରେ ସାହାଯ୍ୟ ନାମରେ ଏଟିଏମ କାର୍ଡକୁ ଏହି ଲୁଟେରାମାନେ ବଦଳାଇ ଦେଇଥାନ୍ତି । ଉକ୍ତ ଟଙ୍କା ଉଠାଇବା ପାଇଁ ଆସିଥିବା ବ୍ୟକ୍ତି ଜଣଙ୍କ ଏଟିଏମରୁ ପଳେଇଗଲା ପରେ ଏଟିଏମ ଲୁଟେରାମାନେ ଅସଲି କାର୍ଡରେ ଟଙ୍କା ଉଠାଇ ଫେରାର ହୋଇଯାଉଥିଲେ ।

Most wanted ATM lootera Sambhav Acharya arrested along with six others

ତେବେ ଭୁବନେଶ୍ବରରେ ଏମାନଙ୍କ ନାମରେ ମାମଲା ରହିଥିବା ବେଳେ ଏମାନେ ସବୁଠି ୱାଣ୍ଟେଡ ଲିଷ୍ଟରେ ରହିଥିଲେ। ମୋଷ୍ଟ ୱାଣ୍ଟେଡ ସମ୍ଭବ ପାଖରୁ 6ଟି ଏଟିଏମ କାର୍ଡ ସହ 40 ହଜାର ଟଙ୍କା ଜବତ ହୋଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.