ଭୁବନେଶ୍ବର: ବେସ କ୍ୟାମ୍ପକୁ ଆସିଲା ପର୍ବତରାଣୀ କଳ୍ପନାଙ୍କ ପାର୍ଥିବ ଶରୀର । ସେରପାଙ୍କ ଅନୁସନ୍ଧାନ ଓ ଉଦ୍ଧାରକାରୀ ଦଳ ପର୍ବତାରୋହୀ କଳ୍ପନା ଦାସଙ୍କ ମରଶରୀର ଉଦ୍ଧାର କରିଥିବା ନେଇ ରାଜ୍ୟ ସରକାରଙ୍କୁ ସୂଚିତ କରାଯାଇଛି । ବେସ କ୍ୟାମ୍ପ 4କୁ ମରଶରୀର ଆଣିବାରେ ମଫଳ ହୋଇଛନ୍ତି ସେରପା ।
ବୁଧବାର ବେସ କ୍ୟାମ୍ପ ଲୁକଲାରେ ଔପଚାରିକତା ପୁରା କରିବା ପରେ କଳ୍ପାନାଙ୍କ ପାର୍ଥିବ ଶରୀର କାଠମାଣ୍ଡୁ ଅଭିମୁଖେ ନିଆଯିବ । ଆମର ବିଶ୍ବାସ ଯେ ଭାରତୀୟ ଦୂତାବାସ ଓ ଉଦ୍ଧାରକାରୀ ଦଳଙ୍କ ମିଳିତ ଉଦ୍ୟମରେ ଆମେ କଳ୍ପନାଙ୍କ ମରଶରୀର ତାଙ୍କ ପରିବାର ତଥା ରାଜ୍ୟକୁ ଫେରାଇବାର ଆମ ମିଶନରେ ସଫଳ ହେବୁ ବୋଲି କହିଛନ୍ତି ରାଜ୍ୟ ସରକାର ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ