ETV Bharat / city

Nepal Plane Crash: ମିଳିଲା ଓଡ଼ିଆ ପରିବାରର ଦେହାବଶେଷ, କାନ୍ଦୁଛନ୍ତି ଅଶୋକଙ୍କ ଘରୋଇ ସହାୟିକା

ନେପାଳ ତାରା ଏୟାରଲାଇନ୍ସର 9N-AET ବିମାନ ଦୁର୍ଘଟଣା ଅଶୋକ ତ୍ରିପାଠୀଙ୍କ ପୁରା ପରିବାରର ମୃତ୍ୟୁ ହୋଇଛି । ଏହାକୁ ନେଇ ତାଙ୍କ ଘରେ କାମ କରୁଥିବା ସେଚକ ଝିଲ୍ଲୀଙ୍କ ଆଖିରୁ ଲୁହ ଶୁଖୁନାହିଁ । ଅଧିକ ପଢ଼ନ୍ତୁ

author img

By

Published : May 30, 2022, 9:32 PM IST

Nepal Tara plane Crash: ମିଳିଲା ଓଡ଼ିଆ ପରିବାରର ଦେହାବଶେଷ, କାନ୍ଦୁଛନ୍ତି ଅଶୋକଙ୍କ ଘରୋଇ ସହାୟିକା

ଭୁବନେଶ୍ବର: ନେପାଳ ତାରା ଏୟାରଲାଇନ୍ସର 9N-AET ବିମାନ ଦୁର୍ଘଟଣାଗ୍ରସ୍ତ ହେବାପରେ ଏଥିରେ ଥିବା ସମସ୍ତ ୨୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ୪ଜଣ ଓଡ଼ିଶାବାସୀ ମଧ୍ୟ ସାମିଲ ରହିଥିଲେ । ଉଦ୍ଧାରକାରୀ ଦଳର ଆଜିର ସମସ୍ତ ମୃତକଙ୍କ ଦେହାବଶେଷକୁ ଉଦ୍ଧାର କରିଛି ।

ନେପାଳ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡିଶାର ସମସ୍ତ ବ୍ୟକ୍ତି ଗୋଟିଏ ପରିବାରର । ସେମାନେ ହେଉଛନ୍ତି ଅଶୋକ ତ୍ରିପାଠୀ, ବୈଭବୀ ୱାଣ୍ଡେକର, ଧନୁଶ୍ ତ୍ରିପାଠୀ, ହ୍ରିତିକା ତ୍ରିପାଠୀ । ଅଶୋକଙ୍କ ପତ୍ନୀ ଓ ପିଲାମାନେ ମୁମ୍ବାଇରେ ରହୁଥିବା ବେଳେ ପୁରା ପରିବାର ଛୁଟି କାଟିବାକୁ ନେପାଳ ଯାଇଥିଲେ ।

ଅଶୋକଙ୍କ ଅକାଳ ମୃତ୍ୟୁ ହେବାପରେ ଭାଙ୍ଗି ପଡ଼ିଛନ୍ତି ତାଙ୍କ ଘରେ କାମ କରୁଥିବା ଜଣେ ମହିଳା । ଅଶୋକ ତାଙ୍କ ବାପା ମାଆ ଥିଲେ ବୋଲି କହିଛନ୍ତି ତାଙ୍କ ଘରେ କାମ କରୁଥିବା ସେଚକ ଝିଲ୍ଲୀ । ଏବେ ସେ ପରିବାର ପେଟ କିଭଳି ପାଳିବେ ସେନେଇ ଚିନ୍ତାରେ ରହିଛନ୍ତି । ସକାଳ ହେଲେ ନିଜ ସାଇକେଲ ରେ ଦୌଡ଼ି ଆସନ୍ତି ଝିଲ୍ଲୀ । ଅଶୋକଙ୍କ ଘରର ସବୁ କାମ ସରିବା ପରେ ସେ ପୁଣି ଘରକୁ ଫେରନ୍ତି । ଅଶୋକ ତାଙ୍କୁ ରୋଜଗାର ଦେଉଥିଲେ । ଏବେ ପରିବାର କିଭଳି ଚଳିବ ସେକଥା ଭାବି ଆଖିରୁ ଲୁହ ଗଡ଼ାଉଛନ୍ତି ସେଚକ ଝିଲ୍ଲୀ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.