ETV Bharat / city

ଆରମ୍ଭ ହେଲା ସକାଳୁଆ ସ୍କୁଲ ପାଠପଢ଼ା

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜି(ଶନିବାର) ଠାରୁ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ ପାଠପଢ଼ା । ଅଧିକ ପଢନ୍ତୁ

ଆରମ୍ଭ ହେଲା ସକାଳୁଆ ସ୍କୁଲ ପାଠପଢ଼ା
ଆରମ୍ଭ ହେଲା ସକାଳୁଆ ସ୍କୁଲ ପାଠପଢ଼ା
author img

By

Published : Apr 2, 2022, 8:29 AM IST

Updated : Apr 2, 2022, 9:43 AM IST

ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜି(ଶନିବାର) ଠାରୁ ସକାଳୁଆ ସ୍କୁଲ ପାଠପଢ଼ା ଆରମ୍ଭ ହୋଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସକାଳ ୬.୩୦ରୁ ପାଠପଢା ଆରମ୍ଭ ହୋଇ ୧୦.୩୦ ଯାଏଁ ଚାଲିବ । ସେହିପରି ସକାଳ ୭ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ନବମରୁ ଦ୍ବାଦଶ(+୨) ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠପଢ଼ା ହେବ।

ଆରମ୍ଭ ହେଲା ସକାଳୁଆ ସ୍କୁଲ ପାଠପଢ଼ା

ସକାଳ ୬ଟାରୁ ଛାତ୍ରଛାତ୍ରୀ ସ୍କୁଲରେ ପହଞ୍ଚିବା ପରେ ଆରମ୍ଭ ହୋଇଛି ପାଠପଢା । ସମସ୍ତ ସରକାରୀ, ଘରୋଇ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ପାଇଁ ଏହି ସମୟ ଲାଗୁ ହୋଇଛି । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଛି। ଏହାସହ ଏପ୍ରିଲ ପହିଲାରୁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ନିମନ୍ତେ ରନ୍ଧା ମଧ୍ୟାହ୍ନ ଭୋଜନ ଆରମ୍ଭ ହେବ।

ବିଦ୍ୟାଳୟରେ ପର୍ଯ୍ୟାପ୍ତ ପିଇବା ପାଣି ଉପଲବ୍ଧ କରିବା, କ୍ୟାମ୍ପସ‌ରେ କୋଭିଡ୍‌-୧୯ ନିର୍ଦେଶାବଳୀକୁ ପାଳନ କରିବା ଲାଗି ସ୍କୁଲ କର୍ତୃପକ୍ଷଙ୍କୁ କୁହାଯାଇଛି। ଖରାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କୁ ଛତା ବ୍ୟବହାର ନିମନ୍ତେ ମଧ୍ୟ ପରାମର୍ଶ ଦିଆଯାଇଛି। ଓଆରଏସ ପାଣିର ବ୍ୟବସ୍ଥା ମଧ୍ୟ କରାଯାଇଛି। ଗ୍ରୀଷ୍ମ ପ୍ରବାହକୁ ନେଇ ସ୍କୁଲ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇ ରହିଛି।

ଭୁବନେଶ୍ବରରୁ ବିକାଶ କୁମାର ଦାଶ, ଇଟିଭି ଭାରତ

Last Updated : Apr 2, 2022, 9:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.