ETV Bharat / city

ରାଜ୍ୟକୁ ଆହୁରି ଆସିବ ଟିକା, ବୃଦ୍ଧି ହେବ ଟୀକାକରଣ କେନ୍ଦ୍ର

author img

By

Published : Jun 8, 2021, 4:38 PM IST

Updated : Jun 8, 2021, 6:59 PM IST

ରାଜ୍ୟକୁ କେନ୍ଦ୍ର ପଠାଇବ ଟିକା । ରାଜ୍ୟରେ ଟୀକାକରଣ କେନ୍ଦ୍ର ବୃଦ୍ଧି କରାଯିବ କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ । ଅଧିକ ପଢନ୍ତୁ...

ରାଜ୍ୟକୁ ଆହୁରି ଆସିବ ଟିକା, ବୃଦ୍ଧି ହେବ ଟୀକାକରଣ କେନ୍ଦ୍ର
ରାଜ୍ୟକୁ ଆହୁରି ଆସିବ ଟିକା, ବୃଦ୍ଧି ହେବ ଟୀକାକରଣ କେନ୍ଦ୍ର

ଭୁବନେଶ୍ବର: ରାଜ୍ୟରେ ପୂର୍ବରୁ ସର୍ବାଧିକ 2 ଲକ୍ଷ 80 ହଜାର ପର୍ଯ୍ୟନ୍ତ ଟୀକାକରଣ ହୋଇସାରିଛି। ତେଣୁ ଟୀକାକରଣ ପାଇଁ ବେସ ଲାଇନ ପର୍ଯ୍ୟନ୍ତ ବିତ୍ତିଭୂମି ରହିଛି। ତେବେ ଟିକାର ଉପଲବ୍ଧତା ଓ ଗାଇଡଲାଇନ ଅନୁଯାୟୀ ଟୀକାକରଣ କରାଯିବ। ଆମର ସେସନ ସାଇଟ ଓ ଲୋକ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ଗାଇଡ଼ ଲାଇନ ଆସିବା ପରେ ପ୍ଲାନିଂ କରିବୁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ଏହାକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି ଯେ ଲୋକମାନେ ଟିକା ପାଇଁ ସମ୍ପୂର୍ଣ୍ଣ ସହଜ ହୋଇଯାଇଛି। ଟିକା କିଭଳି ଉତ୍ପାଦନ ହେବ ଓ ସବୁ ରାଜ୍ୟକୁ କିଭଳି ଟିକା ଠିକ୍ ସମୟରେ ପଠାଯିବ ତାହା କେନ୍ଦ୍ରର ଦାୟିତ୍ବ। ଏହା ସହ ରାଜ୍ୟ ଟିକା ପାଇଲା ପରେ କିଭଳି ଭାବରେ ସମସ୍ତ କେନ୍ଦ୍ରକୁ ପଠାଯିବ ସେନେଇ ଏକ ରୋଡ଼ ମ୍ୟାପ ପ୍ରସ୍ତୁତ କରିବା ଉଚିତ। ଆଗକୁ ଆହୁରି ଟିକା ଯେହେତୁ ରାଜ୍ୟକୁ ଆସିବ ତେଣୁ ଟୀକାକରଣ କେନ୍ଦ୍ର କମ୍ ପଡିବ। ତେଣୁ ଟୀକାକରଣ କେନ୍ଦ୍ର ଗୁଡିକୁ ବୃଦ୍ଧି କରିବାକୁ କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ଅଧିକ ସ୍ଥାନରେ ଅଧିକ କେନ୍ଦ୍ର କରିବାକୁ ପଡିବ। ଏହା ସହ ଟୀକାକରଣର ସମୟ ସୀମା ଅଧିକ କରିବାକୁ ଆବଶ୍ୟକ। କୋରୋନାର ତୃତୀୟ ଲହରରୁ ଟୀକାକରଣ ଆମକୁ ବଞ୍ଚାଇବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର।

ଭୁବନେଶ୍ବରରୁ ବିକାଶ ଦାସ , ଇଟିଭି ଭାରତ

Last Updated : Jun 8, 2021, 6:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.