ETV Bharat / city

ବାଲେଶ୍ବରରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ - ବ୍ରାଉନସୁଗାର ଜବତ

ବାଲେଶ୍ବରରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ । ଏସଟିଏଫ ପଞ୍ଝାରେ ୨ ବ୍ରାଉନସୁଗାର ଡିଲର । ବାଲେଶ୍ବର ରେଲୱେ ଓଭରବ୍ରିଜ ତଳୁ ଡିଲ ସମୟରେ ଏମାନଙ୍କୁ ମାଡ଼ି ବସିଛି ଏସଟିଏଫ ଟିମ । ଅଧିକ ପଢନ୍ତୁ

ବାଲେଶ୍ବରରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

author img

By

Published : Oct 18, 2022, 11:10 PM IST

ଭୁବନେଶ୍ବର: ବାଲେଶ୍ବର ରେଲୱେ ଓଭର ବ୍ରିଜ ତଳେ ଚାଲିଥିଲା ବ୍ରାଉନସୁଗାର ଡିଲ (Brown sugar deal in Balasore)। ଏହି ସମୟରେ ଡିଲରଙ୍କୁ ମାଡି ବସିଲା ଏସଟିଏଫ୍ ଟିମ । ଏହାସହିତ ପ୍ରାୟ ୧ କେଜି ଓଜନ ବିଶିଷ୍ଟ କୋଟିଏ ଟଙ୍କାର ବ୍ରାଉନସୁଗାରକୁ ଏସଟିଏଫ ଜବତ କରିଛି । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି ।

ବାଲେଶ୍ବରରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

ଗିରଫ ଅଭିଯୁକ୍ତମାନେ ହେଲେ ପିଡବ୍ଲୁ ଡି କଲୋନୀର ଏସ କେ ରାଜୁ, ଖପ୍ରାପଡାର ଅମଜାଦ ଖାନ। ଦୁଇ ଜଣଙ୍କଠୁ ଏକ ବାଇକ ଜବତ ହେବା ସହ ଏମାନେ ସେହି ଅଞ୍ଚଳର ବଡ ଡିଲର ଥିଲେ ବୋଲି ଏସଟିଏଫ୍ ଏସପି ସୂଚନା ଦେଇଛନ୍ତି। ତେବେ ଏମାନଙ୍କୁ ସ୍ଥାନୀୟ ପୋଲିସ ପୂର୍ବରୁ ଏକ ମାରପିଟ ମାମଲା ଗିରଫ କରିଥିଲା । ତଥାପି ପୋଲିସକୁ ଏମାନଙ୍କର ଭୟ ନଥିଲା । ବେଧଡକ ପୋଲିସ ଆଢୁଆଳରେ ଚଲାଇଥିଲେ ବ୍ରାଉନ ସୁଗାର‌ କାରବାର । ତେବେ ସମାନ ଢଙ୍ଗରେ ଗତ ୨୭ଜୁଲାଇରେ ମଧ୍ୟ ବାଲେଶ୍ବର ଅର୍ଡର ବଜାର ରେଲୱେ ଓଭରବ୍ରିଜ ତଳୁ ୧ କେଜି ୫୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା ।

  • STF, with the help of Balasore police, seized more than one Kg of Brown sugar/ Heroin/Smack near railway station Balasore, two accused were arrested.
    Further investigation is on.@odisha_police @CIDOdisha

    — STF (@OdishapoliceStf) October 18, 2022 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ- MKCG ପରିସରରୁ ଧରାପଡିଲେ ୭ ଦଲାଲ, କାବୁ କଲା ପୋଲିସ

ବ୍ରାଉନସୁଗାର କାରବାର କରୁଥିବା ସହଦେବ ଖୁଣ୍ଟାର ଅଭିଯୁକ୍ତ ସେଖ ମେଜୁକୁ ଗିରଫ କରିଥିଲା ଏସଟିଏଫ୍ । ତା ନିକଟରୁ ୨୮ହଜାର ନଗଦ ଟଙ୍କା ସହ ବ୍ରାଉନସୁଗାର ଜବତ ହୋଇଥିଲା । ସେହି ଦିନରୁ ଏହି ନେଟୱର୍କ ଉପରେ ନଜର ରଖିଥିଲା ଏସଟିଏଫ୍ ଟିମ । ଏସଟିଏଫ ଏସପିଙ୍କ ସୂଚନା ମୁତାବକ ୨୦୨୦ରୁ ଏଯାବତ ଏସଟିଏଫ୍ ଟିମ ଓଡି଼ଶାର ବିଭିନ୍ନ ସ୍ଥାନରୁ ୬୦କେଜି ବ୍ରାଉନସୁଗାର ସହ ୨୦୨ ଗ୍ରାମର କୋକେନ ଓ ୧୧୧ କ୍ବିଣ୍ଟାଲ ଗଞ୍ଜେଇ ସହ ୭୫ ଗ୍ରାମ ଅଫିମ ଜବତ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.