ETV Bharat / city

ବିଜେଡିର ମିଶ୍ରଣ ପର୍ବ, ମିଶିଲେ କଂଗ୍ରେସର ଶତାଧିକ କର୍ମୀ

author img

By

Published : Sep 20, 2021, 6:21 PM IST

ଶାସକ ଦଳ ବିଜେଡ଼ିର ମାରାଥନ ମିଶ୍ରଣ । ଆଜି(ସୋମବାର) କଂଗ୍ରେସର ଶତାଧିକ କର୍ମୀ ଦଳରେ ମିଶିଛନ୍ତି । ଅଧିକ ପଢନ୍ତୁ...

ବିଜେଡିର ମିଶ୍ରଣ ପର୍ବ, ମିଶିଲେ କଂଗ୍ରେସର ଶତାଧିକ କର୍ମୀ
ବିଜେଡିର ମିଶ୍ରଣ ପର୍ବ, ମିଶିଲେ କଂଗ୍ରେସର ଶତାଧିକ କର୍ମୀ

ଭୁବନେଶ୍ବର: ବବିଙ୍କ ନେତୃତ୍ବରେ ବିଜେଡ଼ିର ମାରାଥନ ମିଶ୍ରଣ । ଗୋଟିଏ ପଟେ ଉପନିର୍ବାଚନ ପ୍ରଚାର ଆଉ ଗୋଟିଏ ପଟେ ବିଜେଡିର ମିଶ୍ରଣ ପର୍ବ । ଏହାରି ମଧ୍ୟରେ ଆଜି(ସୋମବାର) ବିଜେଡ଼ିରେ ମିଶିଛନ୍ତି କଂଗ୍ରେସର ଶତାଧିକ କର୍ମୀ ।

ଏହା ବି ପଢନ୍ତୁ: ବିଜେଡିରେ JMMର ହୋଇଛି ବିଲୟ: ସୁଦାମ ମାରାଣ୍ଡି

ରାୟଗଡା ଜିଲ୍ଲା କଂଗ୍ରେସର SC ଶାଖାର ସଭାପତି ରାବଲ ମାଝୀ ଓ ତାଙ୍କର ଶତାଧିକ ପ୍ରଶଂସକ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହେଲେ। ରାଜ୍ୟସଭା ସାଂସଦ ସୁବାଷ ସିଂହଙ୍କ ବାସଭବନରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଜେଡି଼ର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ରାଜ୍ୟସଭା ସାଂସଦ ଭାସ୍କର ରାଓ, ସୁଭାଷ ସିଂହ, ବିଧାୟକ ଅତନୁ ସବ୍ୟସାଚୀ ନାୟକ ଏବଂ ରାୟଗଡା ଜିଲ୍ଲା ବିଜେଡି ସଭାପତିଙ୍କ ଉପସ୍ଥିତିରେ ଶଙ୍ଖ ଧରିଲେ । ନବୀନଙ୍କ ସ୍ବଚ୍ଛ ଶାସନକୁ ପାଥେୟ କରି ବିଜେଡିରେ ଯୋଗଦାନ କଲେ ।

ସେପଟେ ଦଳରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM)ର ଶତାଧିକ ନେତା ଓ କର୍ମୀମାନେ ମଧ୍ୟ ମିଶିଛନ୍ତି । ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ସାମିଲ ହୋଇଛନ୍ତି ଏହି ନେତା । ବିଜେଡ଼ିରେ JMMର ବିଲୟ ହୋଇଛି ବୋଲି ଏହି ମିଶ୍ରଣ ପର୍ବରେ ସାମିଲ ହୋଇ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.