ETV Bharat / city

ସହରାଞ୍ଚଳରେ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ଆଉ ୫ଟି ଆଶ୍ରୟସ୍ଥଳୀ - ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ

ସହରାଞ୍ଚଳ ଉନ୍ନୟନ ସଂସ୍ଥାର ନୂତନ ପୋର୍ଟାଲ ଉଦ୍‌ଘାଟନ କରିବା ସହିତ ସଂସ୍ଥା ତରଫରୁ କାର୍ଯ୍ୟକାରୀ କରାଯାଉଥିବା ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ । ଅଧିକ ପଢନ୍ତୁ

more shelter will be soon open in urban area
ସହରାଞ୍ଚଳରେ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ଆଉ ୫ ଟି ଆଶ୍ରୟସ୍ଥଳୀ
author img

By

Published : Aug 24, 2022, 10:24 PM IST

ଭୁବନେଶ୍ବର: ଉନ୍ନୟନ ବିଭାଗ ଅଧିନସ୍ଥ ସହରାଞ୍ଚଳ ଉନ୍ନୟନ ସଂସ୍ଥା ପରିଦର୍ଶନ କରିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ । ଏହି ଅବସରରେ ସହରାଞ୍ଚଳ ଉନ୍ନୟନ ସଂସ୍ଥାର ନୂତନ ପୋର୍ଟାଲ ଉଦ୍‌ଘାଟନ କରିବା ସହିତ ସଂସ୍ଥା ତରଫରୁ କାର୍ଯ୍ୟକାରୀ କରାଯାଉଥିବା ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିଛନ୍ତି । ତେବେ ସହରାଞ୍ଚଳରେ ବାସହୀନ ଗରିବ ଲୋକଙ୍କ ପାଇଁ ଖୁବଶୀଘ୍ର ଆଉ ୫ଟି ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ହେବାକୁ ଯାଉଥିବାବେଳେ ୨ ଟି ନିର୍ମାଣାଧୀନ ଅଛି ବୋଲି ସୂଚନା ମିଳିଛି ।

ସୁଡାର ନିର୍ଦ୍ଦେଶକ ତଥା ବିଭାଗୀୟ ଯୁଗ୍ମ ସଚିବ ସାରଦା ପ୍ରସାଦ ପଣ୍ଡା ମନ୍ତ୍ରୀଙ୍କୁ ସ୍ବାଗତ ଜଣାଇବା ସହିତ ସଂସ୍ଥାର କାର୍ଯ୍ୟାବଳୀ ସଂପର୍କରେ ଅବଗତ କରାଇଛନ୍ତି । ଏହି ସଂସ୍ଥା ହେଉଛି ଗୃହ ଓ ନଗର ଉନ୍ନୟନ ବିଭାଗର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ । ବିଭାଗର ଯୋଜନା ଓ କାର୍ଯ୍ୟକ୍ରମ ଗୁଡିକୁ କାର୍ଯ୍ୟକାରୀ କରାଯିବା କ୍ଷେତ୍ରରେ ମାନବ ସମ୍ବଳଠାରୁ ଆରମ୍ଭ କରି ବୈଷୟିକ ସହାୟତା ଯୋଗାଇ ଦେବା, ଗୋଷ୍ଠୀ ସହଭାଗୀତା ଓ ସମନ୍ବୟ, ଆହାର କେନ୍ଦ୍ର ପରିଚାଳନା, ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକୁ ସଫଳତାର ସହ କାର୍ଯ୍ୟକାରୀ କରିଆସୁଛି ।

ତେବେ ୨୦୧୫ ମସିହାରୁ ଆରମ୍ଭ ହୋଇଥିବା ଆହାର କେନ୍ଦ୍ର ବର୍ତମାନ ୧୧୫ ଟି ପୌରାଞ୍ଚଳରେ ୧୬୭ ଟି କେନ୍ଦ୍ର ମାଧାମରେ ଦୈନିକ ଏକ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ୫ ଟଙ୍କାରେ ଖାଦ୍ୟ ଯୋଗାଇ ଦିଆଯାଉଛି । ଏଥିରେ ୧୬୩ ମହିଳା ସୟଂସହାୟକ ଗୋଷ୍ଠୀ ନିୟୋଜିତ ହୋଇଛନ୍ତି । ସେମାନେ ୭୯.୮ କୋଟି ଟଙ୍କା ମୂଲ୍ୟର କାର୍ଯ୍ୟ କରିଛନ୍ତି ।ସେଥି ପାଇଁ ସେମାନଙ୍କୁ ୮.୮୮ କୋଟି ଟଙ୍କା ପ୍ରଦାନ କରାଯାଇଛି । ସେହିପରି ମୁକ୍ତା ଯୋଜନାରେ ୧୬ ହଜାରରୁ ଅଧିକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଂପୃକ୍ତ ୫୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ୪୪୫୦୦ ପ୍ରକଳ୍ପ ନିର୍ମାଣ କରିଛନ୍ତି । ଏଥିରେ ୬ ଲକ୍ଷରୁ ଅଧିକ ଶ୍ରମିକ ଉପକୃତ ହୋଇଛନ୍ତି ।ତେବେ ମଜୁରୀ ବାବଦକୁ ୨୦୦ କୋଟି ଟଙ୍କା ଦିଆଯାଇଛି ବୋଲି ମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ସେହିପରି ସାମାଜିକ ସଢ୍ଚାଳନ କ୍ଷେତ୍ରରେ ୩୫୦୪୯ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ୧୨୮୫ ଏରିଆ ଲେବଲ୍ ଫଡେରେସନ ଗଠନ କରାଯାଇଛି ।

୧୧୪ ଟି ସହରାଞ୍ଚଳରେ 1 ଲକ୍ଷ ୫ ହଜାର ୪୮୧ ଜଣ ରାସ୍ତା ପାର୍ଶ୍ବର ଉଠାଦୋକାନୀଙ୍କୁ ଚିହ୍ନଟ କରାଯାଇ ୧୬୦୫୮ ଜଣଙ୍କୁ ଆଇ କାର୍ଡ ପ୍ରଦାନ କରାଯିବା ସହ ଅନ୍ୟମାନଙ୍କୁ ପ୍ରଦାନ ବ୍ୟବସ୍ଥା ଜାରି ରହିଛି ।ତେବେ ସହରାଞ୍ଚଳରେ ୪୪ ଟି ସହରୀ ବାସହୀନ ଗରିବ ଲୋକଙ୍କ ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ଥିବା ବେଳେ ଆଉ ୫ ଟି ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବା କୁ ଥିବା ବେଳେ ଆଗରୁ ୨ ଟି ନିର୍ମାଣାଧୀନ ଅଛି । ୩୦୦ କିନ୍ନରଙ୍କୁ ନଗର ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରିବା ସହିତ ୩୮ ଜଣଙ୍କୁ ବିଭିନ୍ନ ପୌର ପରିଷଦରେ ସହାୟକ କର୍ମଚାରୀ ଭାବ ନିୟୋଜିତ କରାଯାଇଛି । ୭୪୦ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ଜଳସାଥୀ ଭାବେ ନିୟୋଜିତ ହୋଇଛନ୍ତି । ସେମାନେ ୩.୬୪ ଲକ୍ଷ ଉପଭୋକ୍ତାଙ୍କ ୫୩.୦୬ କୋଟି ଟଙ୍କା ରାଜସ୍ବ ଆଦାୟ କରି ୩.୮୦ କୋଟି ଟଙ୍କା ଆଦାୟ କରିଛନ୍ତି । ସେଥି ପାଇଁ ସେମାନଙ୍କୁ ୩.୮୦ କୋଟି ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.