ETV Bharat / city

ରାଜଧାନୀରେ ହେବ ଅତ୍ୟାଧୁନିକ ଟ୍ରାଫିକ ପୋଷ୍ଟ - ଭୁବନେଶ୍ବର ଖବର

ଟ୍ରାଫିକ ପୋଷ୍ଟରେ ଘଣ୍ଟା ଘଣ୍ଟା ଧରି ଖରାରେ ଓ ବର୍ଷାରେ ଠିଆ ହେଉଥିବା ଟ୍ରାଫିକ କର୍ମଚାରୀଙ୍କ ପାଇଁ ଖୁସିଖବର। ଏଣିକି ଟ୍ରାଫିକ ପୋଷ୍ଟରେ ମିଳିବ ଥଣ୍ଡା ପବନର ସୁବିଧା ତା ସାଙ୍ଗକୁ ଲାଇଟ ଓ ଚାର୍ଜିଂ ଭଳି ବ୍ୟବସ୍ଥା। ଅଧିକ ପଢନ୍ତୁ...

ରାଜଧାନୀରେ ହେବ ଅତ୍ୟାଧୁନିକ ଟ୍ରାଫିକ ପୋଷ୍ଟ
ରାଜଧାନୀରେ ହେବ ଅତ୍ୟାଧୁନିକ ଟ୍ରାଫିକ ପୋଷ୍ଟ
author img

By

Published : Jun 27, 2020, 8:23 PM IST

ଭୁବନେଶ୍ବର: ଟ୍ରାଫିକ ପୋଷ୍ଟରେ ଘଣ୍ଟା ଘଣ୍ଟା ଧରି ଖରାରେ ଓ ବର୍ଷାରେ ଠିଆ ହେଉଥିବା ଟ୍ରାଫିକ କର୍ମଚାରୀଙ୍କ ପାଇଁ ଖୁସିଖବର। ଏଣିକି ଟ୍ରାଫିକ ପୋଷ୍ଟରେ ମିଳିବ ଥଣ୍ଡା ପବନର ସୁବିଧା ତା ସାଙ୍ଗକୁ ଲାଇଟ ଓ ଚାର୍ଜିଂ ଭଳି ବ୍ୟବସ୍ଥା। କାରଣ ସୋଲାର ସିଷ୍ଟମ ହେବ ଟ୍ରାଫିକ ପୋଷ୍ଟ। ଟ୍ରାଫିକ ଡିସିପି ସାଗରିକା ନାଥ ପ୍ରଥମ ପର୍ଯାୟରେ ରାଜଧାନୀର ୫ଟି ସ୍ଥାନରେ ଏଭଳି ଟ୍ରାଫିକ ପୋଷ୍ଟ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି।

ରାଜଧାନୀରେ ହେବ ଅତ୍ୟାଧୁନିକ ଟ୍ରାଫିକ ପୋଷ୍ଟ

ଏଜି ଛକ, ରବିନ୍ଦ୍ରମଣ୍ଡପ, କ୍ୟାପିଟାଲ ହସପିଟାଲ ଓ ଏୟାରପୋର୍ଟ ଛକ ଭଳି ସ୍ଥାନରେ ଏହି ବିଶେଷ ଟ୍ରାଫିକ ପୋଷ୍ଟ ନିର୍ମାଣ କରାଯିବ । ନିର୍ମାଣ ପ୍ରତ୍ୟେକ ପୋଷ୍ଟର ଉଚ୍ଚତା ୧୬ ଫୁଟ ଓ ଚଉଡା ୪ଫୁଟ ରହିବ । ଯେଉଁଥିରେ ଫ୍ୟାନ ଲାଗିବ ତା ସହିତ ଚାରିପଟେ ଫାଇବର ପ୍ୟାନେଲ ରହିବ ଯାହାଦ୍ବାରା ଖରାତାତି ମୁହଁରେ ମାଡ଼ ହେବନି । ତେବେ ଅନେକ ଟ୍ରାଫିକ ପୋଷ୍ଟକୁ ବିଦ୍ୟୁତ ସଂଯୋଗ ସମ୍ଭବପର ନ ହେବାରୁ ତଥା ଶକ୍ତି ସଂଚୟ ଦୃଷ୍ଟିରୁ ସୋଲାର ପ୍ୟାନେଲ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି । ତେବେ ପ୍ରତ୍ୟେକ ପୋଷ୍ଟ ପାଇଁ ଦେଢ଼ ଲକ୍ଷ ଖର୍ଚ୍ଚ କରାଯିବାକୁ ଥିବା ବେଳେ ୫ଟି ପୋଷ୍ଟ ପାଇଁ ମୋଟ ୭ ଲକ୍ଷ ଖର୍ଚ୍ଚ ହେବ ବୋଲି ଟ୍ରାଫିକ ଡିସିପି ସାଗରିକା ନାଥ କହିଛନ୍ତି । ଯାହାଦ୍ବାରା ଘଣ୍ଟାଘଣ୍ଟା ଧରି ଟ୍ରାଫିକ ଡ଼୍ୟୁଟି କରୁଥିବା କର୍ମଚାରୀଙ୍କୁ ଟିକିଏ ଆଶ୍ବସ୍ତି ଦେବ ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.