ETV Bharat / city

ମାସେ ପରେ ମା’କୁ ମିଳିଲା ହଜିଲା ପୁଅ, ସମ୍ଭାଳି ପାରିଲାନି ଅନ୍ତରର କୋହ - ଅନ୍ତରର କୋହ

ସେ ପରା ମାଆ । ମନ ବୁଝିବ କେଇଁଠୁ । ସେପଟେ ପୁଅକୁ ନପାଇ ଭୋକ ଶୋଷ ଭୁଲି ଯାଇଛି । ସେଥିପାଇଁ ତ ପୁଅକୁ ଖୋଜି ଖୋଜି କୋରୋନା କୋପକୁ ଖାତିର ନକରି ସୁଦୁର ଦଶପଲ୍ଲାରୁ ରାଜଧାନୀ ଭୁବନେଶ୍ବରକୁ ଧାଇଁ ଆସିଛି ଏଇ ମା ଜଣଙ୍କ । ଅଧିକ ପଢନ୍ତୁ..

months-later-the-mother-lost-her-son-unable-to-cope

author img

By

Published : May 23, 2020, 7:30 PM IST

ଭୁବନେଶ୍ବର: ବର୍ତ୍ତମାନ କୋରୋନା ଯୁଦ୍ଧରେ ସାରା ବିଶ୍ଵ ଲଢୁଛି । କୋରୋନା ମହାମାରୀ ସମୟରେ ଏବେ ସମଗ୍ର ଦେଶରେ ଓ ରାଜ୍ୟରେ ୪ର୍ଥ ଲକଡାଉନ ବି ଚାଲିଛି । ହେଲେ ଏହି ଲକଡାଉନ ନିୟମ ଓ କୋରୋନା ଭୟବହତାକୁ ପଛକୁ କରି ଜଣେ ମା, ପୁଅକୁ ଖୋଜି ଖୋଜି ଆସି ରାଜଧାନୀ ଭୁବନେଶ୍ୱରରେ ପୁଅକୁ ପାଇଛି ମାଆ । ସେପଟେ ପୁଅକୁ ନପାଇ ଭୋକ ଶୋଷ ଭୁଲି ଯାଇଛି । ସେଥିପାଇଁ ତ ପୁଅକୁ ଖୋଜି ଖୋଜି କୋରୋନା କୋପକୁ ଖାତିର ନକରି ସୁଦୁର ଦଶପଲ୍ଲାରୁ ରାଜଧାନୀ ଭୁବନେଶ୍ବରକୁ ଧାଇଁ ଆସିଛି ଏଇ ମା ଜଣଙ୍କ ।

ମାସେ ପରେ ମା ପାଇଲା ହଜିଲା ପୁଅ, ସମ୍ଭାଳି ପାରିଲାନି ଅନ୍ତରର କୋହ

ଏମିତି ଏକ ଘଟଣା କ୍ରମରେ ଗତ ମାସ ୨୧ ତାରିଖରୁ ବାହାନା କରି ଘରୁ କୁଆଡ଼େ ପଳାଇ ଆସିଥିଲା 21 ବର୍ଷର ପୁଅ । ବହୁ ଖୋଜା ଖୋଜିକରି ନପାଇବାରୁ ପ୍ରଥମେ ରଣପୁର ଥାନାରେ ନିଖୋଜ ଏତଲା ଦାୟାର କରିଥିଲେ ମା ଝରଣା ପାଲ । ପୋଲିସର ମୋବାଇଲ ଟ୍ରାକିଙ୍ଗ କରୁଥିବା ବେଳେ ଝରଣା ଖୋଜିବାରେ ଲାଗିଥିଲେ । ଶେଷରେ ପୁଅକୁ ଶୁକ୍ରବାର ଆଇଜି ପାର୍କ ନିକଟରେ ପାଇଛି ମା । କିନ୍ତୁ ଘରକୁ ଯିବାକୁ ସେ ଅମଙ୍ଗ। ମୋତେ ବଳି ଦେଇଦେବେ, ମାରିଦେବେ ବୋଲି ଅଭିଯୋଗ କରୁଛି ପୁଅ । ସମାଜସେବୀ ପ୍ରତାପ ସାହୁ ଉଭୟ ମା ଓ ପୁଅକୁ କ୍ୟାପିଟାଲ ଥାନାକୁ ନେଇ ବୁଝାସୁଝା କରି ଘରକୁ ପଠାଇଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.