ETV Bharat / city

୪୮ ଘଣ୍ଟାରେ ଓଡ଼ିଶା ଛୁଇଁବ ମୌସୁମୀ - ଓଡ଼ିଶା ଛୁଇଁବ ମୌସୁମୀ

ତାତିରୁ ମିଳିବ ମୁକ୍ତି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶା ପ୍ରବେଶ କରିବା ପାଇଁ ପାଗ ଅନୁକୂଳ ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପ୍ରାକ ମୌସୁସୀ ବର୍ଷା ସହ ବଜ୍ରପାତର ସମ୍ଭାବନା ପାଇଁ ୫ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି । ଅଧିକ ପଢ଼ନ୍ତୁ

୪୮ ଘଣ୍ଟାରେ ଓଡ଼ିଶା ଛୁଇଁବ ମୌସୁମୀ
୪୮ ଘଣ୍ଟାରେ ଓଡ଼ିଶା ଛୁଇଁବ ମୌସୁମୀ
author img

By

Published : Jun 15, 2022, 7:01 PM IST

ଭୁବନେଶ୍ବର: ମୌସୁମୀ ବର୍ଷାରେ ଭିଜିବ ଓଡ଼ିଶା । ଆଗାମୀ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶା ପ୍ରବେଶ କରିବା ପାଇଁ ପାଗ ଅନୁକୂଳ ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

୪୮ ଘଣ୍ଟାରେ ଓଡ଼ିଶା ଛୁଇଁବ ମୌସୁମୀ

କେନ୍ଦୁଝର ହାଟଡିହରେ ଗତ ୨୪ ଘଣ୍ଟାରେ ସର୍ବାଧିକ ବର୍ଷା(୬୩.୨ ମିମି) ରେକର୍ଡ ହୋଇଥିବା ବେଳେ ଆସନ୍ତା ୨୪ଘଣ୍ଟା ପାଇଁ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଯାଜପୁର ଓ ଭଦ୍ରକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକରେ ପ୍ରାକ ମୌସୁସୀ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି । ସେହିଭଳି ଆସନ୍ତାକାଲି ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶାର ୮ଟି ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ତେବେ ଆଜି(ବୁଧବାର) ଭୁବନେଶ୍ବରରେ ପାଗ ମେଘୁଆ ରହିବା ସହ ବର୍ଷା ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.