ETV Bharat / city

Monsoon session: ପର୍ଯ୍ୟଟନ ବିଭାଗକୁ ନେଇ ଶାସକ ବିରୋଧୀଙ୍କ ପ୍ରଶ୍ନବାଣ

author img

By

Published : Jul 2, 2022, 1:31 PM IST

ଗତ ୫ ବର୍ଷରେ ରାଜ୍ୟର ପର୍ଯ୍ୟଟନ ଶିଳ୍ପର ଭିତ୍ତିଭୂମି ବିକାଶ ପାଇଁ କେତେ ଅର୍ଥ ବିନିଯୋଗ ହୋଇଛି ? ଭିତ୍ତିଭୂମି ବିକାଶ ପାଇଁ କଣ ନୀତି ନିର୍ଦ୍ଧାରଣ ହୋଇଛି ? ଅନେକ ସ୍ଥାନରେ ଅର୍ଥ ମଞ୍ଜୁର ହେଲେ ବି ଖର୍ଚ୍ଚ ହୋଇପାରୁନାହିଁ । ଅଳ୍ପ କିଛି ସ୍ଥାନକୁ ଛାଡିଲେ ଅଧିକାଂଶ ପର୍ଯ୍ୟଟନ ସ୍ଥଳୀରେ ବିକାଶ ହେଉନି । ବିଜ୍ଞାପନରେ ଖର୍ଚ୍ଚ କେତେ ? ଇକୋ ରିଟ୍ରିଟରେ କେତେ ପଇସା ଖର୍ଚ୍ଚ ହୋଇଛି । ଅଧିକ ପଢନ୍ତୁ

ପର୍ଯ୍ୟଟନ ବିଭାଗକୁ ନେଇ ଶାସକ ବିରୋଧୀଙ୍କ ପ୍ରଶ୍ନବାଣ

ଭୁବନେଶ୍ବର: ଗତ ୫ ବର୍ଷରେ ରାଜ୍ୟର ପର୍ଯ୍ୟଟନ ଶିଳ୍ପର ଭିତ୍ତିଭୂମି ବିକାଶ ପାଇଁ କେତେ ଅର୍ଥ ବିନିଯୋଗ ହୋଇଛି ? ଭିତ୍ତିଭୂମି ବିକାଶ ପାଇଁ କଣ ନୀତି ନିର୍ଦ୍ଧାରଣ ହୋଇଛି ? ଅନେକ ସ୍ଥାନରେ ଅର୍ଥ ମଞ୍ଜୁର ହେଲେ ବି ଖର୍ଚ୍ଚ ହୋଇପାରୁନାହିଁ । ଅଳ୍ପ କିଛି ସ୍ଥାନକୁ ଛାଡିଲେ ଅଧିକାଂଶ ପର୍ଯ୍ୟଟନ ସ୍ଥଳୀରେ ବିକାଶ ହେଉନି । ବିଜ୍ଞାପନରେ ଖର୍ଚ୍ଚ କେତେ ? ଇକୋ ରିଟ୍ରିଟରେ କେତେ ପଇସା ଖର୍ଚ୍ଚ ହୋଇଛି । କେଉଁ ପାଣ୍ଠିରୁ ଟଙ୍କା ଖର୍ଚ୍ଚ ହୋଇଛି । ଇକୋ ରିଟ୍ରିଟ ଦ୍ବାରା ବିଭାଗ ଲାଭାନ୍ବିତ ହେଲା କି କ୍ଷତି ସହିଲା ? ପୁରା ହିସାବ ମାଗି ପ୍ରଶ୍ନକାଳରେ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି ଶାସକ ଦଳର ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର ।

ଉତ୍ତର ଦେଇ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର କହିଛନ୍ତି, ରାଜ୍ୟ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ପାଇଁ ଆର୍ଥିକ ବର୍ଷ ୨୦୨-୨୧ରେ ପର୍ଯ୍ୟଟନ ବିଭାଗକୁ ୩୮୫ କୋଟି ୧୩ ଲକ୍ଷ ଟଙ୍କା, ୨୦୨୧-୨୨ ରେ ୫୧୮ କୋଟି ୮ ଲକ୍ଷ ଟଙ୍କା, ବ୍ୟୟ ବରାଦ ହୋଇଥିବା ବେଳେ ୨୦୨୨-୨୩ ରେ ୫୭୪ କୋଟି ୪ ଲକ୍ଷ ବ୍ୟୟ ବରାଦ ହୋଇଛି । ଏଥିରୁ ସ୍ପଷ୍ଟ ଯେ ସରକାର ପର୍ଯ୍ୟଟନ ବିଭାଗ ପାଇଁ ପ୍ରତିଶୃତିବଦ୍ଧ ଅଛନ୍ତି ।

ସେହିପର ପ୍ରଶ୍ନକର୍ତ୍ତାଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି କଟକ ଜିଲ୍ଲାରେ ୫୫ଟି ପର୍ଯ୍ୟଟନ ପ୍ରକଳ୍ପ ଭିତ୍ତିଭୂମି ଉନ୍ନୟନ ପାଇଁ ୫୪ କୋଟି ୫୬ ଲକ୍ଷ ମଞ୍ଜୁର ହୋଇଛି । କଟକ ଜିଲ୍ଲା ସମେତ ସାତକୋଶିଆକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଇକୋ ରିଟ୍ରିଟ ସହ ଏଠାରେ ଅନ୍ୟାନ୍ୟ ଯୋଜନା ସରକାର ପ୍ରସ୍ତୁତ କରିଛନ୍ତି ।

ଏହାବାଦ ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ବଲାଙ୍ଗୀର ଦେଓଗାଁ ବ୍ଲକ ଭୀମ ପାହାଡ ବିକାଶ ପାଇଁ ସରକାର କି ଯୋଜନା କରିଛନ୍ତି ? ସେ ନେଇ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିବା ବେଳେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ରାଣୀପୁର ଝରିଆଲ ବିକାଶ ପାଇଁ ସରକାର ମାତ୍ର ୨୦ ଲକ୍ଷ ଟଙ୍କା ଅନୁଦାନ ଦେଇ ଦାୟିତ୍ବ ସାରିଦେଇଥିବା ଅଭିଯୋଗ କରିଥିଲେ । କଂଗ୍ରେସ ବିଧାୟକଙ୍କ ଅଭିଯୋଗ ଓ ପ୍ରଶ୍ନର ଜବାବ ଦେଇ ମନ୍ତ୍ରୀ କହିଛନ୍ତି ଆଇନ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେବେ ।

ଅନ୍ୟପଟେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ରାଜ୍ୟରେ ପର୍ଯ୍ୟଟନର ବିକାଶ ନେଇ ଗୋଟିଏ ଟାସ୍କ ଫୋର୍ସ ଗଠନ କରି ପର୍ଯ୍ୟଟନର ବିକାଶ କରିବାକୁ ଦାବି କରିଛନ୍ତି । ପର୍ଯ୍ୟଟନ ବିକାଶ ପାଇଁ ମନ୍ତ୍ରୀ କଣ ଠୋସ୍‌ ପଦକ୍ଷେପ ଗ୍ରହଣ କରିବେ ସେ ନେଇ ଉତ୍ତର ରଖିବାକୁ ଦାବି କରିଛନ୍ତି ବିଷ୍ଣୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.