ETV Bharat / city

ଓଡିଶା ଛୁଇଁଲା ମୌସୁମୀ, ଭିଜିଲା 11 ଜିଲ୍ଲା

ଖରାରେ ସିଝିଲା ପରେ ରାଜ୍ୟବାସୀଙ୍କୁ ମିଳିଛି ଆଶ୍ବସ୍ତି । ତାତିରୁ ମିଳିଛି ତ୍ରାହି । ରାଜ୍ୟରେ ଆରମ୍ଭ ହୋଇଛି ମୌସୁମୀ ବର୍ଷା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବେନଶ୍ବର
author img

By

Published : Jun 21, 2019, 5:55 PM IST

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହୋଇଛି ମୌସୁମୀ ବର୍ଷା । ଉପକୂଳର ୧୧ ଟି ଜିଲ୍ଲା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ଵର, ଗଞ୍ଜାମ, ଗଜପତି, ନୟାଗଡ, ଯାଜପୁର, କେନ୍ଦ୍ରାପଡା ବର୍ଷା ଜାରି ରହିଛି । ଏହା ସହ ମାଲକାନଗିରି, କୋରାପୁଟ, ରାୟଗଡା, ଢେଙ୍କାନାଳ, ମୟୁରଭଞ୍ଜ, ନବରଙ୍ଗପୁର, କଳାହାଣ୍ଡି, ବୌଦ୍ଧ, ଅନୁଗୋଳ ଏବଂ କେଉଁଝରରେ ମୌସୁମୀ ପ୍ରଭାବରେ ଦିନ ତମାମ ବର୍ଷା ଲାଗି ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଶେଷକରି ଦକ୍ଷିଣ ଓଡିଶାରୁ ଉପକୂଳ ଏବଂ ଉତ୍ତର ଓଡିଶାକୁ ମୌସୁମୀ ଛୁଇଁଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବାକି ଜିଲ୍ଲା ଗୁଡିକୁ ମୌସୁମୀ ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ତେବେ ଉପକୂଳ ଏବଂ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବ ବଳବତ୍ତର ରହିବ ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ଆରମ୍ଭ ହେଲା ମୌସୁମୀ ବର୍ଷା।ଉପକୂଳ ୧୧ ଟି ଜିଲ୍ଲା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ଵର, ଗଂଜାମ, ଗଜପତି,ନୟାଗଡ଼,ଯାଜପୁର,କେନ୍ଦ୍ରାପଡା ସମେତ ମାଲକାନଗିରି, କୋରାପୁଟ, ରାୟଗଡା, ଢେଙ୍କାନାଳ, ମୟୁରଭଞ୍ଜ, ନବରଙ୍ଗପୁର, କଳାହାଣ୍ଡି ,ବୌଦ୍ଧ, ଅନୁଗୁଲ ଏବଂ କେଉଁଝରରେ ମୌସୁମୀ ପ୍ରଭାବରେ ଦିନ ତମାମ ବର୍ଷା ଲାଗି ରହିଛି।ବିଶେଷକରି ଦକ୍ଷିଣ ଓଡ଼ିଶାରୁ ଉପକୂଳ ଏବଂ ଉତ୍ତର ଓଡିଶାକୁ ଛୁଇଁଛି ମୌସୁମୀ।ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବାକି ଜିଲ୍ଲା ଗୁଡିକରେ ମୌସୁମୀ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣି ପାଗ କେନ୍ଦ୍ର।ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବ ବଳବତ୍ତର ରହିବ।ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର ,ଢେଙ୍କାନାଳ, କେଉଁଝର, ଅନୁଗୁଳ, ଦେଓଗଡ଼, ଭଦ୍ରକ, ସମ୍ବଲପୁର, ସୁନ୍ଦରଗଡ଼ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ।ସୁନ୍ଦରଗଡ, ମୟୁରଭଞ୍ଜ, ବରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୂଆପଡା, ଝାରସୁଗୁଡା, କେଉଁଝର ନୟାଗଡ଼, କନ୍ଧମାଳ ଏବଂ ଗଞ୍ଜାମରେ ଘଡଘଡି ସହ ବର୍ଷା ହେବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶକ ହବିବୁର ରେହମନ ବିଶ୍ୱାସ କହିଛନ୍ତି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.