ETV Bharat / city

ଆଗକୁ ବର୍ଷା, ସୁଧୁରିନି ସ୍ମାର୍ଟ ସିଟିର ଡ୍ରେନେଜ ବ୍ୟବସ୍ଥା - ଭୁବନେଶ୍ବରରେ ଡ୍ରେନେଜ ସମସ୍ୟା

ବର୍ଷାରେ ବେହାଲ ହେଇଯାଉଛି ଭୂବନେଶ୍ବର । ଆଗକୁ ବର୍ଷା ଦିନ ଥିବାବେଳେ ରାଜଧାନୀରେ ବର୍ଷା ଜନିତ ଜଳବନ୍ଦୀ ସମସ୍ୟାକୁ ସୁଧାରିବା ପାଇଁ ବିଏମସି ଯୁଦ୍ଧକାଳୀନ ଭିତ୍ତିରେ କରୁଛି ଡ୍ରେନ କାମ ।

Bhubanewsar BMC
ଭୁବନେଶ୍ବର ବିଏମସି
author img

By

Published : May 27, 2020, 2:03 PM IST

Updated : May 27, 2020, 3:23 PM IST

ଭୁବନେଶ୍ବର: ବର୍ଷା ଦିନେ ରାଜଧାନୀର ରାସ୍ତାରେ ଲହଡି ଭାଙ୍ଗୁଥିବା ବର୍ଷା ପାଣିକୁ ଦେଖିଲେ ସ୍ମାର୍ଟ ସିଟିର ସ୍ମାର୍ଟ ଚେହେରା ପଦାରେ ପଡିଯାଏ । ପ୍ରତିବର୍ଷ ବର୍ଷା ଦିନେ ରାଜଧାନୀ ବାସୀ ଆବର୍ଜନା ଭରା ପାଣିରେ ଉବୁଡୁବୁ ହେଉଥିବା ବେଳେ କାମ ଦେଉନି ଯୋଜନା କି ପ୍ରକଳ୍ପ । ଆଗକୁ ବର୍ଷା ଦିନ । ହେଲେ ସବୁବେଳେ ଚଳଚଞ୍ଚଳ ଥିବା ବିଏମସିକୁ ବର୍ଷା ଦିନ ଆସିଲେ ମନେ ପଡେ ସହରର ଡ୍ରେନେଜ ବ୍ୟବସ୍ଥା କଥା। ଅନ୍ୟପଟେ ବର୍ଷା ଦିନ ପୂର୍ବରୁ ବିଏମସିର ତରବରିଆ କାମ ବଢ଼ାଇ ଦେଇଛି ରାଜଧାନୀ ବାସୀଙ୍କ ଚିନ୍ତା ।

ଆଗକୁ ବର୍ଷା, ସୁଧୁରିନି ସ୍ମାର୍ଟ ସିଟିର ଡ୍ରେନେଜ ବ୍ୟବସ୍ଥା

ସହରର ଅଧିକାଂଶ ଡ୍ରେନ ପୋତି ହୋଇ ରହିଛି । ଫଳରେ ଅସରାଏ ବର୍ଷାରେ ରାଜଧାନୀରେ ଜଳବନ୍ଦୀ ସମସ୍ୟା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ବେଳେ ବେଳ ଜୀବନ ହାନି ମଧ୍ୟ ଘଟୁଛି। ତେବେ ଏଭଳି ସମୟରେ ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ ବିଏମସି ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଡ୍ରେନ ମରାମତି। ହେଲେ ଏହାକୁ ସହଜରେ ଗ୍ରହଣ କରିପାରୁନହାହାନ୍ତି ଭୁବନେଶ୍ବର ବାସିନ୍ଦା । ସ୍ମାର୍ଟସିଟିର ଅଧିକାଂଶ ପ୍ରାକୃତିକ ଡ୍ରେନର ଅବସ୍ଥା ନ କହିଲେ ଭଲ । ସାମାନ୍ୟ ବର୍ଷାରେ ଉବୁଟୁବୁ ପରିସ୍ଥିତି ସୃଷ୍ଟି ହେଉଛି । ତାହା ପୁଣି ରାଜଧାନୀର ରାଜରାସ୍ତାରେ । ଡ୍ରେନ କେଉଁଠି ପୋତି ହୋଇ ପଡିଛି ତ ଆଉ କେଉଁଠି ଭୁଶୁଡି ପଡିଛି। ଏପରିକି ଭୁବନେଶ୍ବରର କିଛି ଜନଗହଳିପୂର୍ଣ ଅଞ୍ଚଳ ଓ ତଳିଆ ଅଞ୍ଚଳରେ ଟୋପାଏ ବର୍ଷାରେ ସ୍ଥିତି ବେହାଲ ।

ଆଗକୁ ଆସୁଛି ପ୍ରାକ ମୌସୁମୀ ସମୟ । ଜଳବନ୍ଦୀ ସମସ୍ୟାକୁ ନେଇ ରାଜଧାନୀ ବାସୀଙ୍କ ହଜାରେ ପ୍ରଶ୍ନ। ଲଗାତାର ବର୍ଷା ହେଲେ କେମିତି ସାମ୍ନା କରିବାକୁ ପଡିବ ସେ ନେଇ ଭୁବନେଶ୍ବର ବାସିନ୍ଦାଙ୍କ ଚିନ୍ତା। ସହରରେ ୧୦ ଟି ବଡ ଡ୍ରେନ ଓ ୩ ଟି ଛୋଟ ଡ୍ରେନ ରହିଛି। ବର୍ଷା ଦିନ ଆସୁଥିବାରୁ ଡ୍ରେନେ ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ରାଜଧାନୀରେ ମୋଟ ୫୦୦ କିମି ଡ୍ରେନ ରହିଛି । ଅଗ୍ରାଧିକାର ଭାବରେ ଜଳବନ୍ଦୀ ସମସ୍ୟା ଉପୁଜିଥିବା ୩୭ ଟି ସମ୍ବେଦନଶୀଳ ଅଞ୍ଚଳ ମଧ୍ୟରୁ ୧୧ ଟି ଡ୍ରେନର କାର୍ଯ୍ୟ ସରିଛି ଆଉ ଅବଶିଷ୍ଟ ୨୬ ଟି ଡ୍ରେନ କାର୍ଯ୍ୟ ଚାଲିଛି। ପ୍ରଥମ ପର୍ଯ୍ୟାୟରେ ୪୦ କୋଟି ଟଙ୍କାର ଟେଣ୍ଡର କାର୍ଯ୍ୟ ଚାଲିଛି । ୧୬ଟିର କାର୍ଯ୍ୟ ସରିଲାଣି ଆଉ ବାକିଥିବା କାର୍ଯ୍ୟ ଚାଲିଛି। ଜୁନ ୨୦ ସୁଦ୍ଧା ପ୍ରାୟତଃ କାର୍ଯ୍ୟ ଶେଷ ହୋଇଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ସାମାନ୍ୟ ବର୍ଷାରେ ସ୍ଥିତି କଣ ହୋଇପାରେ ଏବେ ଠାରୁ ଅନୁମାନ କରାଯାଇପାରେ। ରାଜଧାନୀରେ ଡ୍ରେନେଜ ସମସ୍ୟା ର ସମାଧାନ ହେବ ନା ସ୍ମାର୍ଟ ସିଟିର ଚେହେରା ଅବସ୍ଥା ଯଥା ପୂର୍ବାଂ ତଥା ପରମ ଆଗାମୀ ସମୟ କହିବ।

ଭୁବନେଶ୍ବରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : May 27, 2020, 3:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.