ETV Bharat / city

ସୋମବାର କଂଗ୍ରେସର 6 ଘଣ୍ଟିଆ ଓଡିଶା ବନ୍ଦ, ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି - ତୈଳଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ କଂଗ୍ରେସ ବନ୍ଦ ଡାକରା

କଂଗ୍ରେସର ବନ୍ଦ ଡାକରା ନେଇ ରାଜ୍ୟରେ ଜୋର ଧରିଛି ରାଜନୀତି । ତୈଳଦର ବୃଦ୍ଧି ପ୍ରତିବାଦରେ ସୋମବାର ରାଜ୍ୟ କଂଗ୍ରେସ 6 ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଛି । ଏହାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ସେପଟେ କଂଗ୍ରେସ ନିଜର ଅସ୍ଥିତ୍ବ ଜାହିର କରିବା ପାଇଁ ବନ୍ଦ ଡାକରା ଦେଇଛି ବୋଲି ବିଜେଡି କହିଛି । ଅଧିକ ପଢନ୍ତୁ...

congress 6 hours odisha bandh
ସୋମବାର କଂଗ୍ରେସର 6 ଘଣ୍ଟିଆ ଓଡିଶା ବନ୍ଦ, ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି
author img

By

Published : Feb 14, 2021, 5:19 PM IST

ଭୁବନେଶ୍ବର: ତୈଳଦର ବୃଦ୍ଧି ପ୍ରତିବାଦରେ ସୋମବାର 6 ଘଣ୍ଟିଆ ବନ୍ଦ ଡାକରା ଦେଇଛି ରାଜ୍ୟ କଂଗ୍ରେସ । ସକାଳ 7 ରୁ ଅପରାହ୍ନ 1 ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି କଂଗ୍ରେସ । କଂଗ୍ରେସର ବନ୍ଦ ଡାକରା ନେଇ ରାଜ୍ୟରେ ଜୋର ଧରିଛି ରାଜନୀତି ।

ସୋମବାର କଂଗ୍ରେସର 6 ଘଣ୍ଟିଆ ଓଡିଶା ବନ୍ଦ, ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି

ରାଜ୍ୟରେ କ୍ରମାଗତ ଭାବେ ବଢ଼ି ଚାଲିଛି ତୈଳଦର । ଏହାକୁ ମୁଦ୍ଦା କରିଛି ରାଜ୍ୟ କଂଗ୍ରେସ । ତେଣୁ ସୋମବାର 6 ଘଣ୍ଟିଆ ରାଜ୍ୟ ବନ୍ଦ ଡାକରା ଦେଇଛି କଂଗ୍ରେସ । ସକାଳ 7 ରୁ ଅପରାହ୍ନ 1 ପର୍ଯ୍ୟନ୍ତ ବନ୍ଦ ଓଡ଼ିଶା ବନ୍ଦ ଘୋଷଣା କରିଛି କଂଗ୍ରେସ । ବନ୍ଦକୁ ନେଇ କଂଗ୍ରେସ ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ରାଜ୍ୟ ବିଜେପି । କଂଗ୍ରେସ ଦଳ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇ ଓଡିଶା ବନ୍ଦ ଡାକରା ଦେଇଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି ବିଜେପିର ଉପସଭାପତି ଭୃଗୁ ବକ୍ସିପାତ୍ର । କାରଣ ଓଡ଼ିଶା ସରକାର ତୈଳଦର ଉପରେ ଅଧିକ ଭାଟ ନେଉଛନ୍ତି । ସରକାର ଚାହିଁଲେ ତୈଳଦର ଉପରେ ଭାଟ କମ କରିପାରନ୍ତେ । ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ଏହା କରିପାରିବେ । ଓଡ଼ିଶାର ଭାଟର ଦାମ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ରହିଛି । ଅନ୍ତର୍ଜାତୀୟ ବଜାରରେ ତୈଳ ଦରଦାମ ନିୟନ୍ତ୍ରଣ ହୋଇ ପାରିନଥିବାରୁ ଦେଶରେ ତୈଳଦର ବୃଦ୍ଧି ପାଉଛି । ବିଗତ 300 ଦିନରେ ଅନ୍ତର୍ଜାତୀୟ ବଜାରରେ ତୈଳଦର ବୃଦ୍ଧି ପାଉଛି । ହେଲେ ଭାରତରେ 250 ଦିନ ଧରି ତୈଳଦର ନିୟନ୍ତ୍ରଣ ଭିତରେ ରହିଥିବା ଭୃଗୁ ବକ୍ସିପାତ୍ର କହିଛନ୍ତି ।

ସେପଟେ ବନ୍ଦ ନେଇ ପ୍ରତିକ୍ରିୟା ରଖିଛି ବିଜେଡି ବିଧାୟକ ଶଶୀଭୂଷଣ ବେହେରା । ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ବାବଦରେ ବିଜେଡି ଲଗାତାର ଭାବରେ ଆନ୍ଦୋଳନ କରିଆସୁଛି । ସରକାରରେ ଥିଲେ ମଧ୍ୟ ରାଜରାସ୍ତାକୁ ଓହ୍ଲାଇଛୁ । ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଇଛୁ । କଂଗ୍ରେସ ତାର ରାଜନୈତିକ ସ୍ଥିତିକୁ ରକ୍ଷା କରିବା ଆନ୍ଦୋଳନ କରୁଛି । ଅସଫଳତାକୁ ଘୋଡେଇବା ପାଇଁ କଂଗ୍ରେସ କିଛି କିଛି କାର୍ଯ୍ୟ କରୁଛନ୍ତି । ଡ୍ୟାନମିକ ପ୍ରାଇସ ବ୍ୟବସ୍ଥା ଓ ବିଭିନ୍ନ ସମୟରେ ସେସ ଲଗାଇ ଦର ବୃଦ୍ଧି ହେଉଛି । ଯାହା ଫଳରେ ସାଧାରଣ ଲୋକଙ୍କ ଉପରେ ଚାପ ପଡୁଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.